ସାଓମି ମାଗଣାରେ ଦେବ Redmi Note 7 Pro , କେବଳ ଏହି ମାନଙ୍କୁ ମିଳିବ ଫାଇଦା

ସାଓମି ନିକଟରେ ଭାରତରେ Redmi Note 7 Proକୁ ଲଞ୍ଚ କରିଛ, ଯାହାର ପ୍ରଥମ ସେଲ ୧୩ ମାର୍ଚ୍ଚରେ ରଖାଯାଇଛି। ସାଓମି ଏହି ଫୋନକୁ ଚୀନରେ ୧୮ ମାର୍ଚ୍ଚରେ ଲଞ୍ଚ କରାଯିବ ଏବଂ ଲଞ୍ଚ କରିବା ପୂର୍ବରୁ କମ୍ପାନୀ ଏକ ବିଶେଷ ଅଫର ବାହାର କରିଛନ୍ତି। ଯାହା ପାଇଁ ସାଓମିର ଫ୍ୟାନ୍ସ ମାନେ Redmi Note 7 Proକୁ ଫ୍ରି ରେ ପାଇପାରିବେ। କିନ୍ତୁ ଆପଣଙ୍କୁ ଜଣାଇବୁ ଏହି ଅଫର କେବଳ ଚୀନର ୟୁଜର୍ସ ମାନଙ୍କ ପାଇଁ ଅଟେ ଯାହା ଲଞ୍ଚ ହେବା ପୂର୍ବରୁ ଦିଆଯିବ। ଏହି ଅଫର କାରଣରୁ ମ୍ୟାନଲ୍ୟାଣ୍ଡ ଚୀନ କମ୍ପାନୀ ୧୦୦ ଫ୍ୟାନ୍ସଙ୍କୁ ମାଗଣାରେ ଦେଉଛି।

ମାଗଣାରେ ଫୋନ ପାଇବା ପାଇଁ ଏମିତି କରିବାକୁ ହେବ ଆପ୍ଲାଏ

redmiRedmi Note 7 Proକୁ ମାଗଣାରେ ପାଇବା ପାଇଁ ଫ୍ୟାନ୍ସଙ୍କୁ ଅଲଗା ଅଲଗା ଫିଚର୍ସକୁ ଟେଷ୍ଟ କରିବାକୁ ହେବ। ଆପ୍ଲାଏ କରିବା ପାଇଁ ୟୁଜର୍ସଙ୍କୁ ନିଜର Mi ଆକାଉଣ୍ଟରେ ଲଗ-ଇନ କରିବାକୁ ହେବ। ଏହାପରେ ୟୁଜର୍ସଙ୍କୁ ସାଓମିକୁ ମେସେଜ୍ କରିବାକୁ ହେବ ଯେ ସେ ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଚାହୁଁଛନ୍ତି। ଏଥିରେ ୟୁଜର୍ସଙ୍କ ନାମ, ଜେଣ୍ଡର, ମୋବାଇଲ ନମ୍ବର,ଇ-ମେଲ ଆଡ୍ରେସ, ୱିବୋ ଆକାଉଣ୍ଟ ଏବଂ ଏମଆଇ ଆକାଉଣ୍ଟ ୟୁଜର ନେମ କମ୍ପାନୀ ସହିତ ସେୟାର କରିବାକୁ ହେବ। କେବଳ ଏତିକି ନୁହେଁ ଏହା ମଧ୍ୟ କହିବାକୁ ହେବ ଯେ ତାଙ୍କ ସୋସିଆଲ ମିଡିଆ ପ୍ରୋଫାଇଲରେ କେତେ ଫଲୋଓର୍ସ ଅଛନ୍ତି।

ଏହାର ମୂଲ୍ୟ ଉପରେ କହିବାକୁ ଗଲେ କମ୍ପାନୀ ଭାରତରେ ଏହାର ପ୍ରାରମ୍ଭିକ ମୂଲ୍ୟ ୧୩,୯୯୯ ଟଙ୍କା ରଖିଛି, ଯେଉଁଥିରେ ୪ ଜିବି ରାମ ସହିତ ୬୪ ଜିବି ଇଣ୍ଟରନାଲ ଷ୍ଟୋରେଜ୍ ରହିଛି। ସେହିଭଳି ଏହାର ୬ ଜିବି ରାମ ଏବଂ ୧୨୮ ଜିବି ଇଣ୍ଟରନାଲ ଷ୍ଟୋରେଜ ବିଶିଷ୍ଟ ଫୋନ ର ଦାମ ୧୬,୯୯୯ ଟଙ୍କା ଅଟେ। ଫୋନରେ ଡଟ୍ ନଞ୍ଚ ଡିସପ୍ଲେ ରହିଛି। ଫୋନର ବିଶେଷତଃ ହେଉଛି ଯେ ଏହାର ବ୍ୟାକ୍ ପ୍ୟାନେଲରେ ଡିଜାଇନ ଦିଆ ଯାଇଛି। ଯାହା ଦେଖିବା ପାଇଁ ବହୁତ ଆକର୍ଷକ ଲୁକ୍ ଦେବ। ଏହାଛଡା ଫୋନର ଦୁଇ ସାଇଡରେ କର୍ଣ୍ଣିଂ ଗରିଲା ଗ୍ଲାସ୫ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.