Below header

ପିଏମ୍‌ ମୋଦିଙ୍କ ପରେ ଏବେ ମଦର ଟେରେସା, ପୁଣି ପ୍ରସ୍ତୁତ ହେବ ବାୟୋପିକ

ବଲିଉଡରେ ବାୟୋପିକର ସିରିଜ୍ ଥମିବାର ନାମ ନେଉନି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ପୁଣି ଭାରତ ରତ୍ନ ମଦର ଟେରେସାଙ୍କ ବାୟୋପିକ ଫିଲ୍ମ ପ୍ରସ୍ତୁତ ହେବାକୁ ଯାଉଛି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଗତ ବର୍ଷ ଅନେକ ବାୟୋପିକ୍ ର୍ନିମାଣ ହୋଇଥିଲା। ଏବଂ ସେଥିମଧ୍ୟରୁ ସଂଜୟ ଦତ୍ତ, ପୂର୍ବ ପ୍ରଧାନ ମନ୍ତ୍ରୀ ମନମୋହନ ସିଂହ ଏବଂ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ ବେଶ ଭଲ ରୋଜଗାର ମଧ୍ୟ କରିଥିଲା।

mother teresaଫିଲ୍ମ ନିର୍ମାତା ପ୍ରଦୀପ ଶର୍ମା, ନିତିନ ମନମୋହନ, ଗିରିଶ ଜୋହର ଏବଂ ପ୍ରାଚୀ ମନମୋହନ ମିଶି ‘ମଦର ଟେରେସା: ଦ ସେଣ୍ଟ’ନାମରେ ଏକ ବାୟୋପିକ ଫିଲ୍ମର ପ୍ରଯୋଜନା କରିବେ। ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବରେ ରହିବେ ସୀମା ଉପଧ୍ୟାୟ। ଫିଲ୍ମଟି ୨୦୨୦ରେ ରିଲିଜ୍‌ ହେବ ବୋଲି ସୂଚନା ରହିଛି। ତେବେ ‘ ମଦର ଟେରେସା: ଦ ସେଣ୍ଟ’ ଫିଲ୍ମରେ ମଦର ଟେରେସାଙ୍କ ଭୂମିକାରେ କିଏ ନଜର ଆସିବେ ସେନେଇ ଏପଯ୍ୟର୍ନ୍ତ କୌଣସି ସୂଚନା ମିଳିନାହିଁ।

ଖବର ମୁତାବକ, ବଲିଉଡ ଏବଂ ହଲିଉଡର ବିଶିଷ୍ଟ କଳାକାରମାନେ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିପାରନ୍ତି। ଫିଲ୍ମ ନିର୍ମାତାମାନେ ଏହି ବାୟୋପିକ ପାଇଁ ମଦର ଟେରେସାଙ୍କ ଖାସଲୋକ Sister Prema Mary ଏବଂ Sister Lynneଙ୍କ ସହ ସାକ୍ଷାତ କରିଛନ୍ତି।

ମଦର ଟେରେସାଙ୍କ ଉପରେ ପ୍ରସ୍ତୁତ ହେବାକୁ ଥିବା ଏହି ଫିଲ୍ମ ପ୍ରଥମ ଫିଲ୍ମ ନୁହେଁ। ଏହା ପୂର୍ବରୁ ମଧ୍ୟ ତାଙ୍କ ଉପରେ ଅନେକ ଡକ୍ୟୁମେଣ୍ଟ୍ରି ଏବଂ ଫିଲ୍ମ ପ୍ରସ୍ତୁତ ହୋଇସାରିଛି। ନିର୍ଦ୍ଦେଶକ ସୀମା ଉପାଧ୍ୟାୟ ଏହି ଫିଲ୍ମକୁ ହିନ୍ଦୀ ଭାଷାରେ ପ୍ରସ୍ତୁତ କରିବେ। ସେ ୩ ବର୍ଷ ପୂର୍ବରୁ ଫିଲ୍ମର କାହାଣୀ ଲେଖି ସାରିଛନ୍ତି।

1 mother teresaମଦର ଟେରେସାଙ୍କ ଜନ୍ମ ୨୬ ଅଗଷ୍ଟ ୧୯୧୦ରେ ସ୍କୋପଜିରେ ହୋଇଥିଲା। ମଦର ଟେରେସା ଜଣେ କ୍ୟାଥୋଲିକ ନନ୍‌ ଥିଲେ। ସେ ଗରୀବ ଏବଂ ରୋଗୀଙ୍କ ପାଇଁ ସର୍ବଦା ନିଜ ଜୀବନକୁ ସମର୍ପଣ କରିଦେଉଥିଲେ। ମଦର ଟେରେସା ଦୁନିଆ ପାଇଁ ଶାନ୍ତିର ଦୂତ ଥିଲେ। ତାଙ୍କୁ ୧୯୭୯ରେ ନୋବେଲ ଶାନ୍ତି ପୁରସ୍କାର ପ୍ରାପ୍ତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.