ପୁଣି ଯାତ୍ରାରେ ଅଶ୍ଳୀଳ ନୃତ୍ୟ, ଟଙ୍କା ଦେଖାଇ ଇସାରା କଲେ ଡ୍ୟାନସର ଆସୁଛି ପାଖକୁ

ଅନୁଗୁଳ (କେ ନ୍ୟୁଜ୍‌) : କିଛି ଦିନ ତଳେ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରି ଖୁବ୍‌ ଚର୍ଚ୍ଚା ସୃଷ୍ଟି କରିଥିଲେ ରାଣୀ ପଣ୍ଡା । ଏବେ ସେହିଭଳି ଆଉ ଜଣେ ଡ୍ୟାନସର ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରେ ଚାଲିଥିବା ଅପେରାରେ ନୃତ୍ୟ ପରିବେଷଣ କରୁଛନ୍ତି । ଦର୍ଶକଙ୍କୁ ଆକୃଷ୍ଟ କରିବା ଲାଗି ଅଶ୍ଳୀଳ ଅଙ୍ଗଭଙ୍ଗୀ ଦେଖାଉଛନ୍ତି । ଆଉ ରଙ୍ଗିଲା ଦର୍ଶକ ମଧ୍ୟ ବେଶ୍‌ ଉପଭୋଗ କରୁଛନ୍ତି ଏହି ଅଶ୍ଳୀତାକୁ । ପୁଣି ନୋଟ୍‌ ଧରି ଯୁବତୀଙ୍କୁ ପାଖକୁ ଡାକୁଛନ୍ତି ଓ ଇସାରା ପାଇଲେ ଡ୍ୟାନସର ଜଣକୁ ପାଖକୁ ଯାଇ ଟଙ୍କା ସାଉଣ୍ଟୁଛନ୍ତି ।

DANCE-1

ମାୟା ନଗରୀ ନାମକ ଏହି ଯାତ୍ରା ପାର୍ଟିରେ ଏହି ଭଳି ଲାଇଭ୍‌ ଦୃଶ୍ୟ ଦେଖିବାକୁ ମିଳୁଛି । ରେକର୍ଡ଼ ଡ୍ୟାନ୍ସରେ ସ୍ୱଳ୍ପ ବସ୍ତ୍ର ପିନ୍ଧି ଡ୍ୟାନସର ଜଣକ ଧୁମ୍‌ ନାଚୁଛନ୍ତି । ଏକଥା ଜଣାପଡ଼ିବା ପରେ ଏହାକୁ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି । ସ୍ଥାନୀୟ ପୋଲିସ୍‌ ଓ ପ୍ରଶାସନ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.