କାଶ୍ମୀରୀ ଟିଭି ଅଭିନେତ୍ରୀଙ୍କ ହତ୍ୟାରେ ସମ୍ପୃକ୍ତ ୨ ଆତଙ୍କୀ ମୃତ; ୨୪ ଘଣ୍ଟା ଭିତରେ ଏନ୍କାଉଣ୍ଟର କଲା ପୋଲିସ

କାଶ୍ମୀରୀ ଟିଭି ଅଭିନେତ୍ରୀ ଅମରିନ୍ ଭଟ୍ଟଙ୍କ ହତ୍ୟାରେ ସମ୍ପୃକ୍ତ ଲସ୍କର-ଏ-ତୈୟବାର ଦୁଇ ଆତଙ୍କୀଙ୍କୁ କାଶ୍ମୀରର ଅବନ୍ତୀପୋରାରେ ଏନକାଉଣ୍ଟର କରି ମାରି ଦିଆଯାଇଛି। ଜମ୍ମୁ-କାଶ୍ମୀର ପୋଲିସ ଶୁକ୍ରବାର ସକାଳେ ଏ ନେଇ ସୂଚନା ଦେଇଛି। ପୋଲିସ କହିଛି ଯେ ଗୁରୁବାର ରାତିରେ ଶ୍ରୀନଗରର ସୌରାରେ ଲସ୍କରର ଦୁଇ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଛି। ପୋଲିସ ଘଟଣାସ୍ଥଳରୁ ଏକ ଏକେ-୪୭ ପିସ୍ତଲ ମଧ୍ୟ ଜବତ କରିଛି।
କାଶ୍ମୀର ଆଇଜିପି ବିଜୟ କୁମାର କହିଛନ୍ତି, ଟିଭି ଅଭିନେତ୍ରୀ ଅମରିନ ଭଟ୍ଟଙ୍କ ଜଘନ୍ୟ ହତ୍ୟା ମାମଲାର ୨୪ ଘଣ୍ଟା ଭିତରେ ସମାଧାନ ହୋଇଛି। କାଶ୍ମୀର ଘାଟିରେ ୩ ଦିନ ଭିତରେ ଜୈଶ୍-ଏ-ମହମ୍ମଦର ୩ ଏବଂ ଲସ୍କର-ଏ-ତୈୟବାର ୭ ଆତଙ୍କବାଦୀଙ୍କ ସମେତ ୧୦ ଆତଙ୍କବାଦୀଙ୍କୁ ମାରି ଦିଆଯାଇଛି।
ଶ୍ରୀନଗର ମୁଠଭେଡ୍ର ସୌରା ଅଞ୍ଚଳରେ ଏନ୍କାଉଣ୍ଟର ହୋଇଥିବା ୨ ଆତଙ୍କବାଦୀଙ୍କ ପରିଚୟ ମିଳିଛି। ସେମାନେ ହେଲେ, ଶାକିର ଅହମ୍ମଦ ଓ୍ଵାଜା ଓ ଆଫ୍ରିନ ଆଫ୍ତାବ ମଲିକ। ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ସହ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି।
#SrinagarEncounterUpdate: The two killed #terrorists of LeT have been identified as Shakir Ahmed Waza & Afreen Aftab Malik, both residents of Trenz #Shopian & ‘C’ categorised. #Incriminating materials including arms & ammunition recovered. Further details shall follow. https://t.co/8QcGhyTfE7
— Kashmir Zone Police (@KashmirPolice) May 27, 2022