Below header

MBBS‌ ଡାକ୍ତରଙ୍କ ସହ ସମାନ ଦରମା ନ ମିଳିବାରୁ ଚାକିରି ଛାଡ଼ିଲେ ୧୮୦୦ ଆୟୁଷ ଡାକ୍ତର; ମେଡିକାଲ ସେବା ବାଧାପ୍ରାପ୍ତ

ଚାକିରି ଛାଡ଼ିଲେ ୧୮୦୦ ଆୟୁଷ ଡାକ୍ତର। ସରକାର ଦାବି ପୂରଣ ନ କରିବାରୁ ଗୁରୁବାର ଦିନ କର୍ଣ୍ଣାଟକର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଡାକ୍ତରମାନେ ଏଭଳି ବଡ଼ ପଦକ୍ଷେପ ଗ୍ରହଣ କରିଥିବା ଜଣାଯାଇଛି। ତେବେ ଏତେ ସଂଖ୍ୟକ ଡାକ୍ତର କରୋନା ସମୟରେ ଏଭଳି ଅଚାନକ ଚାକିରି ଛାଡ଼ିବା ପରେ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ଭୁଷୁଡ଼ିପଡ଼ିଛି। ସରକାର ସେମାନଙ୍କୁ ୪ ଦିନ ସମୟ ମାଗିଛନ୍ତି। ମାତ୍ର ଡାକ୍ତରମାନେ ୪ ଦିନ ଯାକ କାମ କରିବେ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇଦେଇଛନ୍ତି।

Doctors oppose the NMC Bill proposal to allow AYUSH doctors to ...

ସୂଚନାଯୋଗ୍ୟ ଯେ ମେ’ମାସରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀରାମୁଲୁଙ୍କ ସହ ଆୟୁଷ ଡାକ୍ତରମାନେ ଦରମା ବୃଦ୍ଧିକୁ ନେଇ ଆଲୋଚନା କରିଥିଲେ। ସେତେବେଳେ ମନ୍ତ୍ରୀ ତାଙ୍କୁ ଦରମା ବଢ଼ିବା ନେଇ ଆଶା ଦେଖାଇଥିଲେ। ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ନିଷ୍କର୍ଷ ନ ବାହାରିବାରୁ ସମସ୍ତେ ଚାକିରି ଛାଡ଼ିଛନ୍ତି।

1,800 Ayush doctors quit, govt seeks 4 days time- The New Indian ...

ପ୍ରକାଶ ଯେ ସମାନ କାମ ପାଇଁ ସମାନ ଦରମା ନ୍ୟାୟରେ ଆୟୁଷ ଡାକ୍ତରମାନେ ଏମ୍‌ବିବିଏସ୍‌ ଡାକ୍ତରଙ୍କ ସହ ସମାନ ବେତନ ଦାବି କରିଥିଲେ। ବର୍ତ୍ତମାନ କରୋନା ସମୟରେ ଆୟୁଷ ଡାକ୍ତର ମଧ୍ୟ ସମାନ ପରିଶ୍ରମ କରୁଥିବାରୁ ସେମାନଙ୍କୁ ଏମ୍‌ବିବିଏସ୍‌ ଡାକ୍ତରଙ୍କ ଭଳି ଦରମା ମିଳୁ ବୋଲି ଦୀର୍ଘଦିନ ଧରି ସେମାନେ ଦାବି କରି ଆସୁଥିଲେ। ମାତ୍ର ସରକାର ସେମାନଙ୍କ ଦାବିକୁ ଅଣଦେଖା କରିଆସୁଥିଲେ। ଏଥିରେ ଅସନ୍ତୁଷ୍ଟ ହୋଇ ବାଧ୍ୟ ହୋଇ ଆୟୁଷ ଡାକ୍ତର ଚାକିରି ଛାଡ଼ିଥିବା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.