Citi Union Bank ରେ ଖାଲିପଡିଛି ରିଲେସନସିପ୍‌ ମ୍ୟାନେଜର ପଦବୀ, ବିନା କୌଣସି ଶୁଳ୍କରେ କରନ୍ତୁ ଆବେଦନ

ବ୍ୟାଙ୍କିଂରେ କ୍ୟାରିଅର କରିବାକୁ ଇଚ୍ଛୁକ ଥିବା ଯୁବପିଢିଙ୍କ ପାଇଁ ଖୁସି ଖବର। ସିଟି ୟୁନିଅନ ବ୍ୟାଙ୍କର ୭୨୭ ଶାଖାରେ ଖାଲିପଡିଛି ରିଲେସନସିପ୍‌ ମ୍ୟାନେଜର ପଦବୀ। ବ୍ୟାଙ୍କ କିଛିଦିନ ତଳେ ନୋଟିଫିକେସନ ଜାରି କରି ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଯୋଗ୍ୟ ପ୍ରାର୍ଥୀ ବ୍ୟାଙ୍କର େଓ୍ଵବସାଇଟ cityunionbank.com ଯାଇ ଅନଲାଇନ ଆପ୍ଲିକେସନ ଫର୍ମ ଭରି ସବମିଟ୍‌ କରିପାରିବେ। ରିଲେସନସିପ୍‌ ମ୍ୟାନେଜର ପଦବୀ ପାଇଁ ପ୍ରାର୍ଥୀଙ୍କ ଚୟନ କମ୍ପ୍ୟୁଟର ବେସଡ ଟେଷ୍ଟ ଆଧାରରେ କରାଯିବ। ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ବିଭିନ୍ନ ବ୍ରାଞ୍ଚରେ ନିଯୁକ୍ତି ଦିଆଯିବ।

ପଦବୀ ବିବରଣୀ : ୭୨୭

ରିଲେସନସିପ ମ୍ୟାନେଜର

ଜରୁରୀ ତାରିଖ: ଅନଲାଇନ ଆବେଦନ କରିବାର ତାରିଖ ୨୪ ମେ, ୨୦୨୨ରୁ ଆରମ୍ଭ ହୋଇଥିବା ବେଳେ ଆବେଦନ କରିବାର ଶେଷ ତାରିଖ ୩ ଜୁନ୍‌, ୨୦୨୨ ରହିଛି। ଫର୍ମ ସବମିଟି୍‌ କରିବାର ଶେଷ ତାରିଖ ୩ ଜୁନ ୨୦୨୨ ରହିଛି। ଅନଲାଇନ ପରୀକ୍ଷା ହେବାର ତାରିଖ ଏପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇନାହିଁ।

ଶିକ୍ଷାଗତ ଯୋଗ୍ୟତା : ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ୟୁନିଭରସିଟି କିମ୍ବା ସଂସ୍ଥାରୁ ଗ୍ରାଜୁଏସନ କିମ୍ବା ପୋଷ୍ଟ ଗ୍ରାଜୁଏସନରେ ଡିଗ୍ରୀ କରିଥିବା ଜରୁରୀ। ଗ୍ରାଜୁଏସନରେ ସର୍ବନିମ୍ବ ୬୦ ପ୍ରତିଶତ ଅଙ୍କ ରଖିଥିବା ଜରୁରୀ।

ବୟସ ସୀମା : ଆବେଦନକାରୀଙ୍କ ସର୍ବନିମ୍ନ ବୟସ ୨୨ ଏବଂ ସର୍ବାଧିକ ବୟସ ୨୭ ବର୍ଷ ନିର୍ଦ୍ଧାରିତ କରାଯାଇଛି। ଅଧିକ ଜାଣିବା ପାଇଁ ଆପଣ ଅଫିସିଆଲ ନୋଟିଫିକେସନ ଚେକ୍‌ କରିପାରିବେ।

Bank-Jobs

ଆବେଦନ ଶୁଳ୍କ: ଏହି ପଦବୀରେ ଆବେଦନ କରିବା ପାଇଁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡିବ ନାହିଁ।

କେମିତି କରିବେ ଆବେଦନ :

ସିଟି ୟୁନିଅନ ବ୍ୟାଙ୍କର ଏହି ପଦବୀରେ ଆବେଦନ କରିବା ପାଇଁ ଆପଣ ଅଫିସିଆଲ େଓ୍ଵବସାଇଟ୍‌cityunionbank.com କୁ ଯାଇ ଆବେଦନ କରିପାରିବେ। ଏଠାରେ କ୍ୟାରିଅର ଅପସନରେ କ୍ଲିକ କରିବାକୁ ହେବ। ଅଧିକ ଜାଣିବା ପାଇଁ ଆପଣ ନୋଟିଫିକେସନରେ ଥିବା ଲିଙ୍କରେ କ୍ଲିକ କରି ଆବେଦନ ପ୍ରକ୍ରିୟାକୁ ପୂରଣ କରିବାକୁ ହେବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://forms.zohopublic.com/cityunionbank/form/GENERALRECRUITMENTJOBAPPLICATIONFORM/formperma/crBu5D4vpOazF4GRphSrlVf0XQ0h4g_TNuqAytFeIUA