ବଜେଟ ୨୦୨୩: ମିଲେଟକୁ ପ୍ରୋତ୍ସାହନ ପାଇଁ ଆରମ୍ଭ ହେବ ‘ଶ୍ରୀଅନ୍ନ’, ଘୋଷଣା କଲେ ନିର୍ମଳା ସୀତାରମଣ

ଆଜି ସଂସଦରେ ବଜେଟ ୨୦୨୩-୨୪ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ ୨୦୨୩କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ଦେବା ପରେ ସଂସଦ ଭବନରେ ପହଞ୍ଚିଥିଲେ ଅର୍ଥମନ୍ତ୍ରୀ । ଲୋକସଭାରେ ବଜେଟ ଉପସ୍ଥାପନା କରୁଛନ୍ତି ଅର୍ଥମନ୍ତ୍ରୀ । ସରକାରଙ୍କ ପଦକ୍ଷେପ ବିଷୟରେ ସୂଚନା ଦେଉଛନ୍ତି ସୀତାରମଣ । ଏହି ବଜେଟ ଆଗାମୀ ୨୫ ବର୍ଷର ବ୍ଲୁ ପ୍ରିଣ୍ଟ ।

ସରକାରଙ୍କ ପକ୍ଷରୁ ମାଣ୍ଡିଆକୁ ପ୍ରୋତ୍ସାହନ ପାଇଁ ନୂଆ ଯୋଜନା ଆରମ୍ଭ ହୋଇଛି । ମିଲେଟ୍କୁ ପ୍ରୋତ୍ସାହନ ପାଇଁ ନାମକରଣ ହୋଇଛି ‘ଶ୍ରୀଅନ୍ନ’। ଶ୍ରୀଅନ୍ନ ଉତ୍ପାଦନ କ୍ଷେତ୍ରରେ ଭାରତ ନଂ-୧, ରପ୍ତାନୀରେ ନମ୍ବର୨ରେ ରହିଛି। କୃଷି ଋଣ ଓ ପ୍ରୋତ୍ସାହନ ପାଇଁ ୨୦ ଲକ୍ଷ କୋଟି ବ୍ୟବସ୍ଥା ରହିବ ।

ଆଉ ବର୍ଷେ ମାଗଣା ଅନ୍ନ ଯୋଜନା ବଢ଼ିବ ବୋଲି ଘୋଷଣା ହୋଇଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ମାଗଣା ରାସନ ଯୋଜନା ପାଇଁ ୨ କୋଟି ଲକ୍ଷରୁ ଅଧିକ ବଜେଟ୍ କରାଯାଇଛି। ୨୮ ମାସ ଯାଏଁ ୮୦ କୋଟି ଲୋକଙ୍କୁ ମାଗଣା ରାସନ ଦିଆଯାଇଛି। ପ୍ରତି ବ୍ୟକ୍ତିଙ୍କ ମୁଣ୍ଡପିଛା ଆୟ ୨ ଗୁଣା ହୋଇଛି। ପିଏମ୍‌ ସୁରକ୍ଷା ଯୋଜନାରେ ଲାଭ ପାଉଛନ୍ତି ୪୪ କୋଟି ।

ଆଗ୍ରି ଷ୍ଟାର୍ଟଅପ୍ ପ୍ରୋତ୍ସାହନ ପାଇଁ ଆଗ୍ରି ଆକ୍ସିଲେରେଟର ଫଣ୍ଡ ବ୍ୟବସ୍ଥା ଆତ୍ମନିର୍ଭର କ୍ଲିନ ପ୍ଲାଣ୍ଟ ପ୍ରୋଗ୍ରାମ ଆରମ୍ଭ ହୋଇଛି। କୃଷି ଋଣ ପ୍ରୋତ୍ସାହନ ପାଇଁ ୨୦ ଲକ୍ଷ କୋଟିର ବ୍ୟବସ୍ଥା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.