ସେପ୍ଟେମ୍ବର ପହିଲାରୁ ବ୍ୟାଙ୍କର ନୂଆ ନିୟମ, ଜାଣନ୍ତୁ କଣ ହୋଇଛି ପରିବର୍ତ୍ତନ

ନୂଆଦିଲ୍ଲୀ: ୨୦୧୯ ସେପ୍ଟେମ୍ବର ୧ରୁ ବ୍ୟାଙ୍କ ନିୟମରେ ବହୁ ପରିବର୍ତ୍ତନ ହେବ। କିଛି ନିୟମ ଗ୍ରାହକଙ୍କୁ ଫାଇଦା ଦେଉଥିବା ବେଳେ ଆଉ କିଛି କ୍ଷତି ମଧ୍ୟ ଦେବ। ନୂତନ ନିୟମ ମୁତାବକ କାଲିଠୁ ବ୍ୟାଙ୍କ ସକାଳ ୯ଟାରେ ଖୋଲିବ। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ବ୍ୟାଙ୍କିଙ୍ଗ ଡିଭିଜନ ସମସ୍ତ ସରକାରୀ ଓ କ୍ଷେତ୍ରୀୟ ଗ୍ରାମୀଣ ବ୍ୟାଙ୍କଗୁଡିକୁ ସକାଳ ୯ଟାରେ ଖୋଲିବାକୁ ପ୍ରସ୍ତାବ ଦେଇଛନ୍ତି। ସାଧାରଣତଃ ସରକାରୀ ବ୍ୟାଙ୍କରେ କାମ ୧୦ଟାରେ ଆରମ୍ଭ ହୋଇଥାଏ। କିନ୍ତୁ ସେପ୍ଟେମ୍ବର ୧ ଅର୍ଥାତ ଆସନ୍ତାକାଲିଠୁ ସମସ୍ତ ସରକାରୀ ଓ ଗ୍ରାମୀଣ ବ୍ୟାଙ୍କ(ଆରଆରବି) ସକାଳ ୯ଟାରେ ଖୋଲିବ।

ଅର୍ଥ ମନ୍ତ୍ରଣାଳୟର ବ୍ୟାଙ୍କିଙ୍ଗ ଡିଭିଜନର ନିଷ୍ପତ୍ତି ପ୍ରକାରେ ସମଗ୍ର ଦେଶରେ ବ୍ୟାଙ୍କ ଖୋଲିବାର ସମୟ ସମାନ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ବ୍ୟାଙ୍କିଙ୍ଗ ଡିଭିଜନ କନଫରେନ୍ସ ଜରିଆରେ ଜୁନରେ ଏକ ବୈଠକ କରିଥିଲେ। ବୈଠକରେ ସ୍ଥିର ହୋଇଥିଲା ଯେ, ବ୍ୟାଙ୍କର ଶାଖା ଗ୍ରାହକଙ୍କ ସୁବିଧା ହିସାବରେ ବ୍ୟାଙ୍କ ଖୋଲିବା ଉଚିତ୍। ଏଥିରେ ବ୍ୟାଙ୍କ ଶାଖା ଖୋଲିବାର ସମୟରେ ହୋଇଥିବା ପରିବର୍ତ୍ତନକୁ ମଞ୍ଜୁରୀ ଦିଆଯାଇଛି।

ଏହାସହ ପଢନ୍ତୁ: ଏବେ ଜିଓ ରିଚାର୍ଜ କଲେ ଖାଲି ହୋଇଯିବ ଆକାଉଣ୍ଟ, ଜାଣନ୍ତୁ କେମିତି

ଆଇବିଏ ଜୁନ ୨୪ରେ ଗ୍ରାହକଙ୍କ ସୁବିଧାରେ ଗଠିତ ଉପକମିଟିର ବୈଠକରେ ବ୍ୟାଙ୍କ ଶାଖା ଖୋଲିବା ପାଇଁ ତିନୋଟି ବିକଳ୍ପ ଦେଇଥିଲା। ପ୍ରଥମ ସକାଳ ୯ଟାରୁ ଅପରାହ୍ନ ୩ଟା, ଦ୍ଵିତୀୟ ସକାଳ ୧୦ଟାରୁ ସନ୍ଧ୍ୟା ୪ଟା ଓ ତୃତୀୟ ସକାଳ ୧୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ। ଆଇବିଏ ବ୍ୟାଙ୍କଗୁଡିକୁ କହିଥିଲା ଯେ, ଅଗଷ୍ଟ ୩୧ ସୁଦ୍ଧା ଜିଲ୍ଲାସ୍ତରୀୟ ଗ୍ରାହକଙ୍କ ସମନ୍ଵୟ କମିଟି ବୈଠକ କରି ସମୟ ସ୍ଥିର କରନ୍ତୁ ଏବଂ ଏହାର ସୂଚନା ସ୍ଥାନୀୟ ଖବରକାଗଜକୁ ମଧ୍ୟ ଦିଅନ୍ତୁ।

ଏହାସହ ପଢନ୍ତୁ: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲେ, ଏମିତି କରନ୍ତୁ ସମାଧାନ

ଯେଉଁଠି ଗ୍ରାହକ ବିଳମ୍ବିତ ସମୟ ପର୍ଯ୍ୟନ୍ତ ବ୍ୟାଙ୍କିଙ୍ଗ ସେବା ଚାହୁଁଛନ୍ତି ସେଠାରେ ପୂର୍ବ ପରି ସକାଳ ୧୦ଟା କିମ୍ବା ୧୧ଟାରେ ବ୍ୟାଙ୍କ ଖୋଲିବାର ବିକଳ୍ପ ମଧ୍ୟ ରହିଥିଲା। ମୁଖ୍ୟତଃ ସକାଳ ୯ଟାରୁ ବ୍ୟାଙ୍କ ଖୋଲିବା ଉପରେ ପ୍ରାଧ୍ୟାନ୍ୟ ଦିଆଯାଇଥିଲା। ଏହି ନିଷ୍ପତ୍ତି ସମସ୍ତ ସରକାରୀ ବ୍ୟାଙ୍କ ତଥା କ୍ଷେତ୍ରୀୟ ଗ୍ରାମୀଣ ବ୍ୟାଙ୍କ(ଆରଆରବି) ଉପରେ ଲାଗୁ ହେବ ବୋଲି ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.