ଜାଲରେ ପଡିଲା ବିଶାଳକାୟ ମାଛ, ଯାହାର ଦାମ ୩୬ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା

ଜଳେଶ୍ୱର (କେନ୍ୟୁଜ): ଗୋଟିଏ ମାଛ ପାଇଁ ବଦଳି ଗଲା ମତ୍ସ୍ୟଜୀବୀଙ୍କ ଭାଗ୍ୟ । ନଦୀରେ ମାଛ ଧରିବାବେଳେ ଜାଲରେ ପଡିଲା ଏକ ବିଶାଳକାୟ ମାଛ । ମାଛ ପାଇଁ ନିଲାମ ଡକାଗଲା। ଲକ୍ଷେ ନୁହେଁ କି ୨ ଲକ୍ଷ ନୁହେଁ, ଦାମ୍‌ ୩୬ ଲକ୍ଷ। ଜାଲରେ ପଡିଥିବା ଏହି ବିଶାଳ ମାଛ ହେଉଛି ତେଲିଆ ଭୋଲା ମାଛ। ଯାହାର ଓଜନ ୭୮ କେଜି ୪୦୦ଗ୍ରାମ ହେବ।

ସୂଚନା ଅନୁସାରେ ପଶ୍ଚିମବଙ୍ଗ ସୁନ୍ଦରବନ ଅଞ୍ଚଳର କିଛି ମତ୍ସ୍ୟଜୀବୀ ମାଛ ଧରୁଥିବାବେଳେ ଜାଲରେ ଏହି ବିଶାଳକାୟ ମାଛ ପଡିଥିଲା। ଜାଲରେ ପଡିବା ପରେ ଏହାକୁ ବିକ୍ରି କରିବା ପାଇଁ ବଜାରକୁ ନିଆଯାଇଥିଲା। ଏହାପରେ ଆରମ୍ଭ ହୋଇଥିଲା ନିଲାମୀ। ଶେଷରେ ଜଣେ ବ୍ୟବସାୟୀ ମାଛଟିକୁ ୩୬ଲକ୍ଷ ୫୩ହଜାର ଟଙ୍କାରେ କିଣି ନେଇଥିଲେ। ଏତେବଡ ମାଛକୁ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.