ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ରରେ ୫୫୧ ପଦବୀ ଖାଲି, ମାସିକ ଦରମା ୧ଲକ୍ଷରୁ ଅଧିକ

ବ୍ୟାଙ୍କ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ବ୍ୟାଙ୍କ ଅଫ ମହାରାଷ୍ଟ୍ରରେ ବିଭିନ୍ନ ପଦବୀ ପାଇଁ ନୋଟିଫିକେସନ ଜାରି କରାଯାଇଛି। ଇଚ୍ଛୁକ ପ୍ରାର୍ଥୀ ବ୍ୟାଙ୍କ ଅଫ ମହାରାଷ୍ଟ୍ରରେ ଭର୍ତ୍ତି ପାଇଁ ଅଫିସିଆଲ ୱେବସାଇଟ୍‌କୁ ଯାଇ ଆବେଦନ କରିପାରିବେ। ଏଠାରେ ୫୫୧ ପଦବୀ ଖାଲିପଡିଛି।

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୩ ଡିସେମ୍ବର ୨୦୨୨ ରହିଛି ।

ପଦବୀ ବିବରଣୀ: ୫୫୧

ସ୍କେଲ-୧,୨,୩,୪,୫ ପ୍ରୋଜେକ୍ଟ ୨୦୨୩-୨୦୨୪ ପାଇଁ ଆବେଦନ କରିପାରିବେ ।

ବୟସ ସୀମା : ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ବୟସ ସୀମା ନିର୍ଦ୍ଧାରଣ କରାଯାଇଛି । ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମା ୪୫ ବର୍ଷ ରହିଛି ।

ଦରମା : ଏଜିଏମ ବୋର୍ଡ ସେକ୍ରେଟାରୀ ଆଣ୍ଡ କର୍ପୋରେଟ୍‌ ଗର୍ଭନାନ୍ସ, ଏଜିଏମ୍‌ ଡିଜିଟାଲ ବ୍ୟାଙ୍କିଂ, ଏଜିଏମ ମ୍ୟାନେଜମେଣ୍ଟ ଇନଫରମେସନ ସିଷ୍ଟମ ପଦବୀର ପ୍ରାର୍ଥୀଙ୍କୁ ମାସିକ ୧୦,୦,୩୫୦ ଟଙ୍କା ମିଳିବ।

ଶିକ୍ଷାଗତ ଯୋଗ୍ୟତା : ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରିତ କରାଯାଇଛି ।

କେମିତି କରିବେ ଆବେଦନ :

ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀ ପ୍ରଥମେ bankofmaharashtra.inକୁ ଯିବାକୁ ହେବ।

ୱେବସାଇଟ୍‌ର ହୋମପେଜରେ careers tab ଉପରେ କ୍ଲିକ କରିବାକୁ ହେବ।

ଏହାପରେ ରିକ୍ର୍ୟୁଟମେଣ୍ଟ ପ୍ରୋସେସ ଉପରେ ଟାପ୍‌ କରି ତା’ ପରେ କରେଣ୍ଟ ଓପନିଂ ଉପରେ କ୍ଲିକ୍‌ କରିବାକୁ ହେବ।

ଏହାପରେ ଏକ ଫର୍ମ ଖୋଲିବ, ତାକୁ ପୂରଣ କରିବାକୁ ହେବ।

ଫର୍ମ ପୂରଣ କରିବା ପରେ ଆପ୍ଲିକେସନ ପଇସା ଭରନ୍ତୁ। ଆବେଦନ ଫିସ୍‌ ଭରିବା ପରେ ଆପ୍ଲିକେସନକୁ ସବିମିଟ୍‌ କରନ୍ତୁ।

ଆପ୍ଲିକେସନ ସବମିଟ୍‌ କରିବା ପରେ ଏହାର ପ୍ରିଣ୍ଟଆଉଣ୍ଟ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ନୋଟିଫିକେସନ ଉପରେ କ୍ଲିକ କରନ୍ତୁ :

https://bankofmaharashtra.in/writereaddata/documentlibrary/0e659179-697a-4c20-985b-cc3f1da8f842.pdf