ଅସୁରକ୍ଷିତ ହୋଇ ପଡ଼ିଛି ସିଆରପି ପ୍ରିୟଦର୍ଶିନୀ ମାର୍କେଟ୍‌, କର୍ତ୍ତୃପକ୍ଷ ଜାଣିଛନ୍ତି ତ ?

ଭୁବନେଶ୍ୱର (କେନ୍ୟୁଜ୍‌) : ରାଜଧାନୀ ଭୁବନେଶ୍ୱରର ଏକ ପ୍ରମୁଖ ଅଞ୍ଚଳ ହେଉଛି ସିଆରପି । ଏଇଠାରେ ଅନେକ ବର୍ଷ ଧରି ରହିଛି ପ୍ରିୟଦର୍ଶିନୀ ମାର୍କେଟ୍‌ କଂପ୍ଲେକ୍ସ । ବେଶ୍‌ ପୁରୁଣା ହୋଇଗଲାଣି ଏହି ମାର୍କେଟ୍‌ । ଅଶି ଦଶକର ଏହି ବ୍ୟବସାୟ ପେଣ୍ଠଟି କିନ୍ତୁ ଆଉ ମରାମତି ହେଉନାହିଁ । ଏଠାରେ ବ୍ୟବସାୟ କରୁଥିବା ଦୋକାନୀମାନେ ସୁରକ୍ଷିତ ମଣୁ ନାହାନ୍ତି । କାରଣ ଅଧିକାଂଶ ସମୟରେ ଏହାର ଛାତରୁ ପ୍ଲାଷ୍ଟର ଖସୁଛି ତ ବର୍ଷା ଦିନେ କିଛି ଜାଗାରେ ପାଣି ଗଳୁଛି । ବ୍ୟବସାୟୀଙ୍କ ପକ୍ଷରୁ ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର କୁହାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ ।

CRP-2

ନିକଟରେ ଛାତରୁ ଏକ ବଡ଼ ସିମେଣ୍ଟ ଖଣ୍ଡ ଖସି ପଡ଼ିଥିଲା । ସୌଭାଗ୍ୟକୁ ଜଣେ ଅଳ୍ପକେ ବର୍ତ୍ତି ଗଲେ । ତେଣୁ କେହି ଗ୍ରାହକ ସେଠାକୁ ଗଲେ ଦୋକାନୀମାନେ ସେମାନଙ୍କୁ ଛାତରୁ ପ୍ଲାଷ୍ଟର ଖସି ପାରେ ବୋଲି ସତର୍କ କରାଇ ଦେଉଛନ୍ତି ।

ବ୍ୟବସାୟୀଙ୍କ ଠାରୁ ନିୟମିତ ଭାବେ ଏଠାରୁ ଟିକସ ଆଦାୟ କରାଯାଉଛି । ହେଲେ ମରାମତି ନାଁରେ କିଛି ବି କରାଯାଉନଥିବା ଅଭିଯୋଗ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.