ଦେଶର ବଜେଟ ପ୍ରସ୍ତୁତ କରିବା ପାଇଁ ୧୦ ଦିନ ଯାଏ ଘରୁ ବାହାରେ ରୁହନ୍ତି ଏହିସବୁ ପ୍ରମୁଖ ଅଧିକାରୀ, କଡ଼ା ନିୟମକୁ ପାଳନ କରିଥାନ୍ତି ସମସ୍ତେ

ଆଜି ଆରମ୍ଭ ହୋଇସାରିିଛି ୨୦୨୩-୨୪ ପାଇଁ ବଜେଟ ଉପସ୍ଥାପନ। ଯାହାକୁ ରହିଥାଏ ସସମସ୍ତଙ୍କ ଅପେକ୍ଷା। ବଜେଟ ରାଜସ୍ୱ ଆୟ ଓ ବ୍ୟୟର ପୂର୍ଣ୍ଣ ସୂଚୀକୁ ବୁଝାଏ। ଏଥିରେ ଦେଶର ସବୁ କ୍ଷେତ୍ରକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଏ। କେଉଁ କ୍ଷେତ୍ରରେ କେତେ ମାତ୍ରାରେ ଖର୍ଚ୍ଚ ହେବ ତାହାକୁ ନେଇ ଏକ ସମ୍ପୂର୍ଣ୍ଣ ତାଲିକା ପ୍ରସ୍ତୁତ କରାଯାଏ। ତେବେ ଆମ ଦେଶର ବଜେଟକୁ ତିଆରି କରିବା ପାଇଁ ହିଁ ମାସ ମାସ ସମୟ ଲାଗେ। ଶହଶହ ଅଧିକାରୀଙ୍କୁ ନେଇ ପ୍ରସ୍ତୁତ କରାଯାଏ ବଜେଟ। ଏଥିରେ ମୌଳିକ ରୂପେ ଲୋକଙ୍କ ଆବଶ୍ୟକତା ଉପରେ ବେଶି ଧ୍ୟାନ ଦିଆଯାଏ।

ଦେଶ ପାଇଁ ବଜେଟ ଯେତିକି ଗୁରୁତ୍ୱ ପୂର୍ଣ୍ଣ ସେତିକି ଏହାକୁ ପ୍ରସ୍ତୁତ କରୁଥିବା ଅଧିକାରୀଙ୍କ ନିଷ୍ପତ୍ତି ମଧ୍ୟ ଜରୁରୀ ହୋଇଥାଏ। ଏମିତିରେ ବଜେଟ ପାଇଁ ନିୟୋଜିତ ଥିବା ସମସ୍ତ ଅଧିକାରୀ ଏହି ସମୟରେ ବାନ୍ଧି ହୋଇ ରହିଯାନ୍ତି। ବଜେଟ ପ୍ରସ୍ତୁତି ସମୟରେ କେବଳ ବରିଷ୍ଠ ତଥା ଭରସା ଯୋଗ୍ୟ ଅଧିକାରୀଙ୍କୁ ହିଁ ଘରକୁ ଯିବାର ଅନୁମତି ମିଳିଥାଏ। ମାନେ ଏହିସମୟରେ ସବୁ ଅଧିକାରୀ ନିଜ ଘରକୁ ଯାଇପାରନ୍ତି ନାହିଁ।

ଏବେ ଜାଣନ୍ତୁ ବଜେଟ କିପରି ନିର୍ଦ୍ଧାରିତ ହୁଏ ଓ ଏହା ସହ ଅନ୍ୟ କେଉଁ ଦିଗ ପ୍ରତି ବିଶେଷ ଧ୍ୟାନ ଦିଆଯାଏ:
ଆଜି ସଂସଦରେ ପାସ୍‌ ହେବ କେନ୍ଦ୍ର ବଜେଟ ୨୦୨୩-୨୪। ଦେଶର ବଜେଟ ସେହିପରି ପ୍ରସ୍ତୁତ ହୁଏ ଯେପରି ଘରେ ଆପଣ ବଜେଟ ତିିଆରି କରନ୍ତି। କେତେ ପରିମାଣରେ ଆମଦାନୀ ହେବ। ଆଉ କେତେ ଦରକାର ପଡ଼ିବ। ସେଥିମଧ୍ୟରୁ କେତେ ଟଙ୍କା ପିଲାଙ୍କ ପାଇଁ ଖର୍ଚ୍ଚ ହେବ। ଖାଦ୍ୟ ସାମଗ୍ରୀ ପାଇଁ କେତେ ଖର୍ଚ୍ଚ ହେବ। କିଛି ଏହିଭଳି ଭାବେ ସରକାର ଦେଶର ବଜେଟକୁ ତିଆରି କରନ୍ତି। ଅନେକ ଅଧିକାରୀ ମିଶି ଏହି ବଜେଟକୁ ଦେଶ ପାଇଁ ତିଆରି କରନ୍ତି।

ଏହି ବଜେଟ ପ୍ରସ୍ତୁତ କରିବା ପାଇଁ ବିତ୍ତ ମନ୍ତ୍ରାଳୟ ଉଦ୍ୟୋଗ ଓ ସଂଗଠନ ସମେତ ସେକ୍ରେଟାରୀଙ୍କ ର ପରାମର୍ଶ ଲୋଡ଼ା ଯାଏ। ପରେ ବଜେଟର ଅନ୍ତିମ ରୂପ ଦିଆଯାଏ। ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହାକୁ ଅନ୍ତିମ ରୂପ ଦେବା ପାଇଁ ଅଧିକାରୀ ପାଖାପାଖି ୧୦ ଦିନ ଯାଏ ବନ୍ଧା ହୋଇରହନ୍ତି। ଜରୁରୀ କାମ ହୋଇଥିବାରୁ ଘରକୁ ଯିବାକୁ ମଧ୍ୟ ଅନୁମତି ମିଳିନଥାଏ।

ଦର୍ଶକବନ୍ଧୁ ବଜେଟକୁ ବହୁତ ଗୋପନୀୟତା ସହିତ ପ୍ରସ୍ତୁତ କରାଯାଏ। ଏହା ଏକ ବହୁତ ଜରୁରୀ ଦସ୍ତାବିଜ। ତେଣୁ ଏହାକୁ ତିଆରି କରିବା ସମୟରେ ଅଧିକାରୀ ଓ କର୍ମଚାରୀ ନିଜ ଘର ଠାରୁ ୧୦ ଦିନ ପର୍ଯ୍ୟନ୍ତ ଦୂରେଇ ରୁହନ୍ତି। ଆଉ ଏମିତିରେ ଯଦି ଆମେ ୧୦ ଦିନୁକ ମିନିଟ ରେ କାଉଣ୍ଟ କରିବା ତେବେ ମୋଟ ୧୪,୪୦୦ ମିନିଟ ପର୍ଯ୍ୟନ୍ତ ଏମାନେ ସମସ୍ତେ କାମ ପାଇଁ ବନ୍ଧକ ହୋଇ ରୁହନ୍ତି। ବଜେଟ ପ୍ରସ୍ତୁତି ସମୟରେ ଫାଇନାନ୍ସ ମିନିଷ୍ଟରଙ୍କ ଭରସାଯୋଗ୍ୟ ଅଧିକାରୀ ହିଁ ଘରକୁ ଯିବାର ଅନୁମତି ପାଆନ୍ତି।

ସବୁଠୁ ଜରୁରୀ କଥା ଦେଶର ସାଧାରଣ ବଜେଟ ଯେତେ ପର୍ଯ୍ୟନ୍ତ ସଂସଦରେ ପାସ୍‌ ହୋଇନାହିଁ ସେତେ ପର୍ଯ୍ୟନ୍ତ ଏଥିରେ ସାମିଲ ଥିବା ଲୋକଙ୍କ ର ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରାଯାଏ। କୌଣସି ବାହାର ବ୍ୟକ୍ତି ବିତ୍ତ ମନ୍ତ୍ରାଳୟ ରେ ପ୍ରବେଶ କରିପାରିବେ ନାହିଁ। ବଜେଟ ସହ ଜଡ଼ିତ ଅଧିକାରୀଙ୍କୁ ବାହାରେ କାହା ସହ ମିଶିବାର ଅନୁମତି ମିଳେ ନାହିଁ। ଏହି ସମୟରେ ବିତ୍ତ ମନ୍ତ୍ରାଳୟରେ ଡାକ୍ତରୀ ଟିମ ମଧ୍ୟ ୧୦ ଦିନ ଯାଏ ରହିଥାନ୍ତି। ଏମିତିରେ କାହାର ବି ଦେହ ଖରାପ ହେଲେ ତାଙ୍କର ତୁରନ୍ତ ଚିକିତ୍ସା ହୋଇପାରିବ।

ବଜେଟର ଶେଷ ୧୦ ଦିନରେ ଇଣ୍ଟରନେଟର ବ୍ୟବହାର ଉପରେ ରୋକ ଲଗାଯାଏ। ଯେଉଁ କମ୍ପ୍ୟୁଟରରେ ବଜେଟର ପୂରା ଡକ୍ୟୁମେଣ୍ଟ ରହିଥାଏ ସେଥିରେ ଇଣ୍ଟରନେଟ ଓ ଏନଆଇସି ସର୍ଭରକୁ ଡିଲିଙ୍କ କରିଦିଆଯାଏ। ଏମିତିରେ କିଛି ବି ପ୍ରକାର ହ୍ୟାକିଂ ହେବାର ଡର ନଥାଏ। କମ୍ପ୍ୟୁଟରକୁ କେବଳ ପ୍ରିଣ୍ଟର ଓ ଛପା ମେସିନ ରେ କନେକ୍ଟ କରି ରଖାଯାଏ। ଏମିତିରେ ବିଭାଗର ଯେଉଁ ଭାଗରେ ପ୍ରିଣ୍ଟର ମେସିନ ଥାଏ ସେଠି କେବଳ ସିନିଅର ଅଧିକାରୀଙ୍କୁ ଯିବାରଅନୁମତି ଥାଏ।

ଏହି ସମୟରେ ବିଭାଗ ରେ ସିକ୍ୟୁରିଟିକୁ କଡ଼ାକଡ଼ି କରିଦିଆଯାଏ। ଏହିଦିନ ମାନଙ୍କରେ ମୋବାଇଲ ନେଟଓ୍ଵାର୍କ କାମ କରେ ନାହିଁ। କବେଳ ଲ୍ୟାଣ୍ଡଲାଇନ ଫୋନର ବ୍ୟବହାର କରାଯାଏ।

ବଜେଟ ଡିଭିଜନର ବଜେଟକୁ ତିଆରିୁ କରିବା ପାଇଁ ଦାୟିତ୍ୱ ଦିଆଯାଏ। ଏହି ଡିଭିଜନରେ ସମସ୍ତ ମନ୍ତ୍ରାଳୟ, ରାଜ୍ୟ, କେନ୍ଦ୍ର ଶାସିତ ପ୍ରଦେଶ, ସ୍ୱାୟତ୍ତ ବ୍ୟବସ୍ଥା ଓ ବିଭାଗକୁ ଆସନ୍ତା ବର୍ଷ ପାଇଁ ଖର୍ଚ୍ଚର ଅନୁମାନ କରି କହିବାକୁ କୁହାଯାଏ। ଏହାପରେ ବିତ୍ତ ମନ୍ତ୍ରାଳୟର ବ୍ୟୟ ବିଭାଗଙ୍କ ସହ ଆଲୋଚନା ପରେ ବଜେଟ ପ୍ରସ୍ତୁତ କରାଯାଏ।