Jeep compass ରେ ମିଳୁଛି ଦୁଇ ଲକ୍ଷ ପର୍ଯ୍ୟନ୍ତ ବମ୍ପର ରିହାତି, ଆଉ ୧୦୦ ପ୍ରତିଶତ ଫାଇନାନ୍ସ ସୁବିଧା

କ’ଣ ଆପଣSUV କିଣିବାକୁ ଚାହୁଛନ୍ତି କି ? ତେବେ ଆପଣଙ୍କ Jeep ଆଣିଦେଇଛି ସୁଯୋଗ। ରିହାତି ଦାମ୍‌ ସହିତ ଫାଇନାନ୍ସ ସୁବିଧା ଦେଉଛି। SUV ବା ର୍ସ୍ପୋଟସ ୟୁଟିଲିଟି ଭେକିଲ ନିର୍ମାଣ କରୁଥିବା ଆମେରକୀୟ ଅଟୋ ମୋବାଇଲ କମ୍ପାନୀ ଜିପ ଭାରତରେ ନିଜର ଦମଦାର ଅଫ ରୋଡର ଏୟୁସିଭି କମ୍ପାସ ଉପରେ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ଏବଂ ଅନେକ ସୁବିଧା ପ୍ରଦାନ କରୁଛି । ଏହା ବ୍ୟତିତ କାର ନିର୍ମାତା କମ୍ପାନୀ ଅନେକ ଲୋକପ୍ରିୟ ବିକଳ୍ପ ଓ ଇଏମଆଇ ସ୍କିମ ପ୍ରଦାନ କରୁଛି ଯାହା ଲୋକଙ୍କୁ ନିଜର ମନ ପସନ୍ଦର ଏସୟୁବି କିଣିବାରେ ସହାୟକ ହେବ ।

କମ୍ପାନୀ Jeep compassର ଷ୍ଟାଣ୍ଡାର୍ଡ ମଡେଲର କ୍ରୟ ଉପରେ ୮୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ଏବଂ ସୁବିଧା ଦେଉଛି। ଯାହା ସ୍ଥାନ ଓ ଡିଲରସିପର ଆଧାରରେ ଭିନ୍ନ ଭିନ୍ନ ହୋଇପାରେ । ସେହିପରି ଜିପ କମ୍ପାସ ଟ୍ରାଇଲହକ ମଡେଲ ଉପରେ କମ୍ପାନୀ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ଦେଉଛି । ଷ୍ଟାଣ୍ଡାର୍ଡ ମଡେଲ ଭଳି ଏହି ମଡେଲର ରିହାତି ମଧ୍ୟ ଡିଲରସିପ ଏବଂ ସ୍ଥାନ ଅନୁସାରେ ଭିନ୍ନ ଭିନ୍ନ ହୋଇପାରେ ।

compass

 

Jeep କମ୍ପାନୀ ନିଜ ଗ୍ରାହକଙ୍କୁ ଫାଇନାନ୍ସର ସୁବିଧା ମଧ୍ୟ ଯୋଗାଇ ଦେଉଛି ଯାହା ସାହାଯ୍ୟରେ ସେମାନେ ତାଙ୍କ ପ୍ରିୟ ଅଫ ରୋଡର ଏୟୁସିବିକୁ ଅତି ସହଜରେ କିଣି ପାରିବେ । ଜିପର ଏୟୁସିବି କିଣିବା ପାଇଁ କମ୍ପାନୀ ଶତ ପ୍ରତିଶତ ଆର୍ଥିକ ସୁବିଧା ପ୍ରଦାନ କରୁଛି । ଅର୍ଥାତ ଏହି ଦମଦାର ଏୟୁସିବି କିଣିବା ସମୟରେ ଡାଉନ ପେମେଣ୍ଟ ଦେବାର ଆବଶ୍ୟକ ପଡିବ ନାହିଁ ।

ତେବେ ଚଳିତ ବର୍ଷ ଜାନୁଆରୀରେ ଜିପ ଭାରତରେ ଏସୟୁବିର ଡିଜଲ ଅଟୋମେଟିକ ମଡେଲ ଲଞ୍ଚ କରିଛି । ତେବେ ଜିପ କମ୍ପାସ ଡିଜେଲ ଅଟୋମେଟିକ ମଡେଲ ଦୁଇ ପ୍ରକାରର ଅର୍ଥାତ Longitude ଓ ଲିମିଟେଡ ପ୍ଲସରେ ଉପଲବ୍ଧ ହୋଇଥାଏ । Longitude ଭେରାଇଟିର ଦାମ୍ ୨୧.୯୬ ଲକ୍ଷ ହୋଇଥିବା ବେଳେ ଲିମିଟେଡ ପ୍ଲସ ଭେରାଇଟିର ଦାମ୍ ୨୪,୯୯୯ ଲକ୍ଷ ଟଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.