ରକ୍ଷା ମନ୍ତ୍ରଣାଳୟରେ ଗ୍ରୁପ ସି ପଦବୀରେ ବମ୍ପର ନିଯୁକ୍ତି, ୧୦ମ୍‌ ପାସ୍‌ ପ୍ରାର୍ଥୀ କରିପାରିବେ ଆପ୍ଲାଏ

ଚାକିରି ଖୋଜୁଛନ୍ତି ? ତେବେ ଏହି ଖବର ଆପଣ ନିଶ୍ଚିତ ପଢନ୍ତୁ। ସରକାରୀ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର। ରକ୍ଷା ମନ୍ତ୍ରଣାଳୟ ତରଫରୁ ଗ୍ରୁପ ସି ପଦବୀରେ ଭର୍ତ୍ତି ହେଉଛି। ଏହି ଭର୍ତ୍ତି ଜରିଆରେ ଷ୍ଟେନୋଗ୍ରାଫର, ଏଲଡିସି, ମେସେଞ୍ଜର ଏବଂ ସଫେଇ କର୍ମଚାରୀ ପଦବୀରେ ନିଯୁକ୍ତି ମିଳିବ।

ଜାରି ହୋଇଥିବା ନୋଟିଫିକେସନ ଅନୁଯାୟୀ, ଏହି ନିଯୁକ୍ତି ୬ଟି ପଦବୀରେ କରାଯିବ। ଅଧିକ ଜାଣିବା ପାଇଁ ୩୦ ଅକ୍ଟୋବର ଏମ୍ପ୍ଲଏମେଣ୍ଟ ନ୍ୟୁଜ ପେପର ଦେଖିବାକୁ ଅନୁରୋଧ। ଚୟନ ପ୍ରାର୍ଥୀଙ୍କୁ କଲିକତାରେ ଚାକିରି କରିବାକୁ ପଡିବ।

ପଦବୀ ବିବରଣୀ: ୬

ଷ୍ଟେନୋଗ୍ରାଫର: ୧

ଲୋଏର ଡିଭିଜନ କ୍ଲର୍କ(ଏଲସିଡି): ୧

ମେସେଞ୍ଜର: ୩

ସଫେଇ କର୍ମଚାରୀ: ୧

ଜରୁରୀ ତାରିଖ: ଜାରି ହୋଇଥିବା ନୋଟିଫିକେସନ ଅନୁଯାୟୀ, ଆବେଦନ କରିବାର ଶେଷ ତାରିଖ ୨୦ ନଭେମ୍ବର ୨୦୨୧ ରହିଛି।

ଶିକ୍ଷାଗତ ଯୋଗ୍ୟତା: ଷ୍ଟେନୋଗ୍ରାଫ ଏବଂ ଲୋଏର ଡିଭିଜନ କ୍ଲର୍କ ପାଇଁ ୧୨ଶ ପାସ୍‌ ହେବା ଜରୁରୀ। କିନ୍ତୁ ମେସେଞ୍ଜର ଏବଂ ସଫେଇ କର୍ମଚାରୀ ପାଇଁ ୧୦ମ୍‌ ପାସ୍‌ ପ୍ରାର୍ଥୀ ଆବେଦନ କରିପାରିବେ।

ଦରମା:
ଷ୍ଟେନୋଗ୍ରାଫର-୨୫,୫୦୦/ଟଙ୍କା
ଲୋଏର ଡିଭିଜନ କ୍ଲର୍କ: ୧୯,୯୦୦/ଟଙ୍କା
ମେସେଞ୍ଜର, ସଫେଇ କର୍ମଚାରୀ: ୧୮,୦୦୦/ ଟଙ୍କା

ଏମିତି କରନ୍ତୁ ଆବେଦନ: ପ୍ରାର୍ଥୀ ଫର୍ମ ଭରିବା ପରେ ରକ୍ଷା ମନ୍ତ୍ରଣାଳୟର ମୁଖ୍ୟାଳୟରେ ନିଜର ଦସ୍ତାବିଜ ଜମା କରିପାରିବେ।

ଦସ୍ତାବିଜ ଜମା କରିବାର ଠିକଣା: Ministry of Defence, Headquarters 111 Sub-Region, Bengdubi Military Station (West Bengal), Station Headquarters, Hashimara (West Bengal)

 

ଅଧିକ ଜାଣିବା ପାଇଁ କ୍ଲିକ କରନ୍ତୁ:

https://www.mod.gov.in/

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.