ପ୍ରିୟଙ୍କା ଚୋପ୍ରାଙ୍କ ଚାଚାଙ୍କୁ ଚାକୁ ଦେଖାଇ ଲୁଟିଲେ ଲୁଟେରା, ଭଉଣୀ ମୀରା ଚୋପ୍ରା ଟ୍ୱିଟ କରି ଲେଖିଲେ ଏପରି କଥା

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସମ୍ପର୍କୀୟ ଭଉଣୀ ମୀରା ଚୋପ୍ରା ଏକ ଆଶ୍ଚର୍ଯ୍ୟଜନକ ଖବର ସେୟାର କରିଛନ୍ତି । ଯେଉଁ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ତେବେ ଦିଲ୍ଲୀରେ ତାଙ୍କ ପିତାଙ୍କଠାରୁ ଲୁଟ୍ ହୋଇଥିବା ନେଇ ମୀରା ଚୋପ୍ରା ଏକ ଟୁଇଟ୍‌ ଜରିଆରେ କହିଛନ୍ତି । ମୀରା ତାଙ୍କ ଟ୍ୱିଟରେ ଦିଲ୍ଲୀ ପୋଲିସ ଏବଂ ସିଏମ ଅରବିନ୍ଦ କେଜ୍ରିୱାଲଙ୍କୁ ଟ୍ୟାଗ କରିଛନ୍ତି ତାସହିତ କଣ ଏହାକୁ ଏକ ସୁରକ୍ଷିତ ସହର କୁହାଯିବ ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି ।

ମୀରା ଚୋପ୍ରା ନିଜ ଟ୍ୱିଟରେ ଲେଖିଛନ୍ତି, ‘ମୋ ବାପା କଲୋନୀରେ ବୁଲୁଥିବା ବେଳେ ହଠାତ ଦୁଇଜଣ ଯୁବକ ସ୍କୁଟରରେ ଆସି ମୋ ବାପାଙ୍କୁ ଛୁରୀ ଦେଖାଇ ତାଙ୍କଠାରୁ ଫୋନ୍ ଛଡ଼ାଇ ନେଇଥିଲେ । କଣ ଏହା ହେଉଛି ସୁରକ୍ଷିତ ଦିଲ୍ଲୀ ? ”ଏହା ପରେ ସେ ଏକ ଟ୍ୱିଟରେ ଏଫଆଇଆର ନମ୍ବର ମଧ୍ୟ ସେୟାର କରିଛନ୍ତି ।

ପରେ ତୁରନ୍ତ ପଦକ୍ଷେପ ନେଇଥିବାରୁ ମୀରା ଡିସିପିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଆଉ ଏକ ଟ୍ୱିଟରେ ଲେଖିଛନ୍ତି ଏପରି ଶୀଘ୍ର କାର୍ଯ୍ୟାନୁଷ୍ଠାନ ପାଇଁ ଧନ୍ୟବାଦ । ଯେତେବେଳେ ଆମେ ଆମର ପୋଲିସ ବିଭାଗ ଦ୍ୱାରା ସୁରକ୍ଷିତ ଅନୁଭବ କରୁ ସେତେବେଳେ ଆମେ ଗର୍ବିତ ଅନୁଭବ କରୁ । କେବଳ ଚୋରି ପାଇଁ ନୁହେଁ ଆମେ ବୟସ୍କମାନଙ୍କୁ ସୁରକ୍ଷା ଦେବା ଜରୁରୀ ! ଦିଲ୍ଲୀ ପୋଲିସଙ୍କୁ ସମ୍ମାନ ।

ସୂଚନା ଅନୁଯାୟୀ ମୀରା 2014 ରେ ‘ଗ୍ୟାଙ୍ଗ ଅଫ୍ ଘୋଷ୍ଟ’ ଚଳଚ୍ଚିତ୍ରରେ ବଲିଉଡରେ ଡେବ୍ୟୁ କରିଥିଲେ। ପରେ ତାଙ୍କୁ ‘1920 ଲଣ୍ଡନ’ ଏବଂ ‘ସେକ୍ସନ୍ 375’ ଭଳି ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.