Below header

କାର୍ତ୍ତିକ-ସାରାଙ୍କ ଲଭ ଆଜ କଲ-୨ , କିଛି ଏପରି ସେଟରେ ଦେଖାଗଲା କେମେଷ୍ଟ୍ରି

ମୁମ୍ବାଇ : ବଲିଉଡ଼ର ନବାଗତା ସାରା ଅଲ୍ଲି ଖାନ ତାଙ୍କର ପ୍ରଥମ ଫିଲ୍ମରୁ ହିଁ ଚର୍ଚ୍ଚାରେ ଅଛନ୍ତି। ତେବେ ସାରା ଅଭିନେତା କାର୍ତ୍ତିକ ଆୟନଙ୍କୁ ଡ଼େଟ ପାଇଁ କହିବା ପରେ ଦୁହିଁଙ୍କୁ ନେଇ ବେଶ ଚର୍ଚ୍ଚା ହୋଇଥିଲା। ଏପରିକି ଦୁହିଁଙ୍କୁ ନେଇ ବଢ଼ୁଥିବା ଲୋକପ୍ରିୟତାକୁ ନଜରରେ ରଖି ନିର୍ଦ୍ଦେଶକ ଇମତିଆଜ ଅଳ୍ଲି ତାଙ୍କର ଆଗାମୀ ଫିଲ୍ମରେ ଦୁହିଁଙ୍କୁ କାଷ୍ଟ ମଧ୍ୟ କରିଛନ୍ତି। ଫିଲ୍ମର ନାମ ଲଭ ଆଜ କଲ୨ ରହିଥିବା ବେଳେ ନିକଟରେ ଏହାର ସୁଟିଂ ଆରମ୍ଭ ହୋଇଛି।

sara and kartik

ତେବେ ଫିଲ୍ମର ସୁଟିଂ ଆରମ୍ଭ ହୋଇଥିବା ବେଳେ ସେଟର କିଛି ତାଜା ଫଟୋ ସାମ୍ନାକୁ ଆସିଛି । ଏହି ଫଟୋରେ କାର୍ତ୍ତିକ ଏବଂ ସାରା ଉଦ୍ଭୟ ପରସ୍ପରକୁ ନଜର ମିଶାଇ କଥା ହେଉଥିବା ଦେଖିବାକୁ ମିଳିଛି। ଦୁହିଁଙ୍କ ଲୁକ ଖୁବ ସାଧାରଣ ରହିଥିବା ବେଳେ ଫିଲ୍ମଟି ଏକ ସାଧାରଣ ପ୍ରେମ କାହାଣୀ ଉପରେ ଆଧାରିତ ବୋଲି ଜଣାପଡିଛି। ତେବେ ଫିଲ୍ମର ଷ୍ଟାରକାଷ୍ଟ ଏବଂ କାହାଣୀ ନେଇ ଏପର‌୍ୟ୍ୟନ୍ତ କୌଣସି ସୂଚନା ମିଳିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.