ବିଏସ୍‌ଏନ୍‌ଏଲ୍‌ ଆଣିଛି ଶାନଦାର ଅଫର, କଥା ହେଲେ ମିଳିବ ୫୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍‌

ଆପଣ ବିଏସ୍‌ଏନ୍‌ଏଲ୍‌ ବ୍ୟବହାର କରୁଛନ୍ତି କି ? ଆପଣଙ୍କ ପାଇଁ ବିଏସ୍‌ଏନଏଲ୍‌ ଆଣିଦେଇଛି ଏକ ଖୁସିଖବର। କମ୍ପାନୀ ନିଜର ବିଏସ୍ଏନ୍ଏଲ୍ ‘୫ ପେ ୬’ ଅଫରର ଅବଧିକୁ ୩୦ ଜୁନ୍‌ ପର୍ଯ୍ୟନ୍ତ ବୃଦ୍ଧି କରିଛି । ବିଏସ୍ଏନ୍ଏଲ୍ର ଏହି ଅଫର୍ରେ ଉପଭୋକ୍ତାମାନଙ୍କୁ ୫ ମିନିଟର କଲ୍ ବଦଳରେ ୬ ପଇସା କ୍ୟାସବ୍ୟାକ୍ ମିଳିଥାଏ । ଏହି କଲ୍ ମୋବାଇଲ୍ ଏବଂ ଲ୍ୟାଣ୍ଡଲାଇନରୁ ମଧ୍ୟ କରାଯାଇପାରିବ । ଉପଭୋକ୍ତାମାନେ ଏହି ଅଫରରୁ ମାସକୁ ୫୦ ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାଇ ପାରିବେ।

ଟେଲିକମ୍‌ ରିପୋର୍ଟ ମୁତାବକ, ବିଏସଏନଏଲର ଏହି ଅଫର ୩୦ ମଇରେ ସମାପ୍ତ ହେବାକୁ ଥିଲା। କିନ୍ତୁ କମ୍ପାନୀ ଲକଡାଉନକୁ ଧ୍ୟାନରେ ରଖି ଏହାର ଅବଧିକୁ ବଢାଇ ଦେଇଛି।ଏହାପୂର୍ବରୁ କମ୍ପାନି ଏହି ଅଫରକୁ ଡିସେମ୍ବର ୨୦୧୯ରେ ଶେଷ କରିଥାଆନ୍ତା, କିନ୍ତୁ ଏହାକୁ ୬ ପର୍ଯ୍ୟନ୍ତ ମାସ ବୃଦ୍ଧି କରିଥିଲା।

bsnl'

ଏହି ଅଫର ଅନୁଯାୟୀ, ୫ ମିନିଟର କଲ୍ ବଦଳରେ ଉପଭୋକ୍ତାଙ୍କୁ ୬ ପଇସା କ୍ୟାସବ୍ୟାକ୍ ମିଳିବ। କିନ୍ତୁ ଏହାର କିଛି ସର୍ତ୍ତ ମଧ୍ୟ ଅଛି । ୬ ପଇସା କ୍ୟାସବ୍ୟାକ୍ ଅଫର ୫୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଏହାର ଅର୍ଥ ହେଉଛି ଉପଭୋକ୍ତାମାନେ ୬ ପଇସା କ୍ୟାସବ୍ୟାକ୍ ଆକାରରେ ମାସକୁ ସର୍ବାଧିକ ୫୦ ଟଙ୍କା ପର୍ଯ୍ୟନ୍ତ ପାଇପାରିବେ।

ବିଏସଏନଏଲ୍‌ର ଏହି ପ୍ଲାନର ମୂଲ୍ୟ ୧୮ ଟଙ୍କା ରହିଛି। ଏହି ରିଚାର୍ଜ ପ୍ଲାନରେ ୟୁଜର୍ସଙ୍କୁ ପ୍ରତିଦିନ ୧.୮ ଜିବି ଡାଟା ମିଳିବ। ଏହି ପ୍ଲାନର ବୈଧତା ମାତ୍ର ୨ ଦିନ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.