କଟକଣା ମାନିଲାନି ଉତ୍ତର କୋରିଆ, ପରୀକ୍ଷଣ କଲା ୩ଟି ମିସାଇଲ

କଟକଣା ସତ୍ତ୍ୱେ ପୁଣି ମିସାଇଲ ପରୀକ୍ଷଣ କଲା ଉତ୍ତର କୋରିଆ। କ୍ୱାଡ ସମ୍ମିଳନୀ ସାରି ବାଇଡେନ ଆମେରିକା ଫେରିବା ପରେ ଆଜି ଉତ୍ତର କୋରିଆ ୩ଟି ମିସାଇଲ ପରୀକ୍ଷଣ କରିଛି । ଏଥିମଧ୍ୟରୁ ଗୋଟିଏ ‘ଇଣ୍ଟର କଣ୍ଟିନେଣ୍ଟାଲ୍‌ ବାଲିଷ୍ଟିକ୍‌ ମିସାଇଲ୍‌’ ବା ICBM ଟେଷ୍ଟ ହୋଇଥିବା ଦକ୍ଷିଣ କୋରିଆ ଦାବି କରିଛି । ଏହି ମିସାଇଲ ଗୋଟିଏ ମହାଦେଶରୁ ଅନ୍ୟ ମହାଦେଶକୁ ଟାର୍ଗେଟ କରିପାରିବ । ଆଜି ସକାଳ ୬ଟାରୁ ୭ଟା ମଧ୍ୟରେ ପିୟଂୟଙ୍ଗ୍‌ ନିକଟରୁ ଗୋଟିକ ପରେ ଗୋଟିଏ ମିସାଇଲ ନିକ୍ଷେପ ହୋଇଥିବା କହିଛନ୍ତି ଦକ୍ଷିଣ କୋରିଆ ସରକାର । ଏହା ପୂର୍ବରୁ ଗତ ମାସରେ ମିସାଇଲ ପରୀକ୍ଷଣ କରିଥିଲେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନ୍‌ ।

 

missile testing
pic credit; The Guardian

 

ଏହି ମିସାଇଲ ୧୧ ଶହ କିଲୋମିଟର ଅତିକ୍ରମ କରି ଜାପାନ ସମୁଦ୍ରରେ ପଡିଥିଲା । ‘ଇଣ୍ଟର କଣ୍ଟିନେଣ୍ଟାଲ୍‌ ବାଲିଷ୍ଟିକ୍‌ ମିସାଇଲ୍‌’ର ପରୀକ୍ଷଣକୁ ବ୍ୟାନ କରାଯାଇଛି। ଜାତିସଂଘ ଉତ୍ତରକୋରିଆ ଉପରେ ବାଲିଷ୍ଟିକ ଓ ପରମାଣୁ ଅସ୍ତ୍ରଶସ୍ତ୍ର ପରୀକ୍ଷଣକୁ ବ୍ୟାନ ଲଗାଇଛି । ବ୍ୟାନ ସତ୍ତ୍ୱେ କିମ୍‌ ଜଙ୍ଗ ଉନ ଏହାର ପରୀକ୍ଷଣ ଜାରି ରଖିଛନ୍ତି । ଇଣ୍ଟର କଣ୍ଟିନେଣ୍ଟାଲ୍‌ ବାଲିଷ୍ଟିକ୍‌ ମିସାଇଲ୍‌’ ଅତ୍ୟନ୍ତ ବିପଜ୍ଜନକ । ଏହା ହଜାରରୁ ଅଧିକ କିଲୋମିଟରକୁ ଟାର୍ଗେଟ କରିବା ସହ ଧ୍ୱଂସ ରଚିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.