ପରସ୍ପର ସହ ଜଡିତ ପତି ପତ୍ନୀଙ୍କ ଭାଗ୍ୟ, ଯଦି ଏସବୁ କାମ କରୁଛନ୍ତି ଆପଣଙ୍କ ସ୍ତ୍ରୀ ତେବେ ତୁରନ୍ତ ଅଟକାନ୍ତୁ

ବର୍ତ୍ତମାନ ସମୟରେ ଯଦିଓ ପୁରୁଷମାନେ ଘରର କାମରେ ସାହାଯ୍ୟ କରୁଛନ୍ତି କିନ୍ତୁ ମହିଳା ହିଁ ହେଉଛନ୍ତି ଘରର ଲକ୍ଷ୍ମୀ । ନିଜର କର୍ମରେ ସେମାନେ ହିଁ ଘରକୁ ସ୍ବର୍ଗ ବନାଇପାରନ୍ତି ଆଉ ସେମାନଙ୍କ ଭୁଲ୍ ଘରେ ସମସ୍ୟା ଛିଡା କରିଦେଇଥାଏ । ଏହି କାରଣରୁ ଘରର ଆର୍ଥିକ ସ୍ଥିତି ମଧ୍ୟ ଗଡ ବଡ଼ ହୋଇଥାଏ ।

ତେବେ ଏକଥା ଆପଣ ଜାଣିଥିବେ ବିବାହ ପରେ ପତି ପତ୍ନୀଙ୍କ ଭାଗ୍ୟ ପରସ୍ପର ସହ ଯୋଡି ହୋଇଥାଏ । ମହିଳାମାନେ ଘରେ ଯାହା କରନ୍ତି ତାର ସିଧା ପ୍ରଭାବ ସ୍ବାମୀଙ୍କ ଉପରେ ପଡିଥାଏ । ଠିକ୍ ସେହିପରି ସ୍ବାମୀ ଯଦି କିଛି ଭୁଲ୍ କରନ୍ତି ତାର ଆପମାନ ପତ୍ନୀ ଭାଗକୁ ଆସିଥାଏ । ଯଦି ସ୍ବାମୀ ଯଦି ନିଜ ସ୍ତ୍ରୀ ସହ ଖରାପ ବ୍ୟବହାର କରିଥାଏ ତେବେ ଘରର ସ୍ଥିତି ବିଗିଡି ଯାଇଥାଏ । ତେବେ ଆଜି ଜାଣନ୍ତୁ ପତ୍ନୀଙ୍କ କେଉଁ କାମ ଯୋଗୁଁ ସ୍ବାମୀ ଆର୍ଥିକ ସ୍ଥିତି ଖରାପ ହୋଇଥାଏ । ଏବଂ ସ୍ବାମୀଙ୍କୁ କଙ୍ଗାଳ ବନାଇଦେଇଥାଏ ।

ସକାଳୁ ଉଠୁ ନଥିବା ମହିଳା :

ଯେଉଁ ବିବାହିତ ମହିଳା ସକାଳୁ ନଉଠି ବିଳମ୍ବ ଯାଏ ଶୋଇ ରୁହନ୍ତି, କୁହାଯାଏ ମାତା ଲକ୍ଷ୍ମୀ ସେମାନଙ୍କ ଉପରେ କ୍ଷୁବ୍ଧ ହୋଇଥାନ୍ତି । ତେଣୁ ଯଦି ଆପଣଙ୍କ ପତ୍ନୀ ବିଳମ୍ବ ଯାଏ ଶୋଉଛନ୍ତି ତେବେ ତାଙ୍କୁ ଏଥିରୁ ବାରଣ କରନ୍ତୁ ।

ପତ୍ନୀ ବଦରାଗି ହୋଇଥିଲେ :

ଘରର ମହିଳାଙ୍କ ସ୍ବଭାବ ଶାନ୍ତ ହୋଇଥିବା ଆବଶ୍ୟକ । ମିଠା କଥା କହୁଥିବା ଏବଂ ବୁଦ୍ଧିମାନ୍ ହେବା ଉଚିତ୍ । ଯଦି ଘରର ବୋହୂ କଟୁ କଥା କୁହନ୍ତି ତେବେ ଘରର ମାହୋଲ୍ ଖରାପ ହୋଇଥାଏ । ଏମିତିରେ ଘରେ ସବୁବେଳେ କଳହ ହୋଇଥାଏ । ଏମିତି ସ୍ଥାନ ମା’ ଲକ୍ଷ୍ମୀ ଖୁବ୍ ଶୀଘ୍ର ଛାଡି ଦିଅନ୍ତି ।

ଅଧିକ ଖାଉଥିଲେ :

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯେଉଁ ଘରେ ଆବଶ୍ୟକତା ଠୁ ଅଧିକ ଖାଦ୍ୟ ଖାଆନ୍ତି ମହିଳା ସେ ସ୍ଥାନରେ ଲକ୍ଷ୍ମୀ ବାସ କରନ୍ତି ନାହିଁ । ଏହାର ନକାରାତ୍ମକ ପ୍ରଭାବ ସିଧାସଳଖ ଘରର ସଦସ୍ୟ ମାନଙ୍କ ଉପରେ ପଡିଥାଏ ।

ଘର ଅପରିସ୍କାର ରଖୁଥିଲେ :

ଘରର ମହିଳା ଘରେ ଅଇଁଠା ବାସନ ଏବଂ ଘରେ କୌଣସି ପ୍ରକାର ଅପରିସ୍କାର ରଖିବା ଅନୁଚିତ୍ । ଏପରି କଲେ କ୍ଷୁବ୍ଧ ହୋଇଥାନ୍ତି ମାତା ଲକ୍ଷ୍ମୀ । ଯାହା ଫଳରେ ଧନର ଆଗମନ ଅଟକି ଯାଇଥାଏ ।

ଝାଡୁରେ ପାଦ ଲଗାଇଲେ :

ମାନ୍ୟତା ରହିଛି ଘରର ମହିଳା ଝାଡୁରେ ପାଦ ଲଗାଇବା ଅନୁଚିତ୍ । ଯେଉଁ ମହିଳା ଏପରି କରନ୍ତି ସେମାନଙ୍କ ମାତା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି । ଘରେ ଦାରିଦ୍ର‌୍ୟତା ଦେଖାଦେଇଥାଏ ।

ଏସବୁ ଦାନ କରିବା ଅନୁଚିତ୍ :

ବିବାହିତା ମହିଳା ନିଜର ସିନ୍ଦୁର, ଟିକିଲି,ପାଉଞ୍ଜି ଏବଂ ଚୁଡି ଅନ୍ୟ କୌଣସି ମହିଳାଙ୍କୁ ଦାନ କରିବା ଅନୁଚିତ୍ । ଏସବୁ ଦାନ କଲେ ପତି ପତ୍ନୀଙ୍କ ମଧ୍ୟରେ ପ୍ରେମ ଭାବ କମ୍ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.