BOI ରେ ୫୦୦ରୁ ଅଧିକ PO ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ୫୦୦ରୁ ଅଧିକ PO ପଦବୀ ଖାଲି । ଆବେଦନ କରିବାର ଶେଷ ତାରିଖ ୨୫ ଫେବୃଆରୀ ୨୦୨୩ ରହିଛି । ଇଚ୍ଛୁକ ପ୍ରାର୍ଥୀଅଫିସିଆଲ ୱେବସାଇଟ୍‌ bankofindia.co.in କୁ ଯାଇ ଆବେଦନ କରିପାରିବେ ।

ବ୍ୟାଙ୍କ ଅଫ ଇଣ୍ଡିଆରେ ପ୍ରୋବେସନାରୀ ଅଫିସର ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଯେଉଁପ୍ରାର୍ଥୀ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଅଫିସିଆଲ ୱେବସାଇଟ୍‌ bankofindia.co.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୨୫ ଫେବୃଆରୀ ୨୦୨୩ ରହିଛି। ଏହି ଭର୍ତ୍ତି ଜରିଆରେ ୫୦୦ରୁ ଅଧିକ ପଦବୀରେ ଭର୍ତ୍ତି କରାଯିବ। ଏଥିରୁ ୩୫୦ ଖାଲିପଡିଥିବା ପଦବୀ ଜେନେରାଲ ବ୍ୟାଙ୍କିଂ ଷ୍ଟ୍ରିମରେ କ୍ରେଡିଟ୍‌ ଅଫିସର ରହିଥିବା ବେଳେ ୧୫୦ ପଦବୀ ସ୍ପେଶାଲିଷ୍ଟ ଷ୍ଟ୍ରିମରେ ଆଇଟି ଅଫିସର ରହିଛନ୍ତି। ସମସ୍ତ ପଦବୀ ପାଇଁ ବୟସ ସୀମା ଏବଂ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଛି।

ପଦବୀ ବିବରଣୀ : ୫୦୦

କ୍ରେଡିଟ୍‌ ଅଫିସର : ୩୫୦
ଆଇଟି ଅଫିସର : ୧୫୦

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୫ ଫେବୃଆରୀ ୨୦୨୩ ରହିଛି ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସୀମା ୨୦ ରୁ ୨୯ ବର୍ଷ ହୋଇଥିବା ଜରୁରୀ। ଅନୁସୂଚିତ ଜାତି ଏବଂ ଜନଜାତି ପ୍ରାର୍ଥୀଙ୍କୁ ୫ ବର୍ଷ ଏବଂ ଓବିସି ପ୍ରାର୍ଥୀଙ୍କୁ ୩ ବର୍ଷ ଛୁଟ୍‌ ମିଳିବ।

ଆବେଦନ ଶୁଳ୍କ : ସାଧାରଣ ବର୍ଗ ପ୍ରାର୍ଥୀ ଆବେଦନ ଶୁଳ୍କ ୮୫୦ ଟଙ୍କା ଭରିବାକୁ ହେବ। ସଂରକ୍ଷିତ ପ୍ରାର୍ଥୀ ୧୭୫ ଟଙ୍କା ଆବେଦନ ଶୁଳ୍କ ଭରିବାକୁ ହେବ ।

ଚୟନ ପ୍ରକ୍ରିୟା : ଏଥିପାଇଁ ଚୟନ ଅନଲାଇନ ମାଧ୍ୟମରେ ହେବ । ୧୭୫ ମାର୍କର ପରୀକ୍ଷାକୁ ୧୫୦ ମିନିଟରେ ଦେବାକୁ ହେବ । ଇଂଲିଶ ଏବଂ ଜେନେରାଲ ପ୍ରଶ୍ନ ପାଇଁ ୫୦-୫୦ ମାର୍କ ରହିବ । ଶେଷ ୭୫ ପ୍ରଶ୍ନ ପ୍ରଫେସନାଲ ଜ୍ଞାନ ଉପରେ ରହିବ ।

କେମିତି କରିବେ ଆବେଦନ :

ପ୍ରଥମେ ଅଫିସିଆଲ ୱେବସାଇଟ୍‌  bankofindia.co କୁ ଯାଆନ୍ତୁ ।

ହୋମ ପେଜକୁ ଯିବା ପରେ କ୍ୟାରିଅର ପେଜରେ କ୍ଲିକ୍‌ କରନ୍ତୁ ।

ଏହା ପରେ Recruitment of Probationary in JMGS-1 upon passing Post Graduate Diploma in Banking and Finance (PGDBF) Project.

ତା’ ପରେ ରେଜିଷ୍ଟ୍ରସନ ଉପରେ କ୍ଲିକ କରି ଆବେଦନ ଶୁଳ୍କ ଭରନ୍ତୁ ।

ଏହାପରେ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ ।

ସବୁ ସରିବା ପରେ ଏକ ପ୍ରିଣ୍ଟ ଆଉଟ୍‌ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://ibpsonline.ibps.in/boipojan23/

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.