ମିଥ୍ୟା ଆରୋଗ୍ୟ ସେତୁ ଆପ୍‌ ଠାରୁ ଦୂରେଇ ରୁହନ୍ତୁ: ପୋଲିସ କମିଶନର

କରୋନା ସଙ୍କଟ ସାରା ଦେଶରେ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ସରକାର ଲକଡାଉନ ମଧ୍ୟ ବଢ଼ାଇଛନ୍ତି। ଏଥିପାଇଁ ଭାଇରସ ସମ୍ପର୍କରେ ସଚେତନ ରହିବା ସରକାର ଆରୋଗ୍ୟ ସେତୁ ଆପ୍‌ ଲଞ୍ଚ କରିଛନ୍ତି, ଯାହା ଜରିଆରେ ଲୋକମାସେନ କରୋନା ସଂକ୍ରମଣ ସମ୍ପର୍କରେ ସଚେତନ ରହିପାରିବେ। ଅଧିକାଂଶ ଲୋକମାନେ ମଧ୍ୟ ନିଜ ନିଜ ଫୋନରେ ଏହି ଆପ୍‌ ଡାଉନଲୋଡ଼ କରି ବ୍ୟବହାର କରିବା ଆରମ୍ଭ କରିସାରିଛନ୍ତି କିନ୍ତୁ ଏହି ଆପ୍‌କୁ ନେଇ ଅନେକ ନକଲ କରାଯାଉଥିବା ନେଇ ଅନେକ ଘଟଣା ସାମ୍ନାକୁ ଆସୁଛି। ଏନେଇ ଆପଣମାନେ ଜାଣି ରଖିବା ଉଚିତ ଆପ୍‌ ବ୍ୟବହାର କରିବା ପାଇଁ କେଉଁ କଉଁ ଦିଗ ପ୍ରତି ସଚେତନ ରହିବା ଆବଶ୍ୟକ।

.ଯଦି କିଛି ବ୍ୟବହାରକାରୀ ବା ନିଜ ସାଙ୍ଗ-ସାଥୀମାନଙ୍କ ଠାରୁ ନକଲ ଏସଏମଏସ, ହ୍ଵାଟସଆପ୍‌ ମେସେଜ୍‌ କିମ୍ବା ଆରୋଗ୍ୟ ସେତୁ ଆପ୍‌ ଡାଉନଲୋଡ କରିବା ପାଇଁ କିଛି ଲିଙ୍କ ଆସିଥାଏ ତେବେ ଏହି ସବୁ ଲିଙ୍କରେ କ୍ଲିକ୍‌ କରନ୍ତୁ ନାହିଁ।

.ଏଭଳି ଲିଙ୍କ ଆସୁଥିବେ ତୁରନ୍ତ ଡିଲିଟ୍‌ କରିଦିଅନ୍ତୁ। ଯଦି ଡାଉନଲୋଡ କରିଦେଇଥାନ୍ତି ତେବେ ମୋବାଇଲର ସେଟିଙ୍ଗକୁ ଯାଇ ରି-ସେଟ୍‌ କରନ୍ତୁ।

.ଏହି ଲିଙ୍କ ଜରିଆରେ ପାକିସ୍ଥାନର କିଛି ଚକ୍ରାନ୍ତକାରୀ ଦଳ ଚାଟ୍‌ ମି ଆପ୍‌ ଜରିଆରେ ନିଜର ବ୍ୟକ୍ତିଗତ ଡାଟା ଚୋରି ହେବାର ସମ୍ଭାବନା ରହିଛି।

.ଏହିସବୁ କାରଣରୁ ଆପଣମାନେ ଏହି ଆରୋଗ୍ୟ ସେତୁ ଆପ୍‌ କୁ କେବଳ ଗୁଗଲ ପ୍ଲେ ଷ୍ଟୋର କିମ୍ବା ଆପଲ୍‌ ଆପ୍‌ ଷ୍ଟୋରରୁ ଡାଉନଲୋଡ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.