Below header

ସରକାରଙ୍କ ଆବାସ ପ୍ଲସ ଯୋଜନା, ୨୦୨୨ ସୁଦ୍ଧା ସମସ୍ତଙ୍କୁ ମିଳିବ ଘର

ଗ୍ରାମୀଣ ବିକାଶ ମନ୍ତ୍ରାଳୟ ପକ୍ଷରୁ ବର୍ତ୍ତମାନ ଆବାସ ପ୍ଲସ ଯୋଜନା ଜାରି କରାଯାଇଛି। ଯେଉଁ ଲୋକମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ପୂର୍ବରୁ ଆସିଥିବା ଯୋଜନାରେ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି ସେହି ବ୍ୟକ୍ତିମାନେ ଏହି ଯୋଜନାର ଲାଭ ଉଠାଇପାରିବେ। ୩୦ ମେ ପର୍ଯ୍ୟନ୍ତ ୩୦ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶରୁ ୩ କୋଟି ୫୩ ଲକ୍ଷ ୭୫ ହଜାର ୪୪୬ ଟି ଆବେଦନ ଆସିଛି। ଏଥିରେ ପ୍ରଥମ ପର୍ଯାୟରେ ୩୮ ହଜାର ଲୋକମାନଙ୍କୁ ଏହି ଯୋଜନା ଯୋଗାଇ ଦିଆଯିବ ନେଇ ସ୍ଥିର କରାଯାଇଛି। ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ବିଭାଗ ପକ୍ଷରୁ ୨୦୨୨ ମଧ୍ୟରେ ସମସ୍ତଙ୍କୁ ଘର ଦିଆଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହା ପୂର୍ବରୁ ଇନ୍ଦିରା ଆବାସ ଯୋଜନା ତଥା ପିଏମଏୱାଇଜି ବ୍ୟତୀତ ଅନେକ ସଂଖ୍ୟାରେ ଲୋକମାନେ ଏହି ଯୋଜନାରୁ ବଞ୍ଚିତ ରହିଛନ୍ତି। ଏହିକାରଣରୁ ଲୋକମାନଙ୍କ ପାଇଁ ରାଜ୍ୟ ସହ ମିଶି ହାଉସିଂ ପ୍ଲସ ଯୋଜନା ଆରମ୍ଭ କରାଯାଇଛି। ଏଥିପାଇଁ ଉତ୍ତର ପ୍ରଦେଶରେ ୩୪,୩୧,୯୧୬ ଲୋକମାନେ ଆବେଦନ କରିଛନ୍ତି। ପଞ୍ଜାବରୁ ୧,୩୦,୬୯୮, ହିମାଞ୍ଚଳରୁ ୧,୫୪,୬୯୦, ହରିୟାଣାରୁ ୨,୦୧,୭୦୪, ମହାରାଷ୍ଟ୍ରରୁ ୫୭,୫୫,୦୯୫ ଏବଂ ପଶ୍ଚିମ ବଙ୍ଗଳାରୁ ୫୭,୯୧,୦୧୭ ଲୋକମାନେ ଆବେଦନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.