୨୦୦ ଟଙ୍କାରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ବେଷ୍ଟ ଇଣ୍ଟରନେଟ୍‌ ପ୍ଲାନ, ମିଳିବ ୮୪ ଜିବି ଡାଟା

କରୋନା ମହାମାରୀ କାରଣରୁ ଏବେ ଓ୍ଵାର୍କ ଫ୍ରମ୍‌ ହୋମ୍‌ ଚାଲୁଛି। ମହାମାରୀର ଦ୍ୱିତୀୟ ଲହର ଆସିବା କାରଣରୁ ଏହି ଓ୍ଵାର୍କ ଫ୍ରମ ହୋମ୍‌ ଚଳଣୀ ଆହୁରି ବଢ଼ିବାରେ ଲାଗିଛି। ଗତ ର୍ଷ Jio, BSNL ଏବଂ Vi ଭଳି ଟେଲିକମ୍‌ କମ୍ପାନୀ ହୋମ ପ୍ରିପେଡ ପ୍ଲାନ୍ସରେ କାମ ଆରମ୍ଭ କରିଥିଲେ ଯାହା ଡାଟା-ଓନଲୀ ବେନିଫିଟ୍ସ ଦେଇଥାଏ।

ଟେଲିକମ୍‌ କମ୍ପାନୀ ଗୁଡିକ ଓ୍ଵାର୍କ ଫ୍ରମ୍‌ ହୋମ୍‌ ପାଇଁ ନୂଆ ପ୍ରିପେଡ୍‌ ପ୍ଲାନ ଯୋଡିନାହିଁ କିନ୍ତୁ ଏବେବି ଓ୍ଵାର୍କ ଫ୍ରମ୍‌ ହୋମ ଏବଂ ଡାଟା ଓନଲୀ ପ୍ଲାନ ଅଫର କରୁଛି। ଯାହା ଘରେ ଏବଂ ଷ୍ଟ୍ରିମିଙ୍ଗ୍‌ ପ୍ରୟୋଜନରେ କାମ ପାଇଁ ଲୋକଙ୍କ କାମରେ ଆସିପାରେ। ତାହେଲେ ଆସନ୍ତୁ ଜାଣିବା ଜିଓ, ଏୟାରଟେଲ ଏବଂ ଭିଆଇ ପ୍ରିପେଡ୍‌ ପ୍ଲାନ ବିଷୟରେ। ଯାହାର ଦାମ୍‌ ୨୦୦ ଟଙ୍କାରୁ ୫୦୦ ଟଙ୍କା ଭିତରେ ଅଛି। ଏହି ପ୍ଲାନର ଲିଷ୍ଟରେ କମ୍ପାନୀର ଡାଟା ଓନଲୀ ପ୍ଲାନ ମହଜୁଦ୍‌ ରହିଛି। ଯାହା ଆପଣଙ୍କ ଓ୍ଵାର୍କ ଫ୍ରମ୍‌ ହୋମ୍‌ ପାଇଁ ବହୁତ ସାହାଯ୍ୟକାରୀ ପ୍ରମାଣିତ ହେବ।

ଏୟାରଟେଲ ୨୫୧ ଟଙ୍କିଆ ପ୍ରିପେଡ୍‌ ପ୍ଲାନ

ଏୟାରଟେଲରେ ୨୫୧ ଟଙ୍କିଆ ପ୍ରିପେଡ ୪ଜି ଡାଟା ପ୍ଲାନ ରହିଛି, ଯାହା ୫୦ ଜିବି ଡାଟା ଦେଇଥାଏ। ଏହି ପ୍ଲାନର ଭ୍ୟାଲିଡିଟୀ ସେହି ପ୍ଲାନର ବର୍ତ୍ତମାନ ବୈଧତା ସମୟ ପର୍ଯ୍ୟନ୍ତ ରହିଛି, ଯେଉଁ ସମୟ ପାଇଁ ଗ୍ରାହକ ସଦସ୍ୟତା ନେଇଛନ୍ତି।

JIO ୨୫୧ ଟଙ୍କାର ପ୍ରିପେଡ୍‌ ପ୍ଲାନ

ଜିଓ ୨୫୧ ଟଙ୍କାର ପ୍ରିପେଡ ପ୍ଲାନ ସହିତ ୩୦ ଦିନର ବୈଧତା ପାଇଁ ୫୦ଜିବି ଡାଟା ପ୍ରଦାନ କରିଥାଏ।

ଭିଆଇ ୨୫୧ ଟଙ୍କିଆ ପ୍ରିପେଡ୍‌ ପ୍ଲାନ

ଭୋଡାଫୋନ ଆଇଡିଆ କିମ୍ବା ଭିଆଇ ମଧ୍ୟ ୨୮ ଦିନ ପାଇଁ ୫୦ ଜିବି ସହିତ ଭିଆଇ ଫିଲ୍ମ ଏବଂ ଟିଭିରେ ଆକସେସ୍‌ ପ୍ରଦାନ କରିଥାଏ।

୫୦୦ ଟଙ୍କା ରେଞ୍ଜର ପ୍ଲାନ

ଏୟାରଟେଲ ୪୦୧ ଟଙ୍କା ଡାଟା ରିଚାର୍ଜ ପ୍ଲାନ

ଏହି ରିଚାର୍ଜ ପ୍ଲାନ ୨୮ ଦିନର ଭ୍ୟାଲିଡିଟୀ ସହିତ ୩୦ଜିବି ଡାଟା ଦେଇଥାଏ ଏବଂ Disney + Hotstar ର ଆକସେସ୍‌ ମଧ୍ୟ ଦେଇଥାଏ। ଯାହାଦ୍ୱାରା ୟୁଜର୍ସ ଆଇପିଏଲ ମ୍ୟାଚ୍‌ ଦେଖିପାରିବେ ଏବଂ ଅନ୍ୟ ଶୋ ମଧ୍ୟ ଷ୍ଟ୍ରିମ କରିପାରିବେ।

JIO ୪୯୯ ଟଙ୍କିଆ ଡାଟା ରିଚାର୍ଜ ପ୍ଲାନ

ଜିଓର ଏହି ଡାଟା-ପ୍ରିପେଡ୍‌ ପ୍ଲାନ୍‌ ୫୬ ଦିନର ଭ୍ୟାଲିଡିଟୀରେ ଦୈନିକ ୧.୫ ଜିବି ଡାଟା ସହିତ Disney + Hotstar ଜିଓ ଟିଭି ଏବଂ ଅନ୍ୟ ଜିଓ ଆପ୍ସରେ ଷ୍ଟ୍ରିମିଙ୍ଗ ଅଫର ମଧ୍ୟ ଦେଇଥାଏ।

VI ୫୦୧ ଟଙ୍କିଆ ଡାଟା ରିଚାର୍ଜ ପ୍ଲାନ

ଭିଆଇ ନିକଟରେ ଏହି ପ୍ଲାନକୁ ଲଞ୍ଚ୍‌ କରିଛି, ଯେଉଁଥିରେ ୭୫ଜିବି ଡାଟା ସହ ଗୋଟେ ବର୍ଷର Disney + Hotstarର ସବସ୍କ୍ରିପସନ୍‌ ମଧ୍ୟ ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.