ବନ୍ଦ ହେଲା ଜିଓର ସବୁଠାରୁ ଶସ୍ତା ପ୍ଲାନ, ଜାଣନ୍ତୁ କ’ଣ କ’ଣ

ଦେଶର ସବୁଠାରୁ ବଡ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ନିଜର ଦୁଇଟି ଶସ୍ତା ପ୍ଲାନକୁ ବନ୍ଦ କରିଦେଇଛି। ଏହି ଦୁଇଟି ପ୍ଲାନ ମଧ୍ୟରେ ୪୯ଟଙ୍କା ଏବଂ ୬୯ ଟଙ୍କା ରହିଛି। ଯାହା କେବଳ ଜିଓ ଫୋନ ୟୁଜର୍ସଙ୍କ ପାଇଁ ପ୍ରର୍ଯ୍ୟୁଜ ଥିଲା। ଏହି ପ୍ଲାନକୁ ଏବେ ରିଲାଏନ୍ସ ଜିଓ େଓ୍ଵବସାଇଟରୁ ହଟାଇ ଦେଇଛି। ଏବେ ଜିଓ ଗ୍ରାହକ ଏହାର ବ୍ୟବହାର କରିପାରିବେ ନାହିଁ। ରିଲାଏନ୍ସ ଜିଓ ଏହାକୁ Shorter Validity Plan ନାମ ଦେଇଛି।

ଜିଓର ଏହି ଦୁଇଟି ପ୍ଲାନର ଅବଧି ୧୪ ଦିନ ରହିଥିଲା। କିନ୍ତୁ ଦୁଇଟି ପ୍ଲାନରେ ଅଲଗା ଅଲଗା ପ୍ରକାରର ସୁବିଧା ରହିଥିଲା। ଏହି ପ୍ଲାନକୁ ଗତ ୫ ମାସ ହେଲାଣି ଆସିଥିଲା। ୪୯ ଟଙ୍କିଆ ପ୍ଲାନରେ ଜିଓରୁ ଜିଓ ଅନଲିମିଡେଟ କଲିଂ, ଅନ୍ୟ ନେଟଓ୍ଵାର୍କ ପାଇର୍ ୨୫୦ ମିନିଟ କଲ୍‌ ଏବଂ ୨୫ଟି ଏସଏମଏସ୍‌ ମିଳୁଥିଲା। ଏହା ସହିତ ଇଣ୍ଟରନେଟ ପାଇଁ ଗ୍ରାହଙ୍କୁ ୨ ଜିବି ଡାଟା ମଧ୍ୟ ମିଳୁଥିଲା।

phone

ସେହିପରି ୬୯ ଟଙ୍କିଆ ପ୍ଲାନରେ ଜିଓରୁ ଜିଓ ଅନଲିମିଟେଡ କଲିଂ, ଅନ୍ୟ ନେଟଓ୍ଵାର୍କକୁ ୨୫୦ ନନ୍‌ ଜିଓ ମିନିଟ କଲ ଏବଂ ୨୫ଟି ଏସଏମଏସ୍‌ ମିଳୁଥିଲା। ଏହାଛଡା ଗ୍ରାହକଙ୍କୁ ପ୍ରତିଦିନ .୫ ଜିବି ଡାଟା ସହିତ ମୋଟ ୭ ଜିବି ଡାଟା ବ୍ୟବହାର କରିପାରୁଥିଲେ ୟୁଜର୍ସ। ଦୁଇଟି ଯାକ ପ୍ଲାନରେ ଜିଓ ଆପ୍‌ର ମାଗଣା ସବସ୍କ୍ରିପସନ ମିଳୁଥିଲା।

ସେହିପରି ଜିଓର ୭୫ ଟଙ୍କିଆ ପ୍ଲାନ ସବୁଠାରୁ ଶସ୍ତା ରହିଥିଲା। ଏହି ପ୍ଲାନର ଅବଧି ୨୮ ଦିନ ରହିଥିଲା। ଏଥିରେ ୟୁଜର୍ସଙ୍କୁ ୩ ଜିବି ଡାଟା ସହିତ ଅନଲିମିଡେଟ୍‌ କଲିଂ, ଅନ୍ୟ ନେଟଓ୍ଵାର୍କକୁ ୫୦୦ ମିନିଟ କଲ ଏବଂ ୫୦ଟି ଏସଏମଏସର ସୁବିଧା ମିଳୁଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.