ନଭେମ୍ବର ମାସରେ ୧୭ ଦିନ ବନ୍ଦ ରହିବ ବ୍ୟାଙ୍କ, ତୁରନ୍ତ ସାରିଦିଅନ୍ତୁ କାମ

ଆଗକୁ ଆପଣଙ୍କୁ ଜରୁରୀ ବ୍ୟାଙ୍କ କାମ ରହିଛି କି ? ଯଦି ଆପଣଙ୍କର ବହୁତ ଜରୁରୀ ବ୍ୟାଙ୍କ କାମ ରହିଛି, ତେବେ ଆପଣ ଏହି ଖବର ନିଶ୍ଚିତ ପଢନ୍ତୁ। ବ୍ୟାଙ୍କିଂ ସେବାରେ ଯେଭଳି କୌଣସି ବାଧା ନ ଉପୁଜେ, ତେଣୁ ବ୍ୟାଙ୍କ ପ୍ରତି ମାସରେ ଛୁଟି ତାଲିକା ପୂର୍ବରୁ ହିଁ ଘୋଷଣା କରିଥାଏ। ଅକ୍ଟୋବର ମାସ ସରିଲାଣି। ଏହି ମାସରେ ପାଖାପାଖି ୨୦ ଦିନ ବନ୍ଦ ରହିଥିଲା ବ୍ୟାଙ୍କ। ତେଣୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନଭେମ୍ବର ଛୁଟି ତାଲିକା ପ୍ରକାଶ ପାଇଛି। ଏହି ତାଲିକା ମୁତାବକ, ନଭେମ୍ବରରେ୧୭ ଦିନ ବନ୍ଦ ରହିବ ବ୍ୟାଙ୍କ। ଏଣୁ ଯଦି କିଛି ଜରୁରୀ କାମ ଥାଏ, ତେବେ ଛୁଟି ପୂର୍ବରୁ ସାରି ଦେବାକୁ ବ୍ୟାଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।

ନଭେମ୍ବର ମାସରେ ଦେଶରେ ୧୭ ଦିନ ବ୍ୟାଙ୍କ ବନ୍ଦ ରହିବ। ନଭେମ୍ବର ମାସରେ ଧନତେରାସ, ଦୀପାବଳି, ଭାଇଦୁଜ, ଛଟ୍‌ ପୂଜା, ଗୁରୁ ନାନକ ଜୟନ୍ତୀ ଭଳି ଛୁଟି ପଡୁଛି। କିନ୍ତୁ ସବୁ ରାଜ୍ୟରେଏହି ଛୁଟି ସମାନ ଭାବେ ଲାଗୁ ହେବ ନାହିଁ। ନଭେମ୍ବର ମାସରେ ଓଡ଼ିଶ‌ା‌ରେ ମାତ୍ର ୭ ଦିନ ବ୍ୟାଙ୍କ ବନ୍ଦ ରହିବ। ନଭେମ୍ବର ୪ ତାରିଖ ଦୀପାବଳି ଯୋଗୁଁ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ। ଏହା ବ୍ୟତୀତ ନଭେମ୍ବର ୭, ୧୩, ୧୪, ୨୧, ୨୭ ଓ ୨୮ ତାରିଖ ଶନିବାର ଓ ରବିବାର ପଡ଼ୁଥିବାରୁ ବ୍ୟାଙ୍କ ବନ୍ଦ ରହିଛି। ପ୍ରତି ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ଏବଂ ସମସ୍ତ ରବିବାର ବ୍ୟାଙ୍କ ବନ୍ଦ ରହିବା ।

ରିଜର୍ଭ ବ୍ୟାଙ୍କର କ୍ୟାଲେଣ୍ଡର ଅନୁଯାୟୀ ସର୍ବଭାରତୀୟ ସ୍ତରରେ ବିଭିନ୍ନ ରାଜ୍ୟରେ ନଭେମ୍ବର ୧, ୩, ୪, ୫, ୬, ୧୦, ୧୧, ୧୨, ୧୯, ୨୨ ଓ ୨୩ ତାରିଖରେ ବ୍ୟାଙ୍କ ବନ୍ଦ ରହିବ। ‌ଏଥି ମଧ୍ୟରୁ କିଛି ଛୁଟି ଦିନରେ ନିର୍ଦିଷ୍ଟ କେତେକ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ। ସେଥିପାଇଁ ସପୃକ୍ତ ରାଜ୍ୟ ତରଫରୁ ବିଜ୍ଞପ୍ତି ଜାରି କରାଯିବ। ନଭେମ୍ବର ୧୦ ଓ ୧୧ରେ ଛଟ୍‌ ପୂଜା ଏବଂ ନଭେମ୍ବର ୧୯ରେ ଗୁରୁ ନାନକ ଜୟନ୍ତୀ ଯୋଗୁଁ ବ୍ୟାଙ୍କ ଛୁଟି ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.