Below header

ଜାଣନ୍ତୁ ପ୍ରଧାନମନ୍ତ୍ରୀଙ୍କ ବଡିଗାର୍ଡମାନେ କାହିଁକି ପିନ୍ଧିଥାନ୍ତି କଳା ଚଷମା

ସାଧାରଣତଃ ଆପଣ ଦେଖିଥିବେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ପାଇଁ ତାଙ୍କ ସହିତ ସର୍ବଦା ବଡିଗାର୍ଡମାନେ ଚାଲିଥାନ୍ତି । କାରଣ ତାଙ୍କ ସୁରକ୍ଷାର ଦାୟିତ୍ତ୍ୱ SPG (Special Protection Group) ଉପରେ ରହିଥାଏ । କିନ୍ତୁ କେବେ ଆପଣଙ୍କ ନଜର ସେହି ବଡିଗାର୍ଡ ମାନଙ୍କ ଉପରକୁ ଯାଇଛି ଯେଉଁମାନେ ଦିନରାତି କଳା ଚଷମା ପିନ୍ଧିକି ରହିଥାନ୍ତି ? ପ୍ରଧାମନ୍ତ୍ରୀ କେଉଁଠି ଭାଷଣ ଦିଅନ୍ତୁ କିମ୍ବା ରାଲିରେ ଯାନ୍ତୁ ତାଙ୍କ ପାଖରେ ଥିବା ସିକ୍ୟୁରିଟି ଗାର୍ଡ ସର୍ବଦା କଳା ଚଷମା ପିନ୍ଧି ରହିଥାନ୍ତି । ଆପଣ ବୋଧହୁଏ ଜାଣିନଥିବେ ଯେ SPGର ସୁରକ୍ଷା ପ୍ରଧାନମନ୍ତ୍ରୀ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସହିତ ବିଦେଶରୁ ଆସିଥିବା ସ୍ୱତନ୍ତ୍ର ଅତିଥିଙ୍କୁ ମିଳିଥାଏ । ଏହି ସମସ୍ତ କମାଣ୍ଡୋ ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଥାଆନ୍ତି । 1984ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଏସପିଜି ଗଠନ କରାଯାଇଥିଲା। ତେବେ ପ୍ରଧାନମନ୍ତ୍ରୀଙ୍କ ବଡିଗାର୍ଡ କଳା ଚଷମା ପିନ୍ଧିବା ପଛରେ କିଛି କାରଣ ନିଶ୍ଚୟ ଥିବ ତାହେଲେ କଣ ସେହି କାରଣ ? ଆସନ୍ତୁ ଜାଣିବା କାହିଁକି ଏହି ଅଙ୍ଗରକ୍ଷୀମାନେ ଆଖିରେ ସବୁବେଳେ କଳା ଚଷମା ପିନ୍ଧନ୍ତି ।

Why Prime Ministers Bodyguard wear black sunglasses

  • ଯେତେବେଳେ ଏହି ଅଙ୍ଗରକ୍ଷୀମାନେ ପ୍ରଧାନମନ୍ତ୍ରୀଙ୍କ ସହ ବୁଲୁଥାନ୍ତି କିମ୍ବା ଠିଆ ହୋଇଥାନ୍ତି ସେତେବେଳେ ସେମାନଙ୍କର ଆଖି ସବୁଆଡେ ବୁଲୁଥାଏ । କେହି ଜାଣନ୍ତି ନାହିଁ ଯେ ସେମାନେ କେଉଁ ଆଡେ ଚାହିଁଛନ୍ତି ତେଣୁ ଅଙ୍ଗରକ୍ଷୀମାନେ ସର୍ବଦା କଳା ଚଷମା ପିନ୍ଧନ୍ତି ।
  • ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ଯଦି ହଠାତ୍ କୌଣସି ବିସ୍ଫୋରଣ ଘଟେ କିମ୍ବା ଗୁଳିବର୍ଷଣ ହୁଏ ତାହେଲେ ସ୍ୱାଭାବିକ କଥା ଯେ କିଛି ସମୟ ପର୍ଯ୍ୟନ୍ତ ଆଖି ବନ୍ଦ କରି ରଖିବାକୁ ପଡେ କିନ୍ତୁ ଏହି ବଡିଗାର୍ଡମାନଙ୍କୁ ଯେକୌଣସି ପରିସ୍ଥିତିରେ ବି ଆଖି ଖୋଲା ରଖିବାକୁ ପଡିଥାଏ ଯେପରି କୌଣସି ଅଘଟଣ ଘଟି ନଯାଉ । ଏପରିସ୍ଥଳେ କଳାଚଷମା ବହୁତ ସାହାଯ୍ୟକାରୀ ପ୍ରମାଣିତ ହୁଏ ଏବଂ ତୁରନ୍ତ ସୁରକ୍ଷା ଯୋଗାଇଥାଏ ।
  • ଏହି ଲୋକମାନଙ୍କୁ ଏପରି ତାଲିମ ଦିଆଯାଇଛି ଯେ ସେମାନେ ଯେକୌଣସି ବ୍ୟକ୍ତିଙ୍କ ଆଖି ଏବଂ ଶରୀର ଭାଷା ପଢିପାରିବେ ଏବଂ ସେମାନଙ୍କର ପରବର୍ତ୍ତୀ ପଦକ୍ଷେପଗୁଡ଼ିକୁ ଆଗକୁ ବଢ଼ାଇପାରିବେ । କାରଣ ଶତ୍ରୁର ପ୍ରତ୍ୟେକ ଗତିବିଧିକୁ ଅନୁଭବ କରିବା ଏବଂ ସେମାନଙ୍କ ମନକଥା ପଢିବା ପାଇଁ ଆଖି ହେଉଛି ଏକମାତ୍ର ମାଧ୍ୟମ । ଏଥିପାଇଁ ସୁରକ୍ଷା କର୍ମୀମାନେ ଚଷମାର ବ୍ୟବହାର କରନ୍ତି।
  • ଯେକୌଣସି ପରିସ୍ଥିତିରେ ବି ବଡିଗାର୍ଡମାନେ ନିଜ ଆଖିକୁ ସୁସ୍ଥ ଏବଂ ପରିଷ୍କାର ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କର ଆଖି କୌଣସି ଅସ୍ତ୍ରଠାରୁ କମ୍ ନୁହେଁ । ଯେପରି ସେମାନେ ଅସ୍ତ୍ରଶସ୍ତ୍ରକୁ ଲୁଚାଇ ରଖନ୍ତି ସେହିପରି ନିଜ ଆଖିକୁ ମଧ୍ୟ ଢାଙ୍କି ରଖିଥାନ୍ତି ଆଉ ସେଥିପାଇଁ କଳା ଚଷମା ନିହାତି ଆବଶ୍ୟକ ।

Security Man Looking to the Stock Footage Video (100% Royalty-free ...

 

  • ଆମେ ସମସ୍ତେ ଜାଣୁ ଯେ ଯେତେବେଳେ ବି ଆମେ ସୂର୍ଯ୍ୟ କିରଣରୁ କୌଣସି ରୁମ ଭିତରକୁ ଆସିଥାଉ, ସେତେବେଳେ କିଛି ସେକେଣ୍ଡ ପାଇଁ ସ୍ପଷ୍ଟ ଦେଖାଯାଇ ନଥାଏ । କେବଳ ସେତିକି ନୁହେଁ ଭିନ୍ନ ଭିନ୍ନ ପ୍ରକାରର ଲାଇଟ ମଧ୍ୟ ଆଖି ଉପରେ ଏହାର ପ୍ରଭାବ ପକାଇଥାଏ । ଏଥିରୁ ରକ୍ଷା ପାଇବା ପାଇଁ ମଧ୍ୟ ସୁରକ୍ଷା କର୍ମୀମାନେ କଳା ଚଷମା ପିନ୍ଧନ୍ତି ।
  • ଏହା କହିବା ଭୁଲ୍ ହେବ ନାହିଁ ଯେ ବଡିଗାର୍ଡମାନେ କଳା ଚଷମା ପିନ୍ଧିବା ଦ୍ୱାରା ସେମାନଙ୍କର ଦୃଷ୍ଟି ଶକ୍ତି ରକ୍ଷା ହୋଇଥାଏ । ଏମିତିକି ଯଦି କେହି ସେମାନଙ୍କୁ କୌଣସି ସାରପ୍ରାଇଜ କିମ୍ବା ଆଶ୍ଚର୍ଯ୍ୟ କରାଇଦେବା ଭଳି କିଛି କରିବାରେ ସଫଳ ହୋଇଥିବେ ତାହେଲେ ଆକ୍ରମଣକାରୀ ତାଙ୍କ ଆଖିକୁ ଦେଖିପାରିବେ ନାହିଁ । ଯେ ସେ ପ୍ରକୃତରେ ସେତିକି ଆଘାତ ପାଇଛନ୍ତି କି ନାହିଁ କିମ୍ବା ଆଶ୍ଚର୍ଯ୍ୟ ହୋଇଛନ୍ତି କି ନାହିଁ । କାରଣ ଏହି କଳା ଚଷମା ତାଙ୍କ ଆଖିର ଏକ୍ସପ୍ରେସନକୁ ଲୁଚାଇବାରେ ସକ୍ଷମ ହୋଇଥାଏ । ଏହାକୁ ପିନ୍ଧିବା ଦ୍ୱାରା ଆଖି ଶୀଘ୍ର ସୁସ୍ଥ ହେବା ସହିତ ଆକ୍ରମଣକାରୀଙ୍କୁ ଜବାବ ଦେବା ପାଇଁ କାଉଣ୍ଟର ଆଟାକ୍ ଭଳି ଯୋଜନା ମଧ୍ୟ କରାଯାଇପାରିବ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.