ବ୍ୟାଙ୍କ ମାଗଣାରେ ଦେଇନଥାଏ କ୍ରେଡିଟ କାର୍ଡ, ଆପଣଙ୍କ ଠାରୁ ନିଆଯାଇଥାଏ ଏହିସବୁ ଚାର୍ଜ

ଟଙ୍କାର ଅଭାବ ପଡିଲେ ଯଦି କେହି କାମରେ ଆସେ ତାହା ହେଉଛି କ୍ରେଡିଟ୍ କାର୍ଡ । ଏହା ବ୍ୟତୀତ କ୍ରେଡିଟ କାର୍ଡରେ ସପିଂ କରିବା ଦ୍ୱାରା ପୁରସ୍କାର ମଧ୍ୟ ମିଳିଥାଏ । ଅବଶ୍ୟ ଯେତେବେଳେ ବ୍ୟାଙ୍କଗୁଡ଼ିକ ଆପଣଙ୍କୁ ଏକ କ୍ରେଡିଟ୍ କାର୍ଡ ଦିଅନ୍ତି, ସେମାନେ କହିଥାନ୍ତି ଯେ ଏହା ମାଗଣା । କିନ୍ତୁ ପ୍ରକୃତରେ ଏହାକୁ ଫ୍ରୀ ନୁହେଁ ୟୁଜର୍ସମାନେ ଏହା ବୁଝିବା ଉଚିତ୍ ଯେ କାର୍ଡ ସହିତ କିଛି ଲୁକ୍କାୟିତ ଚାର୍ଜ ମଧ୍ୟ ରହିଛି । ତେବେ ଏହି ଚାର୍ଜଗୁଡିକ ଜାଣି ଯଦି ଆପଣ ଏକ କ୍ରେଡିଟ୍ କାର୍ଡ ବ୍ୟବହାର କରନ୍ତି ତାହେଲେ ଆପଣଙ୍କୁ ଲାଭ ମିଳିବ । ତାହେଲେ ଆସନ୍ତୁ ଜାଣିବା କ୍ରେଡିଟ୍ କାର୍ଡ ବିରୋଧରେ ଆପଣଙ୍କୁ କେଉଁ କେଉଁ ଚାର୍ଜ ଦେବାକୁ ପଡିଥାଏ ।

ମେଣ୍ଟେନାନ୍ସ ଚାର୍ଜ: ଏହା ହେଉଛି ବାର୍ଷିକ ରକ୍ଷଣାବେକ୍ଷଣ ଦେୟ । ମାଗଣାରେ କ୍ରେଡିଟ୍ କାର୍ଡ ଯୋଗାଇଦେବା ଅର୍ଥ ହେଉଛି କେବଳ ଜଏନିଙ୍ଗ ଫି ଏବଂ ଆନୁଆଲ ଚାର୍ଜକୁ ହଟାଇ ଦିଆଯାଇଥାଏ ଆଉ ତାହା ପୁଣି ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ।

କ୍ୟାସ ଆଡଭାନ୍ସ ଫି: ଗ୍ରାହକଙ୍କୁ ନିଜର କ୍ରେଡିଟ କାର୍ଡରେ ବି ଏଟିଏମରୁ ଟଙ୍କା ଉଠାଇବା ପାଇଁ ସୁବିଧା ଦିଆଯାଇଥାଏ । ଯଦିଓ ବ୍ୟାଙ୍କଗୁଡିକ ଏହା ଉପରେ ମଧ୍ୟ ଏକ ଶୁଳ୍କ ଆଦାୟ କରନ୍ତି । ଯାହା ଉଠା ଯାଉଥିବା ରାଶିର 2.5 ପ୍ରତିଶତ ପର୍ଯ୍ୟନ୍ତ ହୋଇଥାଏ ।

Banks do not give credit card for free, these charges are taken from you, know

ଲେଟ ପେମେଣ୍ଟ ଚାର୍ଜ: କ୍ରେଡିଟ କାର୍ଡର ମାସିକ ବିଲରେ ସମୁଦାୟ ରାଶିର ଉଲ୍ଲେଖ କରାଯାଇଥାଏ । ଅନେକ ଥର ଲୋକମାନେ ସର୍ବନିମ୍ନ ରାଶି ପ୍ରଦାନ କରନ୍ତି ଯେଉଁଥିପାଇଁ ଆପଣ ଆଗକୁ ଅସୁବିଧାରେ ପଡିପାରନ୍ତି । ବ୍ୟାଙ୍କଗୁଡ଼ିକ ଏହା ଉପରେ ଏକ ଇଂଟରେଷ୍ଟ ଚାର୍ଜ ଆଦାୟ କରିଥାନ୍ତି ।

ଓଭରଡ୍ରାଫ୍ଟ ଚାର୍ଜ: ଯେତେବେଳେ କାର୍ଡଧାରୀ ତାଙ୍କ କାର୍ଡର ସୀମାଠାରୁ ଅଧିକ ଋଣ ନେଇଥା’ନ୍ତି, ସେତେବେଳେ ଓଭରଡ୍ରାଫ୍ଟ ଚାର୍ଜ କ୍ରେଡିଟ କାର୍ଡରେ ପ୍ରୟୋଗ କରାଯାଏ ।

ଜିଏସ୍ଟି ଚାର୍ଜ: କ୍ରେଡିଟ୍ କାର୍ଡରେ ହେଉଥିବା ସମସ୍ତ ପ୍ରକାର ଲେଣଦେଣ ଉପରେ ଜିଏସ୍ଟି ଲାଗୁ କରାଯାଇଥାଏ । ଯାହାକି ନିର୍ଦ୍ଧାରିତ ଦର ହିସାବରେ ଲାଗୁ କରାଯାଇଥାଏ ।

ସରଚାର୍ଜ: ଯେତେବେଳେ ପେଟ୍ରୋଲ କିମ୍ବା ରେଳ ଟିକେଟ୍ ପାଇଁ କ୍ରେଡିଟ୍ କାର୍ଡ ବ୍ୟବହାର କରାଯାଏ ସେତେବେଳେ ଦେଣନେଣ ଉପରେ ଅତିରିକ୍ତ ଚାର୍ଜ ଲାଗିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.