‘ମାନିକେ ମଗେ ହିଥେ’ରେ ବେଲି ଡ୍ୟାନ୍ସ କଲେ ଆଇଟି ପ୍ରଫେସନାଲ, ଇଣ୍ଟରନେଟ୍‌ରେ ଛାଇଗଲା ଭିଡିଓ; ଏମିତି କମେଣ୍ଟ ଦେଉଛନ୍ତି ଲୋକେ

ଶ୍ରୀଲଙ୍କାର ଲୋକପ୍ରିୟ ଗାୟିକା ୟୋହାନୀ ଦିଲୋକା ଡି ସିଲ୍‌ଭା କିଛି ମାସ ପୂର୍ବେ ସିଂହଳ ଗୀତ ‘ମାନିକେ ମଗେ ହିଥେ’ର ନିଜସ୍ୱ ଗାୟନକୁ ୟୁଟ୍ୟୁବରେ ଜାରି କରିଥିଲେ। ସେହି ସମୟରେ ଏହି ଗୀତ ଏତେ ହିଟ୍‌ ହୋଇଥିଲା ଯେ ଏବେ ସୁଦ୍ଧା ଲୋକଙ୍କ ଆକର୍ଷଣ ଏଥିପ୍ରତି କମ୍‌ ହେଉ ନାହିଁ। ଏବେ ମଧ୍ୟ ଏହି ଗୀତ ଟ୍ରେଣ୍ଡରେ ରହିଛି ଏବଂ ଲୋକଙ୍କୁ ମତୁଆଲା କରୁଛି। ବଲିଉଡ୍‌ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ଇନ୍‌ଷ୍ଟାଗ୍ରାମ ଇନ୍‌ଫ୍ଲୁଏନ୍ସର୍ସଙ୍କ ପର୍ଯ୍ୟନ୍ତ, ସମସ୍ତେ ଏହି ଭାବପୂର୍ଣ୍ଣ ନମ୍ବରର ଯାଦୁରେ ଡୁବି ରହିଛନ୍ତି। ବର୍ତ୍ତମାନ ଏହାକୁ ନେଇ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକି ଖୁବ୍‌ ମାତ୍ରାରେ ଇଣ୍ଟରନେଟ୍‌ରେ ଛାଇ ଯାଇଛି।

ଭାଇରାଲ ଭିଡିଓରେ ଦେଖାଯାଉଛି କି, ଜଣେ ମହିଳା ‘ମାନିକେ ମଗେ ହିଥେ’ ଗୀତରେ ଜବରଦସ୍ତ ବେଲି ଡ୍ୟାନ୍ସ କରୁଛନ୍ତି। ତାଙ୍କର ଶାନଦାର ଡ୍ୟାନ୍ସିଙ୍ଗ୍‌ ସ୍କିଲ୍ସ ଇଣ୍ଟରନେଟ୍‌ରେ ଧମାଲ କରୁଛି। ଭିଡିଓରେ ଦେଖା ଯାଉଥିବା ମହିଳାଙ୍କ ନାଁ ରକ୍ଷା ପର୍ସନାନୀ ବୋଲି ଜଣାପଡ଼ିଛି, ଯିଏକି ଜଣେ ଆଇଟି ପ୍ରଫେସନାଲରୁ ବେଲି ଡ୍ୟାନ୍ସର ବନିଛନ୍ତି। ତାଙ୍କର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ଅନ୍ୟ କେତେକ ବେଲି ଡ୍ୟାନ୍ସ ଭିଡିଓରେ ଭରପୂର ରହିଛି। ଏବେ ଭାଇରାଲ ହେଉଥିବା ଭିଡିଓରେ ରକ୍ଷାଙ୍କୁ ୟୋହାନୀଙ୍କ ଦ୍ୱାରା ବୋଲା ଯାଇଥିବା ଏହି ସୁପରହିଟ୍‌ ନମ୍ବରରେ ନାଚୁଥିବାର ଦେଖାଯାଇ ପାରିବ।

ତେବେ ନିଜର ଡ୍ୟାନ୍ସ ଭିଡିଓ ସେୟାର କରି ରକ୍ଷା ପର୍ସନାନୀ ଏକ କ୍ୟାପସନ ଦେଇଛନ୍ତି। ଏଥିରେ ସେ ଲେଖିଛନ୍ତି କି, ‘ମୁଁ ଏହି ଗୀତରେ ଗୁଣୁଗୁଣୁ ହେବାରେ ନିଜକୁ ରୋକି ପାରିବି ନାହିଁ। ନା ଏହି ଗୀତରେ ନାଚିବା ବନ୍ଦ କରି ପାରିବି। ଏହି ସୁନ୍ଦରତା ଉପରେ ମୋର ଟେକ୍‌। ଏହାକୁ ଶିଖିବାରେ ବହୁତ ମଜା ଆସିଲା’। ଭାଇରାଲ ଭିଡିଓକୁ ଏବେ ସୁଦ୍ଧା ୧ ହଜାରରୁ ଅଧିକ ଥର ଦେଖାଯାଇ ସାରିଲାଣି। ଅନେକ ୟୁଜର ଏଥିରେ ‘ଅଦ୍ଭୁତ’, ‘ଶାନଦାର’, ‘ସୁନ୍ଦର’ ଭଳି କେତେକ ଶବ୍ଦ ବ୍ୟବହାର କରି ନିଜର ପ୍ରତିକ୍ରିୟା ରଖିଛନ୍ତି।

song
photo: WION

କିଏ ଏହି ୟୋହାନୀ ଦିଲୋକା ଡି ସିଲ୍‌ଭା

ୟୋହାନୀ ଦିଲୋକା ଡି ସିଲ୍‌ଭା, ଯିଏ ‘ୟୋହାନୀ’ ନାଁରେ ଜଣାଯାଇ ଥାଆନ୍ତି। ସେ ଶ୍ରୀଲଙ୍କାର ଜଣେ ଗାୟିକା, ଗୀତିକାର ଓ ର‍୍ୟାପର୍‌ ମଧ୍ୟ। ତାଙ୍କର ଜନ୍ମ ୩୦ ଜୁଲାଇ ୧୯୯୩ରେ ଶ୍ରୀଲଙ୍କାର କଲମ୍ବୋରେ ହୋଇଥିଲା। ୟୋହାନୀ ଟିକ୍‌ଟକରେ ବହୁତ ଲୋକପ୍ରିୟ ଥିବା ବେଳେ ୟୁଟ୍ୟୁବ୍‌ରେ ୨.୪୬ ମିଲିୟନ ସବ୍ସକ୍ରାଇବର ରଖିଥିବା ପ୍ରଥମ ଶ୍ରୀଲଙ୍କାନ୍‌ ମହିଳା ଗାୟିକା ହୋଇଛନ୍ତି। ‘ମାନିକେ ମଗେ ହିଥେ’ ଗାୟନ ପାଇଁ ତାଙ୍କୁ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ମିଳିଛି। ୟୋହାନୀ Deviyange Bareର ର‍୍ୟାପ୍‌ କଭର ପାଇଁ ବେଶ୍‌ ପ୍ରସିଦ୍ଧ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କୁ ପାଖାପାଖି ୬ ଲକ୍ଷ ଲୋକ ଏବେ ଫଲୋ କରୁଛନ୍ତି।

 

View this post on Instagram

 

A post shared by Raksha Parsnani (@raksha.parsnani)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.