ରିଲିଜ୍‌ ହେଉ ହେଉ ବିବାଦରେ ଫସିଲା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ‘ତାଣ୍ଡବ’, ପ୍ରଥମ ଏପିସୋଡ୍‌ରେ ଭଗବାନ ରାମ ଓ ଶିବଙ୍କ ଉପରେ ଟିପ୍ପଣୀକୁ ନେଇ ହଙ୍ଗାମା

ସୈଫ୍‌ ଅଲ୍ଲୀ ଖାନ୍‌, ଡିମ୍ପଲ କପାଡିଆ, ସୁନିଲ ଗ୍ରୋଭର, ଗୌହର ଖାନ୍‌ ଓ ଜିଶାନ୍‌ ଅୟୁବଙ୍କ ଭଳି କଳାକାରଙ୍କୁ ନେଇ ପ୍ରସ୍ତୁତ ହୋଇଥିବା େଓ୍ଵବ୍‌ ସିରିଜ୍‌ ‘ତାଣ୍ଡବ’ ରିଲିଜ୍‌ ହେଉ ହେଉ ବିବାଦ ଘେରକୁ ଚାଲିଆସିଛି। େଓ୍ଵବ୍‌ ସିରିଜ୍‌ର ପ୍ରଥମ ଏପିସୋଡ୍‌ରୁ ହିଁ ବିବାଦ ମୁଣ୍ଡ ଟେକିଛି। ମାମଲାରୁ ଜଣାପଡ଼ିଛି, ପ୍ରଥମ ଏପିସୋଡ୍‌ରେ ଜିଶାନ୍‌ ଭଗବାନ ଶିବଙ୍କ ବେଶରେ ଦେଖା ଦେଉଛନ୍ତି ଏବଂ ଏହି ବେଶଭୂଷାରେ ସେ ଏକ ୟୁନିଭର୍ସିଟିରେ ଛାତ୍ରମାନଙ୍କୁ ସମ୍ବୋଧିତ କରୁଥିବା ଦେଖିବାକୁ ମିଳୁଛି।

saif2

ଜିଶାନ୍‌ ଏକ ମଞ୍ଚରେ ଛିଡ଼ା ହୋଇ କହୁଛନ୍ତି, ‘ଆପଣଙ୍କୁ କାହାଠାରୁ ସ୍ୱାଧୀନତା ଦରକାର’। ଏହି ସମୟରେ ମଞ୍ଚ ସଞ୍ଚାଳକ କହୁଛନ୍ତି, ‘ନାରାୟଣ, ନାରାୟଣ, ପ୍ରଭୁ କିଛି କରନ୍ତୁ, ରାମଙ୍କ ଫଲୋୟର୍ସ ସୋସିଆଲ ମିଡିଆରେ ଲଗାତାର ବଢ଼ିବାରେ ଲାଗିଛନ୍ତି। ମୋତେ ଲାଗୁଛି, ଆମକୁ କୌଣସି ନୂଆ ଷ୍ଟ୍ରାଟେଜି ତିଆରି କରିବାକୁ ହେବ’। ଏହା ଉପରେ ଭଗବାନ ଶିବଙ୍କ ବେଶରେ ଥିବା ଜିଶାନ୍‌ କହୁଛନ୍ତି, ‘କ’ଣ କରିବି? ଫଟୋ ବଦଳାଇ ଦେବି କି?’ ଉତ୍ତରରେ ମଞ୍ଚ ସଞ୍ଚାଳକ କହୁଛନ୍ତି, ‘ଭୋଳାନାଥ, ଆପଣ ତ ବହୁତ ଭୋଳା’।

ତାଣ୍ଡବର ପ୍ରଥମ ଏପିସୋଡ୍‌ର ଏହି ସିନ୍‌କୁ ନେଇ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ୟୁଜର୍ସଙ୍କ କହିବା ଅନୁଯାୟୀ, ଏହି ସିନ୍‌ ହିନ୍ଦୁ ଧର୍ମର ଭଗବାନମାନଙ୍କୁ ଆଘାତ ପହଞ୍ଚାଇଲା ଭଳି। ଏହା ସେମାନଙ୍କ ଆରାଧ୍ୟଙ୍କୁ ଅପମାନ। ଜଣେ ୟୁଜର ଏହି ସିନ୍‌କୁ ସେୟାର କରି ‘ତାଣ୍ଡବ’ର ନିର୍ଦ୍ଦେଶକ ଅଲ୍ଲୀ ଅବ୍ଦାସ୍‌ ଜଫରଙ୍କୁ ସିଧା ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ତାଙ୍କ ମୁତାବକ, ଜିଶାନ ଅୟୁବ୍‌ ଏହି ସିନ୍‌ରେ ଭଗବାନ ରାମ ଓ ଶିବଙ୍କୁ ଅପମାନ କରୁଛନ୍ତି। ଏପରି କି, ସୋସିଆଲ ମିଡିଆରେ ‘ତାଣ୍ଡବ’କୁ ବଏକଟ୍‌ କରିବାକୁ ୟୁଜରମାନେ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.