Below header

ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଅଡୁଆରେ NCB ଅଧିକାରୀ, ସମୀର ୱାଙ୍ଖଡେଙ୍କ ବିରୋଧରେ ଭିଜିଲାନ୍‌ସ ତଦନ୍ତ ଆରମ୍ଭ

ମୁମ୍ବାଇ କ୍ରୁଜ ଡ୍ରଗ୍‌ ଲିଙ୍କ ମାମଲାରେ ଛନ୍ଦି ହୋଇ ଆର୍ଥର ରୋଡ ଜେଲରେ ଅଛନ୍ତି ଆର୍ଯ୍ୟନ ଖାନ। ଜୁନିଅର କିଙ୍ଗ ଖାନଙ୍କୁ ବାନ୍ଧିଥିବା ଏନସିବି ଅଧିକାରୀ କିନ୍ତୁ ଏବେ ଅଡୁଆରେ ପଡିଯାଇଛନ୍ତି । ଏନସିବି ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେଙ୍କ ବିରୋଧରେ ଭିଜିଲାନ୍‌ସ ତଦନ୍ତ ଆରମ୍ଭ କରିଛି । ପ୍ରମାଣ ଆଧାରରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ଏନସିବି ଡିଜି ଜ୍ଞାନେଶ୍ୱର ସିଂ। ସମୀରଙ୍କ ବିରୋଧରେ ଆସିଥିବା ୨୫କୋଟି ଲାଞ୍ଚ ମାମଲାର ଅଭିଯୋଗ ଆସିଥିଲା। ଏନସିବି ଏହାକୁ ଗୁରୁତର ସହ ଗ୍ରହଣ କରି ଭିଜିଲାନ୍‌ସ ତଦନ୍ତର ନିର୍ଦ୍ଦେଶ ଦେଇଛି। ରିପୋର୍ଟ ମିଳିବା ପରେ ସମୀର ପଦରେ ରହିବ କି ବିଦା ହେବେ ତାହା ସ୍ପଷ୍ଟ ହେବ।

ଏଥିସହିତ ସମୀର ୱାଙ୍ଖଡେ ଦିଲ୍ଲୀରେ ପହଞ୍ଚିଛନ୍ତି। ସମୀର ୱାଙ୍ଖଡେଙ୍କୁ ନେଇ ଏନସିବି ଉପରେ ପ୍ରଶ୍ନ ଉଠିବା ପରେ ମୁମ୍ବାଇ ଏନସିବି ପକ୍ଷରୁ ଏକ ଆଭ୍ୟନ୍ତର ରିିପୋର୍ଟ ଏନସିବି ଡିଜିଙ୍କୁ ପ୍ରଦାନ କରାଯାଇଛି। ତାଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ଆସିବା ପରେ ସମୀର ମୁମ୍ବାଇ ସେସନ କୋର୍ଟରେ ସତ୍ୟପାଠ ଦାଖଲ କରି ତାଙ୍କ ସହ ତାଙ୍କ ପରିବାରକୁ ଟାର୍ଗେଟ କରାଯାଉଥିବା ଜଣାଇଛନ୍ତି।

ଏପଟେ ସମୀର ଓ୍ଵାଙ୍ଖଡେଙ୍କୁ ଏନସିପି ନେତା ତଥା ମହାରାଷ୍ଟ୍ର କ୍ୟାବିନେଟ୍‌ ମନ୍ତ୍ରୀ ନବାବ ମଲ୍ଲିକ ସାନି ଟାର୍ଗେଟ୍‌ । ଦୁଇ ଜଣ NCB ଅଧିକାରୀ ତାଙ୍କ ପାଖକୁ ପତ୍ର ଲେଖିଥିଲେ। ସେ ଏହାକୁ NCB ଡିଜିଙ୍କୁ ପଠାଇ ସମୀରଙ୍କ ତଦନ୍ତ ସାମିଲ କରିବାକୁ କହିଥିଲେ। ୨ ଜଣ ଲୋକଙ୍କ ସାହାଯ୍ୟରେ ସେ ବେଆଇନ ଭାବେ ଲୋକଙ୍କ ଫୋନ ଟ୍ୟାପିଂ କରୁଛନ୍ତି। ମିଛରେ ବହୁ ଲୋକଙ୍କୁ ଫସାଉଛନ୍ତି ବୋଲି କହିଛନ୍ତି ନବାବ ମଲ୍ଲିକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.