ଜାନୁଆରୀ ୨୦୨୩ରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ, ଆରବିଆଇ ଜାରି କଲା ଛୁଟି ତାଲିକା

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (RBI) ୨୦୨୩ ଜାନୁଆରୀ ମାସ ପାଇଁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରିଛି । ପ୍ରତ୍ୟେକ ମାସ ପାଇଁ ପୂର୍ବରୁ ଛୁଟି ତାଲିକା ପ୍ରକାଶ କରିଥାଏ ଆରବିଆଇ। ତେବେ ଜାନୁଆରୀ ୨୦୨୩ରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ । ଆପଣଙ୍କର ବ୍ୟାଙ୍କଜନିତ କାମ ଥିଲେ ତାଲିକା ଦେଖି ଘରୁ ବାହାରିପାରିବ। ତେବେ ଜାଣିନିଅନ୍ତୁ କେଉଁଦିନ ବନ୍ଦ ରହିବ ବ୍ୟାଙ୍କ ।

୨୦୨୩ ଜାନୁଆରିରେ ନୂଆବର୍ଷ, ଗୁରୁ ଗୋବିନ୍ଦ ସିଂହ ଜୟନ୍ତୀ, ମିସନାରି ଡେ’, ସ୍ବାମୀ ବିବେକାନନ୍ଦ ଜୟନ୍ତୀ, ମକର ସଂକ୍ରାନ୍ତି, ପୋଙ୍ଗଲ, ସାଧାରଣତନ୍ତ୍ର ଦିବସରେ ବ୍ୟାଙ୍କ ଛୁଟି ରହିବ। ପ୍ରତି ମାସର ସମସ୍ତ ରବିବାର ଏବଂ ଦ୍ବିତୀୟ ଓ ଚତୁର୍ଥ ଶନିବାର ବ୍ୟାଙ୍କ ବନ୍ଦ ରହୁଛି।

ଜାନୁଆରୀ ମାସରେ ସର୍ବମୋଟ୍‌ ୧୪ ଦିନ ବ୍ୟାଙ୍କ ବନ୍ଦ ରହିବ । ଏଥିରେ କିଛି ସ୍ଥାନୀୟ ଛୁଟି ମଧ୍ୟ ରହିବ । ଜାନୁଆରୀରେ ୪ଟି ରବିବାର ପଡିବ। ଏହାଛଡା ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ବନ୍ଦ ରହିବ ବ୍ୟାଙ୍କ ।

ଜାନୁଆରୀ ୧ : ରବିବାର ପାଇଁ ସମଗ୍ର ଦେଶରେ ବ୍ୟାଙ୍କ ବନ୍ଦ ରହିବ

ଜାନୁଆରୀ ୨ : ମିଜୋରମରେ ନୂଆ ବର୍ଷ ପାଇଁ ବ୍ୟାଙ୍କ ବନ୍ଦ

ଜାନୁଆରୀ ୧୧ : ମିଶନରୀ ଦିବସ (ମିଜୋରମର ସମସ୍ତ ବ୍ୟାଙ୍କ ବନ୍ଦ)

ଜାନୁଆରୀ ୧୨ : ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ (ପଶ୍ଚିମବଙ୍ଗ ବ୍ୟାଙ୍କ ବନ୍ଦ )

ଜାନୁଆରୀ ୧୪ : ଦ୍ୱିତୀୟ ଶନିବାର

ଜାନୁଆରୀ ୧୫ : ରବିବାର

ଜାନୁଆରୀ ୧୬ : ପଣ୍ଡିଚେରୀ ଏବଂ ତାମିଲନାଡୁରେ ବ୍ୟାଙ୍କ ବନ୍ଦ

ଜାନୁଆରୀ ୨୨ : ରବିବାର

ଜାନୁଆରୀ ୨୩ : ନେତାଜୀ ସୁବାଶ ବୋଷ ଜୟନ୍ତୀ

ଜାନୁଆରୀ ୨୫ : ହିମାଚଳ ପ୍ରଦେଶରେ ବ୍ୟାଙ୍କ ବନ୍ଦ

ଜାନୁଆରୀ୨୬ : ଗଣତନ୍ତ୍ର ଦିବସ ପାଇଁ ବ୍ୟାଙ୍କ ବନ୍ଦ

ଜାନୁଆରୀ ୨୮ : ଶନିବାର

ଜାନୁଆରୀ ୨୯ : ରବିବାର

ଜାନୁଆରୀ ୩୧ : ଆସାମରେ ବ୍ୟାଙ୍କ ବନ୍ଦ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.