ନୂଆ ରଙ୍ଗରେ ଲଞ୍ଚ ହେଲା Bajaj Pulsar 180F , ଜାଣନ୍ତୁ କେତେ ରହିଛି ଦାମ୍

ଦେଶର ସବୁଠାରୁ ବଡ ଦୁଇଚକିଆ ବାହନ ନିର୍ମାତା କମ୍ପାନୀ ବଜାଜ ଅଟୋ ନିଜର ଲୋକପ୍ରିୟ ବାଇକ୍ ପଲସରର ନୂଆ ମଡେଲ Pulsar 180Fକୁ ଲଞ୍ଚ କରିଛି। ଭାରତୀୟ ବଜାରରେ ଏହାର ଦାମ୍ ରହିଛି ୮୭,୪୫୦ ଟଙ୍କା। ଏହି ବାଇକକୁ କମ୍ପାନୀ ନିଜର ଅଫିସିଆଲ ୱେବସାଇଟରେ ପଲସର ୧୮୦ ନିୟନ ର ଲାଟେଷ୍ଟ ମଡେଲ କରିଛି। ଅବଶ୍ୟ ଏହି ବାଇକ ନିୟନ ଅରେଞ୍ଜ କଲରରେ ଉପଲବ୍ଧ ଅଛି।

ସିବଲିଂ ୨୨୦ ଏଫ ଭଳି ଏହି ବାଇକକୁ ଡିଜାଇନ କରାଯାଇଛି। ବାଇକର ବେସ କଲରରେ ମ୍ୟାଟ ଗ୍ରେ କଲର ରହିଛି ଏବଂ ବାଇକରେ ହାଇଲାଇଟର ଭାବରେ ଅରେଞ୍ଜ କଲର ବ୍ୟବହାର କରାଯାଇଛି। ଯାହା ବାଇକୁ ବହୁତ ସୁନ୍ଦର ଲୁକ୍ ଦେଉଛି।

କମ୍ପାନୀ ଏହି ବାଇକରେ ଇଞ୍ଜିନ ବେଲି କାଉଲର ପ୍ରୟୋଗ କରିଛି ଯାହା ପଲସରର ଅନ୍ୟ ମଡେଲ୍ସରେ ମଧ୍ୟ ଦେଖିବାକୁ ମିଳିଥାଏ। ବାଇକରେ ୧୭୮.୬ ସିସି ବିଶିଷ୍ଟ କ୍ଷମତାର ସିଙ୍ଗଲ ସିଲଣ୍ଡର ଯୁକ୍ତ ଇଞ୍ଜିନର ପ୍ରୟୋଗ କରାଯାଇଛି। ବାଇକରେ ୫ ସ୍ପିଡ୍ ଗିୟରବକ୍ସକୁ ସାମିଲ କରାଯାଇଛି। ନୂଆ ପଲସର ଫ୍ରଣ୍ଟରେ ୨୬୦ ଏମଏମ ଏବଂ ପଛରେ ୨୩୦ ଏମଏମ ର ଡିସ୍କ ବ୍ରେକ ଦିଆଯାଇଛି।

କିନ୍ତୁ ଏହି ବାଇକରେ ଗୋଟେ ସବୁଠାରୁ ଖାସ ଫିଚର୍ସ ରହିଛି ଯାହା ଆଜିର ଦିନରେ ସବୁଠାରୁ ଅଧିକ ଆବଶ୍ୟକ ଅଟେ। କମ୍ପାନୀ ଏହି ବାଇକରେ ଏବିଏସକୁ ସାମିଲ କରିନାହିଁ। ଏଥିରେ ୧୨୦/୮୦ ସାଇଜର ଟାୟାର ପ୍ରାୟୋଗ କରାଯାଇଛି। ଏହି ବାଇକର ଲମ୍ବ ୨୦୩୫ ଏମଏମ, ଚଉଡା ୭୬୫ ଏମଏମ, ଉଚ୍ଚତା ୧୧୫ ଏମଏମ ଏବଂ ୧୩୪୫ ଏମଏମର ହ୍ବିଲବେସ ରହିଛି। ପଲସର ୧୮୦ ଏଫର ଟୋଟାଲ ଓଜନ ୧୫୧ କିଲୋଗ୍ରାମ ରହିଛି। ଏହାଛଡା ଏଥିରେ ୧୫ ଲିଟରର ଫ୍ୟୁଏଲ ଟ୍ୟାଙ୍କ ଦିଆଯାଇଛି।

Leave A Reply

Your email address will not be published.