Below header

ଆଜି ଟି-୨୦ ବିଶ୍ୱକପରେ ଦୁଇଟି ମ୍ୟାଚ, ଅପରାହ୍ନରେ ୱେଷ୍ଟଇଣ୍ଡିଜ୍‌ ଓ ଦକ୍ଷିଣ ଆଫ୍ରିକା ଏବଂ ସନ୍ଧ୍ୟାରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ

ଆଇସିସି ୨୦-୨୦ ବିଶ୍ୱକପ ଆଜି ଦୁଇଟି ବଡ଼ ମୁକାବିଲା ରହିଛି। ଦୁବାଇରେ ଅପରାହ୍ଣରେ ୱେଷ୍ଟଇଣ୍ଡିଜ୍‌ ଓ ଦକ୍ଷିଣ ଆଫ୍ରିକା ପରସ୍ପର ମଧ୍ୟରେ ଲଢେଇ କରିବେ। ସେହିପରି ରାତିରେସାରଜାରେ ଖେଳିବେ ପାକିସ୍ତାନ ଓ ‌ନ୍ୟୁଜିଲାଣ୍ଡ୍‌। ପୂର୍ବ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଅଷ୍ଟ୍ରେଲିଆ ୫ ୱିକେଟ୍‌ରେ ପରାସ୍ତ କରିଥିବା ବେଳେ ୨ ଥର ବିଜେତା ୱେଷ୍ଟଇଣ୍ଡିଜ୍‌କୁ ମାମୁଲି ୫୫ ରନ୍‌ରେ ଅଲ୍ ଆଉଟ୍ କରି ଇଂଲଣ୍ଡ ମ୍ୟାଚ୍‌କୁ ୬ ୱିକେଟ୍‌ରେ ଜିତି ନେଇଥିଲା। ‌ଡେଭିଡ୍ ମିଲରଙ୍କ ଫର୍ମ ଦକ୍ଷିଣ ଆଫ୍ରିକା ପାଇଁ ଚିନ୍ତାର କାରଣ ହୋଇଛି।

୨୦-୨୦ ଅନ୍ତର୍ଜାତୀୟ ଇତିହାସରେ ଦୁଇ ଦେଶ ୧୫ ଥର ମୁକାବିଲା କରିଛନ୍ତି। ଦକ୍ଷିଣ ଆଫ୍ରିକା ୯ ଏବଂ ୱେଷ୍ଟଇଣ୍ଡିଜ୍ ୬ ଥର ଜିତିଛନ୍ତି। ବିଶ୍ବକପ୍‌ରେ ମଧ୍ୟ ଦକ୍ଷିଣ ଆଫ୍ରିକା ୨-୧ରେ ଆଗୁଆ ରହିଛି। ପ୍ରଥମେ ବ୍ୟାଟିଂ ବେଳେ ଦକ୍ଷିଣ ଆଫ୍ରିକା (୭-୧) ଏବଂ ଦ୍ବିତୀୟ ବ୍ୟାଟିଂ ବେଳେ ୱେଷ୍ଟଇଣ୍ଡିଜ୍‌ (୫-୨) ଆଗୁଆ ରହିଛନ୍ତି।

‌ୱେଷ୍ଟଇଣ୍ଡିଜ୍ : କିରଣ ପୋଲାର୍ଡ (ଅଧିନାୟକ), ନିକୋଲାସ୍ ପୂରନ, ଫାବିଏ ଆଲେନ୍‌, ଡ୍ବାନ୍ ବ୍ରାଭୋ, ରସ୍ତନ ଚେଜ୍‌, ଆନ୍ଦ୍ରେ ଫ୍ଲେଚର, କ୍ରିସ୍ ଗେଲ୍‌, ସିମ୍ରନ ହେଟମେୟର୍‌, ଏଭିନ୍ ଲୁଇସ୍‌, ଓବେଦ୍‌ ମ୍ୟାକ୍‌ୟ, ଲେଣ୍ଡଲ୍ ସିମନ୍ସ, ରବି ରାମପଲ୍‌, ଅନ୍ଦ୍ରେ ରସେଲ୍‌, ଓସାନ୍ ଥମାସ, ହେଡେନ୍ ୱାଲ୍ସ ଜୁନିୟର୍‌।

ଦକ୍ଷିଣ ଆଫ୍ରିକା : ତେମ୍ବା ବାଭୁମା (ଅଧିନାୟକ), କେଶବ ମହାରାଜ, କ୍ବିଣ୍ଟନ୍ ଡି’କକ୍‌ (ୱିକେଟରକ୍ଷକ), ବିୟର୍ଣ୍ଣ ଫର୍ଟୁ୍ନ୍‌, ରିଜା ହେଣ୍ଡ୍ରିକ୍ସ, ହେନରିକ୍‌ କ୍ଲାସେଁ, ଐଦେନ ମର୍କରାମ, ଡେଭିଡ୍ ମିଲର୍‌, ଡବୁଲ୍ୟ ମୁଲଡର୍‌, ଲୁଙ୍ଗି ଏନ୍‌ଗିଡି, ଅନରିକ୍‌ ନର୍ଖିୟା, ଡ୍ବାନ୍ ପ୍ରିଟୋରିୟସ୍, କାଗିସୋ ରବାଦା, ତାବ୍ରାଇଜ୍ ସାମସୀ, ରାଶି ଭାନ୍ ‌ଡେର୍‌ ଡସେନ୍‌।

ଭାରତ ବିପକ୍ଷରେ ବହୁ ପ୍ରତୀକ୍ଷିତ ବିଶ୍ୱକପ ବିଜୟ ପରେ ପାକିସ୍ତାନ ର ଆତ୍ମବିଶ୍ୱାସ ଅଧିକ ରହିଛି। ଭାରତ ବିପକ୍ଷରେ ୨୯ ବର୍ଷ ପରାଜୟ ଧାରା ଭାଙ୍ଗିବା ପରେ ପାକିସ୍ତାନ ପାଇଁ ଏହା ବିଶ୍ବକପ୍‌ ବିଜୟଠାରୁ କିଛି କମ୍ ନୁହେଁ ବୋଲି କୁହାଯାଉଛି। ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ପାକିସ୍ତାନ ପ୍ରତି‌ଶୋଧ ମନୋଭାବ ନେଇ ଖେଳିବ।

ଅନ୍ୟପକ୍ଷରେ ୱିଲିୟମସନ୍‌ ନିଜେ ଆହତ ସମସ୍ୟାକୁ ନେଇ ସଂଘର୍ଷ କରୁଥିବା ବେଳେ ବିଶ୍ବକପ୍‌ ପୂର୍ବରୁ ଖେଳାଯାଇଥିବା ଉଭୟ ୱାର୍ମଅପ୍‌ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ୍‌ ମଧ୍ୟ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ନିକଟରୁ ହାରିଯାଇଥିଲା। ୨୦-୨୦ କ୍ରିକେଟ୍ ଇତିହାସ ଦେଖିଲେ ପାକିସ୍ତାନ ୧୪-୧୦ରେ ଆଗୁଆ ରହିଛି।

ନ୍ୟୁଜିଲାଣ୍ଡ୍‌ : କେନ୍‌ ୱିଲିୟମ୍‌ସନ୍ (ଅଧିନାୟକ), ଟଡ୍ ଆସଲେ, ଟ୍ରେଣ୍ଟ୍ ବୋଲ୍ଟ, ମାର୍କ ଚାପମ୍ୟାନ୍‌, ଡେଭନ୍ କନୱେ, ଲୋକି ଫର୍ଗୁସନ୍‌, ମାର୍ଟିନ ଗପ୍ଟିଲ, କାଏଲ୍ ଜାମିସନ୍‌, ଡାରିଲ୍ ମିଚେଲ୍‌, ଜିମ୍ମି ନିସାମ, ଗ୍ଲେନ୍ ଫିଲିପ୍ସ, ମିଚେଲ୍ ସାଣ୍ଟନର୍‌, ଟିମ୍ ସିଫର୍ଟ, ଈଶ ‌ସୋଢ଼ୀ, ଟିମ୍ ସାଉଦି।

ପାକିସ୍ତାନ : ବାବର ଆଜମ୍‌ (ଅଧିନାୟକ), ମହମ୍ମଦ ରିଜୱାନ, ଫମର ଜମାନ୍‌, ମହମ୍ମଦ ହାଫିଜ୍, ସୋଏବ୍ ମଲ୍ଲିକ, ହାସନ୍ ଅଲୀ, ହାରିସ୍‌ ରୌଫ, ସାହିନ୍ ସାହା ଆଫ୍ରିଦୀ, ଇମଦ ୱାସିମ୍, ସଦାବ ଖାନ୍‌, ମହମ୍ମଦ ନୱାଜ, ଅସିଫ୍ ଅଲୀ, ହାଇଦର ଅଲୀ, ସର୍ଫରାଜ ଅହମ୍ମଦ, ମହମ୍ମଦ ୱାସିମ୍‌, ସୋଏବ୍ ମକ୍‌ସୁଦ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.