ମାତ୍ର କିଛି ସେକେଣ୍ଡରେ ବିକ୍ରି ହୋଇଗଲା ଦୁନିଆର ସବୁଠାରୁ ମହଙ୍ଗା କାର, ମୂଲ୍ୟ ଜାଣି ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ : ବୁଗାଟି ନିଜର ୧୧୦ତମ ଚଳିତ ବର୍ଷର ସବୁଠାରୁ ମହଙ୍ଗା ନୂଆ କାର‘La Voiture Noire’କୁ ନିକଟରେ ଏକ ପ୍ରଦର୍ଶନୀରେ ଦେଖାଇଥିଲା। ଜେଟ ବ୍ଳାକ ରକେଟରେ ନିର୍ମିତ ଏହି କାରକୁ ଦୁନିଆର ଦ୍ରୁତତମ କାର ମାନଙ୍କ ମଧ୍ୟରେ ଗଣାଯାଉଛି। ଏହାର ନାମ ବୁଗାଟି ‘La Voiture Noire’ । ଏହାର ମୂଲ୍ୟ ୧୨.୫ମିଲିୟନ ଅର୍ଥାତ୍ ପାଖାପାଖି ୮୭.୩୧କୋଟି ରହିଛି। ଆପଣ ଜାଣି ଆଶ୍ଚର‌୍ୟ୍ୟ ହେବେ ଲକଜ୍ବରୀୟର୍ସ କାର କିଣିବା ସଉକ ରଖିଥିବା ବ୍ୟକ୍ତି ଏହି କାରକୁ ଆଖି ପିଛୁଳାକେ କିଣିଛନ୍ତି। ଏହି କାରକୁ ଜେନିବା ମୋଟର ଶୋ ୨୦୧୯ରେ ପ୍ରଦର୍ଶିତ କରାଯାଇଥିଲା।

Bugatti

ବୁଗାଟି ର କାରର ମୂଲ୍ୟ ୮୭.୩୧ କୋଟି ରହିଛି। କିନ୍ତୁ ଟ୍ୟାକ୍ସ ଲାଗିବା ପରେ ଏହାର ଅନରୋଡ ମୂଲ୍ୟ ଆହୁରୀ ଅଧିକ ବଢ଼ିଯିବ। ଜେନିବା ମୋଟର ଶୋରେ ପ୍ରଦର୍ଶନର ମାତ୍ର କିଛି ମିନିଟ ମଧ୍ୟରେ ଏହି କାରର ବିକ୍ରି ହୋଇଯାଇଛି।

ବୁଗାଟି ଡିଜାଇନର Achim Anscheidtର ମୁତାବକ, ଏହି କାରକୁ ଅଲଟ୍ରା ଧନି ଗ୍ରାହକ କିଣିବାକୁ ବେଶ ପସନ୍ଦ୍ର କରୁଛନ୍ତି। ଏହି କାରର ଅଧିକାଂଶ ଜିନିଷ ହ୍ୟାଣ୍ଡକ୍ରାପ୍ଟ ରହିଛି। ସେହିପରି ଏହାକୁ କାରବର୍ନ ବଡି ସହ କଳା ରଙ୍ଗରେ ପ୍ରର୍ଦର୍ଶିତ କରାଯାଇଥିଲା।

ନିଶ୍ଚିତ ପଢ଼ନ୍ତୁ: Kawasaki Ninja H2R : ୭୨ ଲକ୍ଷ ଟଙ୍କାର ଏହି ବାଇକ କିଣିବାରେ ପ୍ରଥମ ଭାରତୀୟ

କାରରେ ୮ ଲିଟର ବିଶିଷ୍ଟ ୧୬ ସିଲିଣ୍ଡର ଇଞ୍ଜିନ ଲଗାଯାଇଛି। ଏହି ଇଞ୍ଜିନ ୧,୧୦୩ କେଡବ୍ଳୁର ପାୱାର ଏବଂ ୧,୬୦୦ଏନଏମର ଟ୍ରାର୍କ ଜେନେରେଟ କରିଥାଏ। ଏହାକୁ ଦୁନିଆର ସବୁଠାରୁ ମହଙ୍ଗା କାର ତାଲିକାରେ ସାମିଲ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.