BSNL ର ଖାସ୍ ଅଫର,ଅକ୍ଟୋବରରେ ୟୁଜର୍ସଙ୍କୁ ମାଗଣାରେ ମିଳିବ ୨୫ ପ୍ରତିଶତ ଅତିରିକ୍ତ ଡାଟା

ଭାରତ ସଞ୍ଚାର ନିଗମ ଲିମିଟେଡ ତରଫରୁ ଚଳିତ ଅକ୍ଟୋବର ମାସରେ ୟୁଜରଙ୍କ ପାଇଁ ଖାସ ଅଫର ଦିଆଯାଉଛି। କମ୍ପାନୀ ନିଜ କର୍ପୋଟାଇଜେସନକୁ ୨୦ ବର୍ଷ ପୂରଣ ହୋଇଥିବା ଖୁସିରେ ଅକ୍ଟୋବର ମାସକୁ “କଷ୍ଟମର ଡିଲାଇଟ ମନ୍ଥ” ଭାବେ ପାଳନ କରିବ।

ଏନେଇ BSNL ତରଫରୁ କୁହାଯାଇଛି ଯେ ଚଳିତ ମାସରେ ୟୁଜର୍ସଙ୍କୁ ୩୦ ଦିନ ବୈଧତା ଥିବା ସମସ୍ତ ସ୍ପେଶାଲ ତାରିଫ ଭାଉଚର(STVs)ରେ ୨୫ ପ୍ରତିଶତ ଅଧିକ ଡାଟା ମିଳିବ। ଏହି ଅଫର ୩୧ ଅକ୍ଟୋବର ଯାଏଁ ବୈଧ ରହିବ। ରିପୋର୍ଟ ମୁତାବକ ଅପରେଟର “କଷ୍ଟମର ଡିଲାଇଟ ମନ୍ଥ”ରେ ୟୁଜରଙ୍କୁ “ବେଷ୍ଟ ସର୍ଭିସ ଏକ୍ସପେରିଏନ୍ସ” ଦେବାକୁ କାମ କରିବେ।

bsnl new

ସୂଚନାଯୋଗ୍ୟ ଯେ BSNL ତରଫରୁ ଗତ ଗୁରୁବାର ନୂଆ ଭାରତ ଫାଇବର ପ୍ଲାନ ଲଞ୍ଚ କରାଯାଇଛି। ଏଥିରେ ମଧ୍ୟ “କଷ୍ଟମର ଡିଲାଇଟ ମନ୍ଥ”ର ଫାଇଦା ଉଠାଇପାରିବେ। କମ୍ପାନୀ ଏବେ ସବୁ ସମସ୍ୟାକୁ ୨୪ ଘଣ୍ଟା ଭିତରେ ସମାଧାନ କରିବାକୁ ଚେଷ୍ଟା କରୁଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ କମ୍ପାନୀ ଗ୍ରାହକଙ୍କ ବିଶ୍ୱାସ ଜିତିବାକୁ ଚେଷ୍ଟା କରୁଛି।