ଆଇଟି ସେକ୍ଟରରେ କ୍ୟାରିଅର କରିବାକୁ ଚାହୁଁଥିଲେ, ଜାଣନ୍ତୁ ଟପ୍ ଆଇଟି କମ୍ପାନୀର ଇଞ୍ଜିନିୟରଙ୍କୁ ମିଳେ କେତେ ଦରମା

ଆଇଟି ସେକ୍ଟରରେ କାମ କରୁଥିବା ଲୋକଙ୍କ ପାଇଁ ସଫ୍ଟେଓ୍ଵୟାର ଟେଷ୍ଟିଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରୋଫାଇଲ। ସଫ୍ଟେଓ୍ଵୟାର ଟେଷ୍ଟିଂ/ଟେଷ୍ଟ ଅଟୋମେସନ୍ ଇଞ୍ଜିନିୟରଙ୍କୁ ବଢ଼ିଆ ସାଲାରୀ ପ୍ୟାକେଜ୍ ମିଳିଥାଏ। ଆସନ୍ତୁ ଜାଣିବା କେତେକ ଟପ୍ ଆଇଟି କମ୍ପାନୀରେ ସଫ୍ଟେଓ୍ଵୟାର ଇଞ୍ଜିନିୟରଙ୍କୁ କେତେ ଦରମା ମିଳେ…
ଟିସିଏସ୍:
ଟାଟା କନ୍ସଲଟାନ୍ସି ସର୍ଭିସେଜ୍ରେ ସଫ୍ଟେଓ୍ଵୟାର ଟେଷ୍ଟିଂ ଇଞ୍ଜିନିୟରଙ୍କୁ ବର୍ଷକୁ ୪,୮୩,୮୦୦ଟଙ୍କା ଦରମା ମିଳିଥାଏ। ସେମାନଙ୍କୁ ବାର୍ଷିକ ପ୍ରାୟ ୨,୩୨,୫୦୦ରୁ ୮,୨୮,୭୦୦ ଟଙ୍କା ଦରମା ଆକାରରେ ମିଳିଥାଏ।
ଇନ୍ଫୋସିସ୍:
ଇନ୍ଫୋସିସ୍ରେ ସଫ୍ଟେଓ୍ଵୟାର ଟେଷ୍ଟରଙ୍କୁ ବାର୍ଷିକ ୨,୬୬,୫୦୦ ଟଙ୍କାରୁ ୭,୫୩,୭୦୦ ଟଙ୍କା ଦରମା ମିଳିଥାଏ।
କ୍ୟାପ୍ଜିମିନି:
କ୍ୟାପ୍ଜିମିନିରେ ଆଇଟି ଇଞ୍ଜିନିୟରଙ୍କୁ ବାର୍ଷିକ ୫,୧୪,୫୦୦ ଟଙ୍କା ଦରମା ମିଳେ। ଏଠାରେ ସର୍ବନିମ୍ନ ୨,୭୭,୬୦୦ ଓ ସର୍ବାଧିକ ୮,୮୧,୩୦୦ ଟଙ୍କା ଦରମା ମିଳେ।
ଓ୍ଵିପ୍ରୋ:
ଓ୍ଵିପ୍ରୋରେ ଇଞ୍ଜିନିୟରଙ୍କୁ ଆନୁମାନିକ ବର୍ଷକୁ ୪,୪୩,୨୦୦ ଟଙ୍କା ଦରମା ମିଳେ। ଏଠାରେ କର୍ମଚାରୀଙ୍କୁ ସର୍ବନିମ୍ନ ୨,୪୦,୮୦୦ ଟଙ୍କା ଓ ସର୍ବାଧିକ ୭,୩୨,୦୦ ୦ ଟଙ୍କା ଦରମା ମିଳେ।
ଟେକ୍ ମହିନ୍ଦ୍ରା:
ଟେକ୍ ମହିନ୍ଦ୍ରାରେ ଅଟୋମେସନ୍ ଟେଷ୍ଟିଂ ଇଞ୍ଜିନିୟରଙ୍କୁ ବର୍ଷକୁ ପ୍ରାୟତଃ ୪,୨୦,୨୦୦ ଟଙ୍କା ଦରମା ମିଳେ। ଏଠାରେ କର୍ମଚାରୀଙ୍କୁ ୨,୩୬,୫୦୦ରୁ ୭,୫୩,୪୦୦ ଟଙ୍କା ମଧ୍ୟରେ ଦରମା ମିଳେ।
ଆମ୍ଡକ୍ସ:
ଏଠାରେ ସଫ୍ଟେଓ୍ଵୟାର ଟେଷ୍ଟରଙ୍କୁ ବାର୍ଷିକ ସର୍ବନିମ୍ନ ୨,୮୯,୭୦୦ ଓ ସର୍ବାଧିକ ୮,୭୧,୫୦୦ ଟଙ୍କା ଦରମା ମିଳେ। ବାର୍ଷିକ ପ୍ରାୟ ୫,୬୪,୦୭୫ ଟଙ୍କା ଦରମା ପାଆନ୍ତି।