Below header

କଟକ:ଏସ୍‌ସିବି, ଆଚାର୍ଯ୍ୟ ହରିହର ଓ ଶିଶୁଭବନରେ ରୋଗୀ ସେବା ପାଇଁ ପ୍ରଶାସନ ତରଫରୁ ସ୍ୱତନ୍ତ୍ର  ଏସ୍‌ଓପି

କଟକ(କେନ୍ୟୁଜ୍): କରୋନା  କବଜାରେ କଟକ ସହର। କ୍ବାରେଣ୍ଟାଇନ କେସ ଠାରୁ ବଢୁଥିବା ଲୋକାଲ କେସ ଏବେ କଟକ ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି। ଦିନକୁ ଦିନ ଆ୍ରକନ୍ତଙ୍କ ସଂଖ୍ୟା ବଢୁଥିବାରୁ କିଛି ଦିନ ତଳେ ସହରକୁ  ୭ ଦିନିଆ ସଟ ଡାଉନ କରିଥିଲା ଜିଲ୍ଲା ପ୍ରଶାସନ। ଏବେ  ଏସ୍‌ସିବି, ଆଚାର୍ଯ୍ୟ ହରିହର ଓ ଶିଶୁଭବନରେ ରୋଗୀ ସେବା ପାଇଁ ପ୍ରଶାସନ ତରଫରୁ ସ୍ୱତନ୍ତ୍ର  ଏସ୍‌ଓପି ଜାରି ହୋଇଛି  । ଆଉଟଡୋର ଓ ଇନ୍‌ଡୋର ରୋଗୀଙ୍କ ପାଇଁ ନୂଆ ଗାଇଡଲାଇନ ଜାରି ହୋଇଛି ।

ମେଡିକାଲରେ ଭିଡ଼ କମାଇବାକୁ ନିଷ୍ପତ୍ତି ନିଆଯାଇଛି । କଟକରେ ଚିକିତ୍ସା ସେବାକୁ ନେଇ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଥିବା କଟକ ଜିଲ୍ଲା କୋଭିଡ୍‌ ପର୍ଯ୍ୟବେକ୍ଷକ ସୌରଭ ଗର୍ଗ । ଏହାସହ ବୈଠକରେ ଜିଲ୍ଲାପାଳ, ସିଏମସି କମିଶନର, ପୋଲିସର କମିଶନର ପ୍ରମୁଖ ଉପସ୍ଥିତ ଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.