ଘରେ ଭୂତ ଥିବା ସନ୍ଦେହ ହେବାରୁ ମଜାରେ ଫଟୋ ଉଠାଇଥିଲେ ମହିଳା, ମାତ୍ର ରୋଷେଇ ଘର ଫଟୋ ଦେଖିବା ପରେ ଉଡ଼ିଗଲା ହୋସ୍‌

ଫଟୋରେ କଏଦ ହେଲା ଭୂତ। ବିଶ୍ୱାସ ହେଉନଥିଲେ ବି ଏହା ସତ। ଆମେରିକାରେ ଏଭଳି ଏକ ବିସ୍ମୟକର ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ମହିଳା ନିଜ ଫୋନରେ ଭୂତର ଫଟୋ ଉଠାଇଥିବା ନେଇ ଦାବି କରିଛନ୍ତି। କେବଳ ଦାବି କରିନାହାନ୍ତି ସେ ଏହି ଫଟୋକୁ ସୋସିଆଲ ମିଡିଆରେ ବି ସେୟାର କରିଛନ୍ତି। ମହିଳା ଜଣକ ଫଟୋ ସେୟାର କରି କହିଛନ୍ତି ପ୍ରଥମେ ତାଙ୍କୁ ସନ୍ଦେହ ହେଉଥିଲା ଯେ ଘରେ କିଛି ଅଦୃଶ୍ୟ ଶକ୍ତି ଅଛି। କିନ୍ତୁ ଫଟୋରେ ଦେଖିସାରିବା ପରେ ତାଙ୍କ ସନ୍ଦେହ ଦୂର ହୋଇଛି। ଘରେ ସତରେ ଭୂତ ଥିବା ଜାଣିବା ପରେ ଏବେ ସେ ଘର ଛାଡ଼ିବାକୁ ପ୍ରସ୍ତୁତି ଚଳାଇଛନ୍ତି।

ghost2ଆମେରିକାର ନାଓମି ହଡସନ୍‌ ରିଡ୍‌(୩୮) ନାମ୍ନୀ ଜଣେ ମହିଳା ୫ ବେଡ୍‌ରୁମ୍‌ ଯୁକ୍ତ ସ୍ୱାମୀ ଓ ପୁଅ ସହ ରୁହନ୍ତି। ସେ ସବୁବେଳେ ଘରେ କିଛି ନା କିଛି ଅଜବ ଶବ୍ଦ ଶୁଣିବାକୁ ପାଉଥିଲେ। କେତେବେଳେ କବାଟ ଖୋଲିବା ଶବ୍ଦ ତ ଆଉ କେତେବେଳେ ଛୁଆ କାନ୍ଦିବା। ପ୍ରଥମେ ତ ସେ ସମସ୍ତ ଶବ୍ଦକୁ ଅଣଦେଖା କରୁଥିଲେ। ମାତ୍ର ଏହା ଅଧିକ ହେବାରୁ ସେ ଏହା ପଛର କାରଣ ଖୋଜିଲେ। ନାଓମିଙ୍କର ଏକ ୨ ବର୍ଷର ପୁଅ ରହିଛି। ସେ ଭାବୁଥିଲେ ବୋଧେ ପୁଅ ଖେଳିବା ବେଳେ ଏଭଳି ଶବ୍ଦ କରୁଛି। ମାତ୍ର ଥରେ ପୁଅ ଶୋଇବା ପରେ ତା ରୁମ୍‌ରୁ ଅଜବ ଶବ୍ଦ ଆସୁଥିବା ଶୁଣିବାକୁ ପାଇଥିଲେ। ଏହି ଶବ୍ଦ ପୁଅ କରୁଛି ଭାବି ଯାଇ ଦେଖିବା ବେଳକୁ ପୁଅ ଚୁପ୍‌ଚାପ୍‌ ନିଜ ବେଡ୍‌ରେ ଶୋଇଥିବା ଦେଖିବାକୁ ପାଇଥିଲେ। ଏଭଳି ବାରମ୍ବାର ଘଟିବାରୁ ସେ ସ୍ୱାମୀଙ୍କୁ ଏନେଇ କହିଥିଲେ। ମାତ୍ର କିଛି ପ୍ରମାଣ ନଥିବାରୁ ସ୍ୱାମୀ ଏହି କଥାକୁ ବିଶ୍ୱାସ କରିନଥିଲେ।

ghost3

ଘରେ ଅସ୍ୱାଭାବିକ ଶବ୍ଦ ସବୁବେଳେ ଶୁଭିବାରୁ ଥରେ ନାଓମି କୌତୁହଳରେ ଘରର ଫଟୋ ଉଠାଇଥିଲେ। ମାତ୍ର ଫଟୋ ଦେଖିବା ପରେ ତାଙ୍କ ହୋସ୍‌ ଉଡ଼ିଯାଇଥିଲା। କାରଣ ଫଟୋରେ ସେ ଏକ ମୁହଁ ଦେଖିବାକୁ ପାଇଥିଲେ। ଏହି ମୁହଁଟି ଅବିକଳ ଏକ ମଣିଷର ମୁହଁ ଭଳି ଥିଲା। ପରେ ସେ ସ୍ୱାମୀଙ୍କୁ ଉକ୍ତ ଫଟୋ ଦେଖାଇଥିଲେ। ଏବେ ସେ ସେହି ଭୂତିଆ ବଙ୍ଗଳା ଛାଡ଼ିବାକୁ ପ୍ରସ୍ତୁତି ଚଳାଇଥିବା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.