Below header

ଟ୍ରେନରେ ଲାଗିବ ଏଟିଏମ, ଏବେ ଚଳନ୍ତା ଟ୍ରେନରୁ ମଧ୍ୟ ବାହାର କରିବେ ଟଙ୍କା

IRCTC ଏକ ବ୍ୟାଙ୍କର ସହାୟତାରେ ଏନଇଆରର ପ୍ରଥମ କର୍ପୋରେଟ ଟ୍ରେନ ତେଜସ ଏକ୍ସପ୍ରେସରେ ଯାତ୍ରୀମାନଙ୍କୁ ଏକ ବଡ଼ ସୁବିଧା ଯୋଗାଇ ଦେବାପାଇଁ ପ୍ରସ୍ତୁତି କରୁଅଛି । ଏହାଦ୍ୱାରା ଯାତ୍ରୀମାନେ ଅତିଶୀଘ୍ର ଚଳନ୍ତା ଟ୍ରେନରୁ ମଧ୍ୟ ପଇସା ଉଠାଇ ପାରିବେ ।

IRCTCର ପ୍ରସ୍ତାବରେ ଏକ ବ୍ୟାଙ୍କ ଟ୍ରେନରେ ଏଟିଏମ ଲଗାଇବାକୁ ଯାଉଛି । ଯଦିଓ ଏଥିରେ କିଛି ଔପଚାରିକତା ବାକି ରହିଛି । ଅତିଶୀଘ୍ର ଏଠାରେ ଏଟିଏମ୍ ଲଗାଇବା କାମ ଆରମ୍ଭ ହେବାକୁ ଯାଉଛି । ଏଟିଏମ୍ ସେବା ଆରମ୍ଭ ହେବା ପରେ ଏହା ଦେଶର ପ୍ରଥମ ଟ୍ରେନ ହେବ ଯାହାଦ୍ୱାରା ଯାତ୍ରୀମାନେ ଚଳନ୍ତା ଟ୍ରେନରୁ ମଧ୍ୟ ପଇସା ଉଠାଇ ପାରିବେ ।

ସୂଚନା ଅନୁଯାୟୀ ଟ୍ରେନ ମଧ୍ୟରେ ଦୁଇଟି ଏଟିଏମ୍ ଲଗାଯିବ । ଏହି ଏଟିଏମ୍ ଜିପିଏସ ଆଧାରିତ ରହିବ । ଏହି ଏଟିଏମରେ ଅଧିକାଂଶ ସମୟରେ ନେଟୱାର୍କ କଭରେଜ ରହିବ । ଯାତ୍ରୀ ଚଳନ୍ତା ଟ୍ରେନରେ କୌଣସି ସ୍ଥାନରୁ ମଧ୍ୟ ପଇସା ଉଠାଇ ପାରିବେ ଏବଂ ଏଥିପାଇଁ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡିବ ନାହିଁ ।

ଏହାସହ ପଢନ୍ତୁ ଏହି ବ୍ୟାଙ୍କ କରୁଅଛି ୧୦୦୦ ଗ୍ରାମୀଣ ‘ଲୋନମେଳା’ ର ଆୟୋଜନ, ଆପଣ ମଧ୍ୟ ଉଠାଇପାରିବେ ଲାଭ

ଏଟିଏମର ସୁରକ୍ଷା ଟ୍ରେନରେ ରହୁଥିବା ଗାର୍ଡଙ୍କ ଉପରେ ରହିବ । ଅକ୍ଟୋବର ୪ ତାରିଖରେ ଟ୍ରେନରେ ଏଟିଏମର ସ୍ଥାପନା କରାଯିବ ବୋଲି ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.