Below header

RRR ଜିତିଲା ‘ସର୍ବଶ୍ରେଷ୍ଠ ଅନ୍ତର୍ଜାତୀୟ ଚିତ୍ର’ ସମ୍ମାନ; ପ୍ରଶଂସକ କହିଲେ, ‘ଭାରତରେ ପୁଣିଥରେ ରିଲିଜ୍‌ କର ଫିଲ୍ମ…’

କେବଳ ଦେଶ ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ଏସ୍‌ଏସ୍‌ ରାଜାମୌଳୀଙ୍କ ଫିଲ୍ମ ଆର୍‌ଆର୍‌ଆର୍‌ ସଫଳତାର ଆଉ ଏକ ପାହାଚ ଚଢ଼ିଛି। ନିକଟରେ ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଳୀଙ୍କୁ ନ୍ୟୁୟର୍କ ଫିଲ୍ମ କ୍ରିଟିକ୍ସ ସର୍କଲରେ ସର୍ବଶ୍ରେଷ୍ଠ ନିର୍ଦ୍ଦେଶକର ପୁରସ୍କାର ମିଳିଛି। ଏଥି ସହିତ ଏବେ ଫିଲ୍ମକୁ ଆଟଲାଣ୍ଟା ଫିଲ୍ମ କ୍ରିଟିକ୍ସ ସର୍କଲ ଦ୍ୱାରା ‘ସର୍ବଶ୍ରେଷ୍ଠ ଅନ୍ତର୍ଜାତୀୟ ଚିତ୍ର’ ସମ୍ମାନରେ ସମ୍ମାନିତ କରାଯାଇଛି।

ଫିଲ୍ମ ୨୦୨୨ Atlanta Film Critics Circle ଆଓ୍ଵାର୍ଡସ୍‌ରେ ବେଷ୍ଟ୍‍ ଇଣ୍ଟରନ୍ୟାସନାଲ ପିକ୍ଚର ଆଓ୍ଵାର୍ଡ ଜିତିଛି। ଆଟଲାଣ୍ଟା ଫିଲ୍ମ କ୍ରିଟିକ୍ସ ସର୍କଲ ଟ୍ଵିଟରରେ ମୁଖ୍ୟ ଅଭିନେତା ରାମ ଚରଣ ଓ ଜୁନିୟର ଏନ୍‌ଟିଆରଙ୍କ ଫଟୋ ସେୟାର କରିଛି। ଏହା ଟ୍ଵିଟ୍‌ରେ ଲେଖିଛି ଯେ ‘୨୦୨୨ ଆଟଲାଣ୍ଟା ଫିଲ୍ମ କ୍ରିଟିକ୍ସ ସର୍କଲ ଆଓ୍ଵାର୍ଡସ୍‌, ସର୍ବଶ୍ରେଷ୍ଠ ଅନ୍ତର୍ରାଷ୍ଟ୍ରୀୟ ଚିତ୍ର: ଆର୍‌ଆର୍‌ଆର୍‌’। ଏହି ଟ୍ଵିଟ୍‌କୁ ଆର୍‌ଆର୍‌ଆର୍‌ର ଅଫିସିଆଲ ଟ୍ଵିଟର ହ୍ୟାଣ୍ଡେଲ ସେୟାର କରିବା ସହିତ କ୍ୟାପସନ ଲେଖିଛି, ‘ବହୁତ ବହୁତ ଧନ୍ୟବାଦ @ATLFilmCritics’।

ଫ୍ୟାନମାନେ ଏହି ଟ୍ଵିଟ୍‌ ଉପରେ ନିଜ ନିଜର ପ୍ରତିକ୍ରିୟା ଦେଇଛନ୍ତି ଏବଂ ଫିଲ୍ମର ପୂରା ଟିମ୍‌କୁ ଖୁବ୍‌ ଭଲ ପାଇବା ଦେଇଛନ୍ତି। ଜଣେ ବ୍ୟକ୍ତି ଲେଖିଛନ୍ତି, ‘ଦୟାକରି, ଭାରତରେ ଆର୍‌ଆର୍‌ଆର୍‌କୁ ପୁଣିଥରେ ରିଲିଜ୍‌ କର’। ଆଉ ଜଣେ ଲେଖିଛନ୍ତି, ‘ଜନତାଙ୍କ ଲୋକ’। କହି ରଖୁଛୁ, ଗତ ଶୁକ୍ରବାର ଏସ୍‌ଏସ୍‌ ରାଜାମୌଳୀ ନ୍ୟୁୟର୍କ ଫିଲ୍ମ କ୍ରିଟିକ୍ସ ସର୍କଲରେ ସର୍ବଶ୍ରେଷ୍ଠ ନିର୍ଦ୍ଦେଶକର ପୁରସ୍କାର ଜିତିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.