Below header

କେବଳ ଟିଭି ଜରିଆରେ ଦୂରଦୂରାନ୍ତର ଇଲାକାକୁ ପହଁଞ୍ଚିବ ଇଣ୍ଟରନେଟ ସେବା

ଦେଶ ବ୍ରଡବ୍ୟାଣ୍ଡ ସେବାକୁ ବଢ଼ାଇବା ପାଇଁ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଏବଂ ଭାରତୀୟ ଦୂରସଞ୍ଚାର ବିନିୟାମକ ପ୍ରାଧିକରଣ (ଟ୍ରାଇ)କୁ ଏକ ପ୍ରସ୍ତାବ ମିଳିଛି। ଏଥିରେ ଡିସ୍ ଆଣ୍ଟିନା ଜରିଆରେ ଦୂର ଦୂରାନ୍ତର ଇଲାକାରେ ଇଣ୍ଟରନେଟକୁ ପହଁଞ୍ଚାଇବାର କଥା କୁହାଯାଇଛି। ମନ୍ତ୍ରାଳୟ ଅନୁସାରେ ଯଦି ଏହି ପ୍ରସ୍ତାବ ଲାଗୁ ହୁଏ ତ ୧୯ କୋଟି ପରିବାରଙ୍କ ପାଖକୁ କେବୁଲ ଟିଭି ଜରିଆରେ ଇଣ୍ଟରନେଟ ପହଁଚିବ।

ଟ୍ରାଇର ଚେୟାରମ୍ୟାନ ଆର.ଏସ. ଶର୍ମାଙ୍କ କହିବାନୁଯାୟୀ ଫିକ୍ସ ଲାଇନ ଜରିଆରେ ଦେଶରେ ଇଣ୍ଟରନେଟ ଉପଭୋକ୍ତାଙ୍କର ସଂଖ୍ୟା ବଢ଼ିବ। ଦୁନିଆର ୪୬ ପ୍ରତିଶତଙ୍କ ତୁଳନାରେ ଭାରତରେ ୭ ପ୍ରତିଶତ ଫିକ୍ସ ଲାଇନ ଦ୍ବାରା ନେଟର ବ୍ୟବହାର କରୁଛନ୍ତି।

cableଏହି ପ୍ରସ୍ତାବର ଲାଗୁ ହେବା ପରେ ଉପଭୋକ୍ତାଙ୍କୁ ଇଣ୍ଟରନେଟ ସେବାର ବ୍ୟବହାର କରିବା ପାଇଁ କେବଳ ସେଟଅପ୍ ବକ୍ସ ଲଗାଇବାକୁ ପଡିବ। ଏହି ପରିବର୍ତ୍ତନରେ ସର୍ଭିସ ପ୍ରୋଭାଇଡର୍ସଙ୍କ ସାହାଯ୍ୟ ବିଇସିଆଇଏଲ କରିବ।

ସର୍ଭିସ ମନ୍ତ୍ରାଳୟ ପ୍ରୋଭାଇଡର ବାର୍ଷିକ ଆମଦାନୀର ୮ % ଟେଲିକମ୍ ମନ୍ତ୍ରାଳୟକୁ ଦେଇଥାଏ। କୋରିଆରେ ପ୍ରଥମେ ପରୀକ୍ଷାମୂଳକ ଭାବେ ଲାଗୁ କରିବା ପାଇଁ ଚିନ୍ତା କରାଯାଇଛି। କୋରିଆରେ ଫିକ୍ସ ଲାଇନ ଇଣ୍ଟରନେଟ ପହଁଚାଇବାର ସୀମା ୯୩% ରହିଛି।

ସୂଚନା ଅନୁଯାୟୀ ମନ୍ତ୍ରାଳୟ ଏବଂ ସର୍ଭିସ ପ୍ରୋଭାଇଡର ଦୁହେଁ ଏହି ପ୍ରସ୍ତାବରେ ଗମ୍ଭୀରତା ସହିତ ବିଚାର କରୁଛନ୍ତି। ସୂଚନା ଅନୁଯାୟୀ କେବଳ ଟିଭି ଏବଂ ବ୍ରଡବ୍ୟାଣ୍ଡ ଦୁଇଟି ଅଲଗା ଅଲଗା ସେବା ଏବଂ ବ୍ରଡବ୍ୟାଣ୍ଡ ସେବାରେ ରାଜସ୍ବରେ ଟ୍ୟାକ୍ସ ଲାଗିବ। ଏହି ପ୍ରସ୍ତାବ ବାର୍ଷିକ ରାଜସ୍ବ ଅନୁଯାୟୀ ଅଟକାଯାଇଛି। କୁହାଯାଉଛି ଯେ ଏହା ଜଲଦି ସମାଧାନ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.