Below header

ଆତ୍ମହତ୍ୟା କଲେ ଆଉ ଜଣେ ଅଭିନେତ୍ରୀ, ଝୁଲନ୍ତା ଅବସ୍ଥାରେ ମିଳିଲା ମୃତ ଦେହ

ବଙ୍ଗାଳି ଟିଭି ଇଣ୍ଡଷ୍ଟ୍ରିରୁ ଆଉ ଏକ ଖରାପ ଖବର ସାମ୍ନାକୁ ଆସିଛି । ଗତ କିଛି ଦିନ ଭିତରେ ଏହି ଇଣ୍ଡଷ୍ଟ୍ରିର ଦୁଇ ଜଣ ପ୍ରସିଦ୍ଧ ଅଭିନେତ୍ରୀ ପଲ୍ଲବୀ ଦେ ଓ ବିଦିଶା ଦେ ମଜୁମଦାରଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଦେଇଥିଲା । ଆଉ ଏବେ ଆଉ ଜଣେ ଅଭିନେତ୍ରୀଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଛି । ମଡେଲ ତଥା ବଙ୍ଗାଳି ଟିଭି ଆକ୍ଟ୍ରେସ ମଞ୍ଜୁଷା ନିୟୋଗୀଙ୍କ ମୃତ୍ୟୁ ହୋଇଥିବା ନେଇ ଜଣା ଯାଇଛି । ଅଭିନେତ୍ରୀଙ୍କ ଶବ ତାଙ୍କ ଫ୍ଲାଟରେ ସନ୍ଦିଗ୍ଧ ଅବସ୍ଥାରେ ମିଳିଛି । କହିରଖିବା ଉଚିତ ହେବକି ଗତ ୧୫ ଦିନ ଭିତରେ ବଙ୍ଗାଳି ସିନେ ଜଗତର ତୃତୀୟ ଅଭିନେତ୍ରୀ ଆତ୍ମହତ୍ୟା କରିଛନ୍ତି । ଆଉ ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଅନ୍ୟ ପକ୍ଷରେ ପୋଲିସ ବି ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଦେଇଛି ।

manjusha new
image credit; Suchi News

ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ଯେବେ ମଞ୍ଜୁଷାଙ୍କ ମାତା-ପିତା ତାଙ୍କୁ ବାରମ୍ବାର ଫୋନ କରିଥିଲେ ସେ ତାଙ୍କର କୌଣସି ଜବାବ ଦେଇନଥିଲେ । ଆଉ ଏହା ପରେ ଯେବେ ସେ ମଞ୍ଜୁଷାଙ୍କୁ ଭେଟିବାକୁ ତାଙ୍କ ରୁମକୁ ଯାଇଥିଲେ, ଅଭିନେତ୍ରୀଙ୍କ ଶବ ଫ୍ୟାନ୍ ରେ ଓହଳିଥିବା ଦେଖିବାକୁ ପାଇଥିଲେ ।

ପୋଲିସ କହିବା ଅନୁଯାୟୀ, ମଞ୍ଜୁଷା ଟିଭି ଆକ୍ଟ୍ରେସ ବିଦିଶା ଦେ’ ଙ୍କର ଜଣେ ଭଲ ସାଙ୍ଗ ଥିଲେ । ଆଉ ବିଦିଶାଙ୍କ ମୃତ୍ୟୁ ପରେ ସେ ଡିପ୍ରେସନରର ଶିକାର ହୋଇଥିଲେ । ଏବେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛନ୍ତି । ମଞ୍ଜୁଷା ସତରେ ଆତ୍ମହତ୍ୟା କରିଛନ୍ତି ନା ଏହା ପଛରେ ଆଉ କିଛି କାରଣ ଅଛି ତାହାକୁ ନେଇ ତଦନ୍ତ ଜାରି ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.