ପୁଣି ଚୀନକୁ ଫେରିଲା ଲକଡାଉନ୍‌, ୧୧ଟି ପ୍ରଦେଶରେ ବଢିଚାଲିଛି ପଜିଟିଭ କେସ୍‌

ନୂଆଦିଲ୍ଲୀ : ପୁଣି ଚୀନକୁ ଫେରିଲା ଲକଡାଉନ୍‌ । ସଂକ୍ରମଣ ବୃଦ୍ଧି ପରେ ଲାଞ୍ଜହୋଉ ସହରରେ ଜାରି ହୋଇଛି ଲକ୍‌ଡାଉନ । ଚୀନର ୧୧ଟି ପ୍ରଦେଶରେ ପଜିଟିଭ କେସ ବଢିବାରେ ଲାଗିଛି । ଲାଞ୍ଜହୋଉ ସହରରେ ରହୁଥିବା ଲୋକଙ୍କୁ ସହର ଛାଡିବାକୁ ମନା କରାଯାଇଛି । ରାଜଧାନୀ ବେଜିଂରେ କରୋନା ଟେଷ୍ଟିଂ ପାଇଁ ଲୋକଙ୍କ ଲମ୍ବା ଲାଇନ ଲାଗି ରହିଛି । ରାଜଧାନୀରେ ପ୍ରବେଶ କଟକଣାକୁ କଡାକଡି କରାଯାଇଛି । । ଯଦି ଏହି ନିୟମକୁ ଲୋକମାନେ ନମାନନ୍ତି ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାଇ ଦେଇଛନ୍ତି ଜିନପିଙ୍ଗ୍‌ ସରକାର। କୁହାଯାଉଛି ବର୍ତ୍ତମାନ ସମୟରେ କାଉଣ୍ଟି ଅଂଚଳ କରୋନାର ହଟସ୍ପଟ୍‌ ହୋଇଛି। ଲଗାତାର ଭାବରେ ସଂକ୍ରମଣ ସଂଖ୍ୟା ସେଠାରେ ବଢିବାରେ ଲାଗିଛି।

ଚାଇନ୍‌ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଏହି ଭ୍ୟାରିଆଂଟ୍‌ ବିଦେଶରୁ ବ୍ୟାପୁଛି। ତେଣୁ ବିଦେଶ ଯାତ୍ରା ଉପରେ ମଧ୍ୟ କିଛିଟା ପ୍ରତିବନ୍ଧକ ଲଗାଯାଇଛି। ଯେପରି ସଂକ୍ରମଣ ଅଧିକ ନବ୍ୟାପେ ସେଥିଲାଗି ସରକାର ପ୍ରସ୍ତୁତ ଥିବା ସରକାର ସ୍ପଷ୍ଟ କରିଛନ୍ତି। ଏହାସହ ଯେଉଁମାନେ ବେଜିଂ ଗସ୍ତରେ ଯିବେ ସେମାନଙ୍କୁ କରୋନା ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି।

ସେପଟେ ଚୀନର ନ୍ୟାସନାଲ ହେଲ୍‌ଥ କମିଶନ ସୂଚନା ମୁତାବକ ଗତ ସପ୍ତହାରେ ୧୧ଟି ପ୍ରଦେଶରେ ୧୦୦ ଜଣ ନୂଆ ପଜିଟିଭି ଚିହ୍ନଟ ହୋଇଛନ୍ତି। ବିଶ୍ୱର ଅନେକ ଦେଶ କଟକଣା କୋହଳ କରୁଥିବା ବେଳେ ଚୀନ କଟକଣା ବଢାଉଛି। ଜିରୋ କୋଭିଡ୍‌ ଟାର୍ଗେଟ୍‌ରେ କାମ କରୁଛି ଚୀନ। ଦେଶ ଭିତରେ ସଂକ୍ରମଣକୁ ପ୍ରାୟ ରୋକି ଦେଇଛି ଚୀନ। ଏଥର କିନ୍ତୁ ପର୍ଯ୍ୟଟକଙ୍କଠାରୁ ବ୍ୟାପୀଥିବା ଆଶଙ୍କା କରାଯାଉଛି । ଚୀନରେ ୭୫ ପ୍ରତିଶତରୁ ଅଧିକ ଲୋକଙ୍କ ଟିକାକରଣ ସରିଛି । ଚୀନ୍‌ର ଉହାନ ଲାବରୁ କରୋନା ଭୂତାଣୁ ବିଶ୍ୱରେ ବ୍ୟାପିଥିଲା।