ଗ୍ରାହକଙ୍କୁ ବିଏସଏନଏଲର ଭେଟି, ମାତ୍ର ୩୬୫ ଟଙ୍କାରେ ମିଳିବ ବର୍ଷେ ପର୍ଯ୍ୟନ୍ତ ଭ୍ୟାଲିଡିଟି

ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ ଗ୍ରାହକ ମାନଙ୍କ ପାଇଁ ୩୬୫ ଟଙ୍କିଆର ଏକ ପ୍ଲାନ ଲଞ୍ଚ କରିଛି । ଏହାର ଭ୍ୟାଲିଡିଟି ୩୬୫ ଦିନ ପର୍ଯ୍ୟନ୍ତ ଥିବା ବେଳେ ମାଗଣା ସୁବିଧା ମାନ ୬୦ ଦିନ ପର୍ଯ୍ୟନ୍ତ ହିଁ ମିଳିବ । ପୂରା ଗୋଟେ ବର୍ଷ ପାଇଁ ଭ୍ୟାଲିଡିଟି ଦେଉଥିବା ଏହା ହେଉଛି ସବୁଠୁ ଶସ୍ତା ପ୍ଲାନ । ତେବେ ଆସନ୍ତୁ ଏହାର ଅନ୍ୟାନ ବିଶେଷତା ବାବଦରେ ଜାଣିବା ।

– ବିଏସଏନଏଲର ଏହି ପ୍ଲାନ ଦେଶର ସବୁ ସର୍କଲ ପାଇଁ ଉପଲବ୍ଧ ଅଛି । ସମସ୍ତ ନେଟୱର୍କକୁ ଅନଲିମିଟେଡ଼ ଭଏସ କଲିଙ୍ଗ ବି କରିହେବ । ଏହା ବ୍ୟତୀତ ପ୍ରତିଦିନ ୨ ଜିବି ଡାଟା ସୁବିଧା ମିଳିପାରିବ । ଡାଟା ଭାଲିଡିଟି ସରିବା ପରେ ୟୁଜର୍ସ ମାନେ ୪୦ Kbps ସ୍ପୀଡରେ ଅନଲିମିଟେଡ଼ ଡାଟା ବ୍ୟବହାର କରିପାରିବେ । ଏହା ବ୍ୟତୀତ ଗ୍ରାହକ ମାନେ ୧୦୦ ଟି ଫ୍ରି ଏସଏମଏସ ବି ପଠାଇ ପାରିବେ । ପ୍ଲାନରେ BSNL Tunes ସବସ୍କ୍ରିପସନ ବି ମାଗଣା ଅଫର କରାଯାଉଛି ।

– ଏହି ୩୬୫ ଟଙ୍କିଆ ପ୍ଲାନ ବ୍ୟତୀତ ବିଏସଏନଏଲ ନିକଟରେ ୧୪୯୯ ଟଙ୍କିଆ ରିଚାର୍ଜ ପ୍ଲାନ ବି ରହିଛି । ଏହାର ଭେଲିଡିଟି ବି ୩୬୫ ଦିନ ପର୍ଯ୍ୟନ୍ତ ରହିବ । ଏହା ଜରିଆରେ କୌଣସି ବି ନେଟୱର୍କକୁ ଅନଲିମିଟେଡ଼ ଭଏସ କଲିଙ୍ଗ, ପ୍ରତିଦିନ ୨ ଜିବି ଡାଟା ସମେତ ୧୦୦ ଏସଏମଏସ ମାଗଣାରେ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.