ଦୁଇ ଝିଅଙ୍କୁ ୪ ବର୍ଷ ଧରି ଦୁଷ୍କର୍ମ କରିଆସୁଥିଲା ବାପା, ବାରଣ କଲେ ଫୋଡୁଥିଲା ସେଫ୍ଟିପିନ୍‌

ଏ ଦୁନିଆରେ ବାପା-ଝିଅର ସମ୍ପର୍କ ବହୁତ ସ୍ପେଶାଲ ହୋଇଥାଏ। କିନ୍ତୁ ଥରେ ଭାବନ୍ତୁ ତ ସେହି ବାପା ଯଦି ସମ୍ପର୍କକୁ ଲଜ୍ଜାଜନକ କରିଦିଏ ତାହେଲେ ଏ ପୂରା ସମାଜ ଲଜ୍ଜିତ ହୋଇଯାଏ। ସମ୍ପର୍କର ସବୁ ସୀମା କରିଥିବାର ଏକ ଘଟଣା ମହାରାଷ୍ଟ ପୁଣେରେ ଘଟିଛି। ଯେଉଁଠି ଜଣେ ମାଆ ନିଜ ଦୁଇ ଝିଅଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ସ୍ୱାମୀଙ୍କ ନାମରେ ଅଭିଯୋଗ କରିଛନ୍ତି।

ଏହି ପାପୀ ପିତା ନିଜର ଦୁଇ ନାବାଳିକ ଝିଅଙ୍କୁ ଦୁଷ୍କର୍ମ କରିଛନ୍ତି। ତାହପୁଣି ଥରେ କି ଦୁଇ ଥର ନୁହେଁ, ଗତ ୪ ବର୍ଷ ଧରି ଏହି ପାପୀ ନିଜ ଝିଅ ଦେହରେ ତାର କାମନାକୁ ଚରିତାର୍ଥ କରିଆସୁଛି। ପୀଡିତା ଝିଅର ମାଆ ମାମଲା ରୁଜୁ କରି ଏହା ଲେଖିଛନ୍ତି ଯେ ୨୦୧୬ରେ ତାଙ୍କର ଗୋଟେ ଝିଅ ତାଙ୍କୁ ପେଟ ଯନ୍ତ୍ରଣା ହେବା କଥା କହିଲେ। ଏହାପରେ ଯେତେବେଳେ ସେ ଡାକ୍ତର ଦେଖାଇବାକୁ ଗଲେ ତ ସୋନୋଗ୍ରାଫି କରିବାକୁ କୁହାଗଲା। ଏହାପରେ ଅଭିଯୁକ୍ତ ପାପୀ ବାପା ଝିଅର ରିପୋର୍ଟକୁ ଆଣି ଗ୍ୟାସ ଉପରେ ରଖି ଜାଳିଦେଲେ।

minor girl rapeପୀଡିତାଙ୍କ ମାଆଙ୍କୁ ଏ ବିଷୟରେ କିଛି ଜଣାନଥିଲା, କିନ୍ତୁ ଥରେ ରାତି ପ୍ରାୟ ୨ଟା ସମୟରେ ସେ ଜଣେ ଝିଅର କାନ୍ଦ ସ୍ୱର ଶୁଣିଲେ। ଆଉ ଯେତେବେଳେ ସେ ତାକୁ କାନ୍ଦିବାର କାରଣ ପଚାରିଲେ ତ ଝିଅ ବାପା ନାଁରେ ଯାହା କହିଲା ତାକୁ ଶୁଣି ମାଆ ପାଦ ତଳୁ ଯେମିତି ମାଟି ଖସିଗଲା।
ସେହିପରି ଆର ଜଣେ ଝିଅ ବି ମାଆକୁ କହିଲା ଯେତେବେଳେ ମାଆ ଘରେ ରହୁନଥିଲେ ବଜାର ଯାଉଥିଲେ କିମ୍ବା କୌଣସି କାମ ପାଇଁ ବାହାରକୁ ଯାଉଥିଲେ ସେତେବେଳେ ବାପା ଏପରି କରୁଥିଲେ। ଆଉ ମନା କଲେ ସେଫ୍ଟି ପିନରେ ଫୁଟାଇ ଦେଉଥିଲେ।

ଦୁଇ ଝିଅଙ୍କ ଠାରୁ ଏପରି ନିନ୍ଦନୀୟ କଥା ଶୁଣିବା ପରେ ମାଆ ଯେତେବେଳେ ଅଭିଯୁକ୍ତ ବାପାକୁ ଏ ବିଷୟରେ ପଚାରିଲେ ସେତେବେଳେ ସେ ଧମକ ଦେଇଥିଲେ ଯେ ଏ କଥା ଯଦି ବାହାରେ କେହି ଜାଣେ ତାହେଲେ ସେ ସମସ୍ତଙ୍କୁ ମାରିଦେବ। ପୀଡିତାଙ୍କ ମାଆଙ୍କର ଦୁଇ ଝିଅ ଏବଂ ଦୁଇ ପୁଅ ଅଛି ଏବଂ ଏହି କାରଣ ଯୋଗୁଁ ସେ ୨୦୨୦ ଜୁନ ମାସରେ ସ୍ୱାମୀ ଠାରୁ ଅଲଗା ହୋଇ ମେସ୍‌ ଚଲାଇ ନିଜ ପିଲାମାନଙ୍କୁ ମଣିଷ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.