ସୁଜି ଏବଂ ବିରିରେ ବନାନ୍ତୁ ନରମ ନରମ ରାଓ୍ଵା ଇଡଲୀ

ଇଡଲୀ ଏବଂ ସାମ୍ଭର ଏକ ସାଉଥ୍ ଇଣ୍ଡିଆନ୍ ରେସିପି ଯାହାକୁ ଦକ୍ଷିଣ ଭାରତ ସମେତ ଉତ୍ତର ଭାରତରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିପାରିଛି। ଏହି ରେସିପିକୁ ଭାରତ ସହିତ ବିଦେଶରେ ମଧ୍ୟ ବହୁତ ମାତ୍ରାରେ ପସନ୍ଦ କରାଯାଏ।
ଆବଶ୍ୟକ ସାମଗ୍ରୀ
- ୧/୪ କପ୍ ବିରି ଡାଲି
- ୩/୪ କପ୍ ଚାଉଳ
- ୧/୪ ଛୋଟ ଚାମଚ୍ ମେଥି ମଞ୍ଜି
- ଆବଶ୍ୟକ ଅନୁସାରେ ପାଣି
- ସ୍ୱାଦଅନୁସାରେ ଲୁଣ
ପ୍ରସ୍ତୁତି ପ୍ରଣାଳୀ
- ସର୍ବପ୍ରଥମେ ଏକ ପାତ୍ରରେ ବିରି ଡାଲି ଏବଂ ମେଥି ପକାନ୍ତୁ। ଅଲଗା ଏକ ପାତ୍ରରେ ସୁଜି ପକାନ୍ତୁ। ଏବେ ବିରି ଡାଲି ଏବଂ ସୁଜିକୁ ୨ ଘଣ୍ଟା ପାଇଁ ଭିଜାଇ ରଖନ୍ତୁ।
- ସୁଜି ଏବଂ ବିରି ଡାଲି ଭଲଭାବେ ପାଣିରେ ଭିଜିଗଲା ପରେ ଏଥିରୁ ପାଣି ବାହାର କରିଦିଅନ୍ତୁ ଏବଂ ଏଥିରେ ମେଥି ପକାଇ ଭଲଭାବେ ଗ୍ରାଇଣ୍ଡିଂ କରି ଘୋଳ ପ୍ରସ୍ତୁତ କରନ୍ତୁ। ଏବେ ଏଥିରେ ଭିଜା ହୋଇଥିବା ସୁଜି ପକାନ୍ତୁ ଏବଂ ଏହାକୁ ଭଲଭାବେ ମିକ୍ସ କରିଦିଅନ୍ତୁ।
- ସବୁକୁ ଭଲଭାବେ ମିକ୍ସ କରି ଏକ ପତଳା ଘୋଳ ପ୍ରସ୍ତୁତ କରନ୍ତୁ। ଏବେ ଏହି ପେଷ୍ଟକୁ ୭ ଘଣ୍ଟା ପାଇଁ ଫର୍ମେଟେଡ୍ ବା ସେଟ୍ ହେବାକୁ ଛାଡନ୍ତୁ। ଏହାପରେ ଇଡଲୀ ଛାଞ୍ଚ ନିଅନ୍ତୁ ଏବଂ ଇଡଲୀ ପ୍ଲେଟରେ ସାମାନ୍ୟ ଘିଅ ଲଗାଇ ଗ୍ରିସ୍ କରିଦିଅନ୍ତୁ। ଯେପରି ଏହି ପେଷ୍ଟ ପ୍ଲେଟରେ ନ ଲାଗିବ।
- ଇଡଲୀ ଛାଞ୍ଚରେ ଅଳ୍ପ ପାଣି ଦେଇ ଗରମ କରନ୍ତୁ ଏହା ପରେ ଇଡଲୀ ପ୍ଲେଟକୁ ସାବଧାନରେ ସେଥିରେ ରଖିଦିଅନ୍ତୁ। ଏହାପରେ ୫ ରୁ ୧୦ ମିନିଟ୍ ପର୍ଯ୍ୟନ୍ତ ଇଡଲୀକୁ ଢ଼ାଙ୍କୁଣୀ ଲଗାଇ ରେଡି ହେବା ପାଇଁ ଛାଡି ଦିଅନ୍ତୁ।
- ସମୟ ପରେ ଏହାର ଢ଼ାଙ୍କୁଣୀ ହଟାଇ ଦିଅନ୍ତୁ ଏବଂ ଟୁଥପିକ୍ ସାହାଯ୍ୟରେ ଚେକ କରନ୍ତୁ ଇଡଲୀ ଠିକ ଭାବେ ସିଝିଛି କି ନାହିଁ। ଯଦି ଏହା ଟୁଥପିକରେ ନଲାଗିବ ତାହେଲେ ଜାଣିବେ ଯେ ଇଡଲୀ ହୋଇଯାଇଛି। ଏହାକୁ ଆପଣ ଗ୍ରୀନ ଚଟଣୀ ନଚେତ ସାମ୍ବର ସହିତ ଖାଇପାରିବେ।