Below header

ନକଲି କେଶ ଲଗାଇବା ପଡିଲା ମହଙ୍ଗା, ସର୍ଜରୀ ଯୋଗୁଁ ଚାଲିଗଲା ଜୀବନ

ମୁମ୍ବାଇ : ମହଙ୍ଗା ପଡିଲା ହେୟାର୍ ଟ୍ରାନ୍ସପ୍ଲାଣ୍ଟ । ସର୍ଜରୀ କରିବାର ୪୮ ଘଂଟା ମଧ୍ୟରେ ଚାଲିଗଲା ବ୍ୟବସାୟୀଙ୍କ ଜୀବନ । ଡାକ୍ତରଙ୍କ କହିବା ଅନୁଯାୟୀ, ଗମ୍ଭୀର ଆଲର୍ଜିକ୍ ଡ୍ରଗ୍ସ ରିଆକ୍ସନରେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ମୁମ୍ବାଇ ସାକି ନାକା ଅଂଚଳର ଶ୍ରବଣ କୁମାର ।

ଗୁରୁବାର ହେୟାର୍ ଟ୍ରାନ୍ସପ୍ଲାଣ୍ଟ୍ କରିଥିବା ଶ୍ରବଣଙ୍କର ଶନିବାର ମୃତ୍ୟୁ ହୋଇଛି । ଶ୍ରବଣ ଏକ ପ୍ରାଇଭେଟ୍ ଡାକ୍ତରଖାନାରେ ହେୟାର ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ କରାଇଥିଲେ । ଏଥିରେ ସେ ୫ ଲକ୍ଷ ଖର୍ଚ୍ଚ କରି ୯୫୦୦ ହେୟାର୍ ଗ୍ରାଫ୍ଟ ଇମ୍ପପ୍ଲାଟ୍ କରିଥିଲେ । ତେବେ ସର୍ଜରୀର କିଛି ସମୟରେ ଯେତେବେଳେ ଘରେ ପହଂଚିଥିଲେ ସେତେବେଳେ ତାଙ୍କୁ ଅଜବ ଲାଗିଥିଲା । ନିଶ୍ବାସ ନେବାରେ ଅସୁବିଧା ହେବା ସହ ଚେହେରା କୁଣ୍ଡାଇ ହେବା ଆରମ୍ଭ ହୋଇଥିଲା । ଏହା ପରେ ଶ୍ରବଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବା ପରେ ଶନିବାର ଦିନ ଶବଣଙ୍କର ମୃତ୍ୟୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.