Below header

ଏହିସବୁ ବ୍ୟାଙ୍କ୍‌ରୁ ନିଜ ଟଙ୍କା ଉଠାଇଲେ ବି ଅଗଷ୍ଟରୁ ଦେବାକୁ ପଡ଼ିବ ଚାର୍ଜ

କରୋନା ସମୟରେ ସାଧାରଣ ଲୋକଙ୍କ ଉପରେ ପୁଣି ବୋଝ ଦେଲା ବ୍ୟାଙ୍କ୍‌ । ଏବେ ବ୍ୟାଙ୍କ୍‌ରେ ରଖିଥିବା ନିଜ ଟଙ୍କା ଉଠାଇଲେ ବି ଦେବାକୁ ପଡ଼ିବ ଚାର୍ଜ । ଏମିତି ନିୟମ ଆଣିଛନ୍ତି ଏହିସବୁ ବ୍ୟାଙ୍କ୍‌ କର୍ତ୍ତୃପକ୍ଷ । ଏହି ନିୟମ ଅଗଷ୍ଟ ୧ ରୁ ଲାଗୁହେବ । ଏହାଛଡ଼ା କେତେକ ବ୍ୟାଙ୍କ୍‌ ଜମା ଖାତାର ମିନିମମ୍‌ ବାଲାନ୍ସ ରାଶି ମଧ୍ୟ ବଢ଼ାଇ ଦେଇଛନ୍ତି ।

bank-maharastra

ଟଙ୍କା ଉଠାଇବା ବେଳେ ଚାର୍ଜ କଟିବା ସହ ମିନିମମ୍‌ ବାଲାନ୍ସ ରାଶି ବଢ଼ାଇ ଥିବା ବ୍ୟାଙ୍କ୍‌ଗୁଡିକ ହେଲେ ବ୍ୟାଙ୍କ୍‌ ଅଫ୍‌ ମହାରାଷ୍ଟ୍ର, ଏକ୍ସିସ୍‌ ବ୍ୟାଙ୍କ୍‌, କୋଟକ ମହିନ୍ଦ୍ରା ବ୍ୟାଙ୍କ୍‌ ଓ ଆର୍‌ବିଏଲ୍‌ ବ୍ୟାଙ୍କ୍‌ । ବ୍ୟାଙ୍କ୍‌ ଅଫ୍‌ ମହାରାଷ୍ଟ୍ରର ମେଟ୍ରୋ ଓ ସହରରେ ଥିବା ଶାଖାଗୁଡିକରେ ଯଦି ଆପଣଙ୍କ ଜମା ଖାତା ଥାଏ ତେବେ ଖାତାରେ ମାସିକ ୨ ହଜାର ଟଙ୍କା ମିନିମମ୍‌ ବାଲାନ୍ସ ରଖିବାକୁ ପଡିବ । ପୂର୍ବରୁ ଏହି ସୀମା ୧୫୦୦ ଟଙ୍କା ଥିଲା ।

bank-kotak

ଯଦି ଆପଣଙ୍କ ଖାତାରେ ୨ହଜାରରୁ କମ୍‌ ରାଶି ରହିଲା ତେବେ ଆପଣଙ୍କୁ ଜରିମାନା ରାଶି ଭରିବାକୁ ପଡ଼ିବ । ଏହି ଜରିମାନା ରାଶି ମେଟ୍ରୋ ଓ ସହରୀ ଶାଖାରେ ପ୍ରତି ମାସ ୭୫ ଟଙ୍କା ଓ ଅର୍ଦ୍ଧ ସହରୀ ଶାଖାରେ ମାସିକ ୫୦ ଟଙ୍କା ଓ ଗ୍ରାମୀଣ ଶାଖାରେ ୨୦ ଟଙ୍କା ପ୍ରତି ମାସକୁ କଟିବ ବୋଲି ବ୍ୟାଙ୍କ୍

bank-axis

‌ ପକ୍ଷରୁ ଜଣାପଡ଼ିଛି । କରେଣ୍ଟ ଆକାଉଣ୍ଟଧାରୀଙ୍କ ପାଇଁ ନ୍ୟୁନତମ ଜମାରାଶି ୫ ହଜାର ଟଙ୍କା ରଖାଯାଇଛି ।

ସେହିପରି ଏଟିଏମରୁ ଟଙ୍କା ଉଠାଇବା ବେଳେ ହୋମ୍‌ ବ୍ରାଞ୍ଚ୍‌ ଓ ଅନ୍ୟ ବ୍ରାଞ୍ଚ୍‌ ଏଟିଏମ୍‌ରୁ ଅତି ବେଶୀରେ ୩ ଥର ଟଙ୍କା ଉଠାଇ ପାରିବେ । ଏହାଠାରୁ ଅଧିକ ଥର ଉଠାଇଲେ ପ୍ରତି ଉଠାଣ ପାଇଁ ୧୦୦ ଟଙ୍କା ଚାର୍ଜ ଦେବାକୁ ପଡ଼ିବ ବୋଲି ଜଣାପଡ଼ିଛି । ସେହିପରି ଲକର୍‌ ପାଇଁ ଡିପୋଜିଟ୍‌ ରାଶି କମ୍‌ କରିଦିଆଯାଇଛି ।

ଏକ୍ସିସ୍‌ ବ୍ୟାଙ୍କ ଖାତାଧାରୀଙ୍କ ପାଇଁ ପ୍ରତି ଇସିଏସ୍‌ ଲେନ୍‌ଦେନ୍‌ ପାଇଁ ୨୫ ଟଙ୍କା ଦେବାକୁ ପଡ଼ିବ । କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ୍‌ କର୍ପୋରେଟ୍‌ ଓ ସାଲାରୀ ଖାତାଧାରକଙ୍କ ପାଇଁ ପ୍ରତି ମାସ ୫ ଫ୍ରି ଏଟିଏମ୍‌ ଉଠାଣ ଦେବେ । ୫ଟି ଟ୍ରାଞ୍ଜାକ୍‌ସ୍‌ ପରେ ପ୍ରତି ଏଟିଏମ୍‌ ଉଠାଣ ପାଇଁ ୨୦ ଟଙ୍କା ଓ ବିନା ଲେନ୍‌ ଦେନ ଏଟିଏମ୍‌ ବ୍ୟବହାର ପାଇଁ ୮.୫ ଟଙ୍କା ଦେବାକୁ ପଡ଼ିବ ବୋଲି ବ୍ୟାଙ୍କ୍‌ କହିଛି । ଏହାଛଡ଼ା ପ୍ରତିମାସ ୩ ଥର ଟଙ୍କା ଉଠାଣରେ କୈାଣସି ଚାର୍ଜ ଲାଗୁ ନଥିବା ବେଳେ ୪ର୍ଥ ଉଠାଣକୁ ୧୦୦ ଟଙ୍କା ଲାଗିବ ବୋଲି ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.