ଓଡିଶାର ୬ ଜିଲ୍ଲାରେ ହେବ ପ୍ରବଳ ବର୍ଷା, ଆସନ୍ତା ୧୨ ତାରିଖ ଯାଏଁ ଲାଗିରହିବ ଝଡତୋଫାନ

ଆସନ୍ତା ୮ ତାରିଖରେ ଲଘୁଚାପ ଫଳରେ ବର୍ଷା ହେବା ସମ୍ଭାବନା। ଫଳରେ ରାଜ୍ୟର ୬ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହି ୬ ଜିଲ୍ଲା ମଧ୍ୟରେ ରହିଛି ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା,ନବରଙ୍ଗପୁର ଏବଂ କୋରାପୁଟ ଯେଉଁଠି ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ସେହିପରି ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ଲାଗି ରହିବ ବୋଲି ସୂଚନା ରହିଛି।

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗରରେ ସ୍ରୁଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବ ଫଳରେ ଏହାର ପ୍ରଭାବରେ ଦକ୍ଷିଣ ପୂର୍ବ ମୌସୁମୀ ବାୟୁ ସକ୍ରିୟ ହେବାସହିତ ଓଡିଶାକୁ ମୌସୁମୀର ଆଗମନ ନେଇ ଅନୁକୂଳ ପରିବେଶ ସ୍ରୁଷ୍ଟି କରିବ। ଯାହାଫଳରେ ଓଡିଶାରେ ବର୍ଷା ହେବ। ଏହାକୁ ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ଵାର୍ଣ୍ଣିଂ ଜାରୀ କରାଯାଇଛି। ସେହିପରି ଆସନ୍ତା ୧୨ ତାରିଖରେ ଓଡିଶାକୁ ମୌସୁମୀ ଆସିପାରେ ବୋଲି ସମ୍ଭାବନା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.