ସ୍ପୋଟର୍ସ ଅଥରିଟି ଅଫ ଇଣ୍ଡିଆରେ(SAI) ଖାଲିପଡିଛି ଆସିଷ୍ଟାଣ୍ଟ ନ୍ୟୁଟ୍ରିସନିଷ୍ଟ ପଦବୀ, ଦରମା ମାସକୁ ୬୦ ହଜାର ଟଙ୍କା

ସ୍ପୋଟର୍ସ ଅଥରିଟି ଅଫ ଇଣ୍ଡିଆ (SAI) ପକ୍ଷରୁ ଆସିଷ୍ଟାଣ୍ଟ ନ୍ୟୁଟ୍ରିନିଷ୍ଟ ପଦବୀ ପାଇଁ ନୋଟିଫିକେସନ ଜାରି କରାଯାଇଛି। ନୋଟିଫିକେସନ ମୁତାବକ, ଏଠାରେ ଆବେଦନ କରିବାର ଶେଷ ତାରିଖ ୨୯ ମାର୍ଚ୍ଚ, ୨୦୨୨ ରହିଛି। ଆବେଦନ ପାଇଁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ୱେବସାଇଟ https://sportsauthorityofindia.nic.in/saijobs ଯାଇ ଆବେଦନ କରିପାରିବେ।

ପଦବୀ ବିବରଣୀ: ୨

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୨୯ ମାର୍ଚ୍ଚ ୨୦୨୨ ରହିଛି।

ଶିକ୍ଷାଗତ ଯୋଗ୍ୟତା: ନୋଟିଫିକେସନ ଅନୁଯାୟୀ, ଏହି ଭର୍ତ୍ତି ପାଇଁ ଯେଉଁ ପ୍ରାର୍ଥୀ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଫୁଡ ଆଣ୍ଡ ନ୍ୟୁଟ୍ରିଶନିଷ୍ଟ/ ନ୍ୟୁଟ୍ରିସିଆନ୍‌ ସହିତ ହୋମ ସାଇନ୍ସ/ସ୍ପୋଟର୍ସ ନ୍ୟୁଟ୍ରିସିଆନରେ ମାଷ୍ଟର ଡିଗ୍ରୀ କରିଥିବା ଜରୁରୀ।

ଦରମା: ନିଯୁକ୍ତି ପାଇବା ପ୍ରାର୍ଥୀଙ୍କୁ ମାସକୁ ୪୦ରୁ ୬୦ ହଜାର ଟଙ୍କା ଦରମା ମିଳିବ।

କେମିତି କରିବେ ଆବେଦନ: ପ୍ରଥମେ ଆପଣ ସ୍ପୋଟର୍ସ ଅଥରିଟି ଅଫ ଇଣ୍ଡିଆର ଅଫିସିଆଲ ୱେବସାଇଟ  https://sportsauthorityofindia.nic.in/saijobs କୁ ଯାଇ କ୍ଲିକ କରନ୍ତୁ।
ଏହାପରେ ରିକ୍ରୁଟମେଣ୍ଟ ଲିଙ୍କ ଉପରେ କ୍ଲିକ କରନ୍ତୁ।

ତା’ ପରେ ପର୍ସନାଲ ବିବରଣୀ ଭରିବା ପରେ ୟୁଜର୍ସ ଆଇଡି ଏବଂ ପାସଓ୍ଵାର୍ଡ କ୍ରିଏଟ କରନ୍ତୁ।

ପରେ ଲଗଇନ କରିବା ପରେ ଆବେଦନ ଫର୍ମ ପୂରଣ କରନ୍ତୁ।

ଫର୍ମରେ ସବୁ ବିବରଣୀ ଭରିବା ପରେ ଅପଲୋଡ କରନ୍ତୁ।

ଶେଷରେ ଫିସ୍‌ ଭରିବା ପରେ ଫାଇନାଲ ସବମିଟ୍‌ କରନ୍ତୁ।

ଆପଣ ଫର୍ମର ଏକ କପି ଡାଉନଲୋଡ କରି ପ୍ରିଣ୍ଟ କରି ରଖନ୍ତୁ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ:

https://sportsauthorityofindia.nic.in/saijobs

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.